ରାଷ୍ଟ୍ରପତି ଭବନର ସୁରକ୍ଷା ଦାୟିତ୍ବରେ କୌଣସି ସିସିଟିଭି କି କର୍ମଚାରୀ ନୁହନ୍ତି ବରଂ ଅଛନ୍ତି କିଛି ସ୍ବତନ୍ତ୍ର ପକ୍ଷୀ । ଏମାନେ ରାଷ୍ଟ୍ରପତି ଭବନ ପ୍ରତି ବିପଦ ଆସିବା ମାତ୍ରେ କରୁଛନ୍ତି ଆଲର୍ଟ । ଏହାସହିତ ଯିବା ଆସିବା କରୁଥିବା ଲୋକଙ୍କ ଉପରେ ବି ରଖୁଛନ୍ତି ତୀକ୍ଷ୍ନ ନଜର ।
ଆମେ କହୁଛୁ ଋଷ୍ ରାଷ୍ଟ୍ରପତି ଭବନର କଥା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ରାଷ୍ଟ୍ରପତି ଭାଲଦମିର ପୁଟିନଙ୍କ ସରକାରୀ ବାସଭବନରେ ଦିନ ରାତି ପହରା ଦେଉଛନ୍ତି ତାଲିମପ୍ରାପ୍ତ ସ୍ୱତନ୍ତ୍ର ପ୍ରଜାତିର ପକ୍ଷୀ। ଚିଲ ଓ ପେଚା ପ୍ରଜାତିର ଏହି ପକ୍ଷୀମାନେ ରାଷ୍ଟ୍ରପତି ଭବନକୁ ଯିବା ଆସୁଥିବା ଲୋକଙ୍କ ଉପରେ ନଜର ରଖୁଛନ୍ତି। ଆଉ ସମ୍ଭାବ୍ୟ ବିପଦର ସୂଚନା ପାଇବା ମାତ୍ରେ ଏମାନେ ତତକ୍ଷଣାତ୍ ଆଲର୍ଟ ବି କରନ୍ତି।
1984 ମସିହାରୁ ଏମାନେ ଜାତୀୟ ସୁରକ୍ଷା ବାହିନୀର ଅଂଶବିଶେଷ ପାଲଟିଛନ୍ତି। ଏମାନଙ୍କର ଏକ ସ୍ୱତନ୍ତ୍ର ଟିମ୍ ବି ରହିଛି ଯେଉଁଥିରେ 10ରୁ ଅଧିକ ଚିଲ ଓ ପେଚା ଅଛନ୍ତି।
କୁହାଯାଏ ରାଷ୍ଟ୍ରପତି ଭବନ ଆଖପାଖରେ ଘୂରି ବୁଲୁଥିବା କୁଆ ଓ ଅନ୍ୟ ଛୋଟ ପକ୍ଷୀଙ୍କୁ ଘଉଡ଼ାଇବା ପାଇଁ ତତ୍କାଳୀନ ସରକାରଙ୍କ ସବୁ ପଦକ୍ଷେପ ବିଫଳ ହେବା ପରେ ଏହି ସ୍ୱତନ୍ତ୍ର ଶିକାରୀ ପ୍ରଜାତିର ପକ୍ଷୀଙ୍କୁ ନିୟୋଜନ କରାଯାଇଥିଲା। ପ୍ରଥମେ ସ୍ନତନ୍ତ୍ର ଗାର୍ଡଙ୍କୁ ଏହି କାମରେ ମୁତୟନ କରାଯାଇଥିଲା। ଏପରିକି ଗୋଳାବାରୁଦ ମଧ୍ୟ ବ୍ୟବହାର ହୋଇଥିଲା। କିନ୍ତୁ କୌଣସି ଥିରୁ ସଫଳତା ନମିଳିବାରୁ ଏହି ଶିକାରୀ ପକ୍ଷୀଙ୍କୁ ସ୍ୱତନ୍ତ୍ର ତାଲିମ୍ ଦିଆଯାଇ ରାଷ୍ଟ୍ରପତି ଭବନରେ ମୁତୟନ କରାଗଲା।
ବଡ଼ କଥା ହେଉଛି, ଏହି ଚିଲ ଓ ପେଚା ରାଷ୍ଟ୍ରପତି ଭବନ ଆଖପାଖରେ ଛୋଟ ଡ୍ରୋନଟିଏ ଆସିଲେ ବି ତତକ୍ଷଣାତ୍ ଆଲର୍ଟ କରିଦିଅନ୍ତି । ଏହା ସହ ବିଦେଶୀ ଡ୍ରୋନ ଓ ଘରୋଇ ଡ୍ରୋନ ଭିତରେ ଫରକ ବି ଏମାନେ ଠଉରାଇପାରନ୍ତି।
ଦ୍ୱିତୀୟ ବିଶ୍ବଯୁଦ୍ଧ ବେଳେ ପାରାମାନେ ସେନାବାହିନୀରେ ସାମିଲ ହେବା କଥା ଜଣାଥିଲା। ଦାୟିତ୍ୱରେ ସଫଳତା ପାଇଁ 32 ପାରାଙ୍କୁ ସେତେବେଳେ ମେଡାଲ ବି ମିଳିଥିଲା ।
The post ପକ୍ଷୀ ଜଗୁଛନ୍ତି ରାଷ୍ଟ୍ରପତି ଭବନ appeared first on Odisha Reporter.
from Odisha Reporter https://ift.tt/33SN9Yp
No comments:
Post a Comment