ଶାହାରୁଖଙ୍କୁ ଧନ୍ୟବାଦ ଜଣାଇଲେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 10, 2020

ଶାହାରୁଖଙ୍କୁ ଧନ୍ୟବାଦ ଜଣାଇଲେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଅନ୍ୟମାନଙ୍କ ଭଳି କରୋନା ଲଢ଼େଇରେ ବଲିଉଡ୍ ଷ୍ଟାରମାନେ ମଧ୍ୟ ସାମିଲ ହୋଇଥିଲେ। ବିଶେଷ କରି ଲକ୍‌ଡାଉନ୍ ଓ ଶଟ୍‌ଡାଉନ୍ ସମୟରେ ସେମାନେ ଅସହାୟ ଲୋକଙ୍କୁ ସାହାଯ୍ୟ କରିଥିଲେ। ଏଥିପାଇଁ ଅଭିନେତା ସୋନୁ ସୁଦ୍ ଅଧିକ ଚର୍ଚ୍ଚାରେ ରହିଥିବା ବେଳେ ଶାହାରୁଖ ଖାନ୍ ବି ପଛରେ ପଡ଼ିଯାଇ ନାହାନ୍ତି। କରୋନା ଭଳି କଠିନ ସମୟରେ ସେ କରିଥିବା ସାହାଯ୍ୟ ପାଇଁ ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଶ୍ରୀ ଜୈନ ଟ୍ୱିଟ୍ କରିଛନ୍ତି ଯେ ଯେଉଁ ସମୟରେ ଆମେ ଦରକାର କରୁଥିଲୁ ସେହି ସମୟରେ ଶାହାରୁଖ ଖାନ୍ ଓ ମୀର ଫାଉଣ୍ଡେସନ୍ ୫୦୦ Remdesivir ଇଞ୍ଜେକ୍ସନ ଯୋଗାଇ ଦେଇଥିଲେ। ବିପଦ ସମୟରେ ସେ ଯେଉଁ ସାହାଯ୍ୟ କରିଛନ୍ତି, ସେଥିପାଇଁ ଆମେ ତାଙ୍କ ଠାରେ କୃତଜ୍ଞ।

ତାଙ୍କର ଏହି ଟ୍ୱିଟ୍ ପରେ ଅନେକ ସୋଶାଲ୍ ମିଡିଆ ୟୁଜର ଶାହାରୁଖଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେହିପରି ତାଙ୍କ ଫ୍ୟାନ୍‌ମାନେ ଏଥିପାଇଁ ଗର୍ବ ଅନୁଭବ କରୁଥିବା ଲେଖିଛନ୍ତି।

ଶ୍ରୀ ଜୈନଙ୍କ ଟ୍ୱିଟ୍ ଉପରେ ପ୍ରତିକ୍ରିୟା ରଖିଛି ମୀର ଫାଉଣ୍ଡେସନ୍। ପ୍ରଶଂସା କରିଥିବାରୁ ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଫାଉଣ୍ଡେସନ୍ ପକ୍ଷରୁ ଧନ୍ୟବାଦ ଦିଆଯାଇଛି। ତା’ସହିତ ସମସ୍ତଙ୍କ ସହଯୋଗ ଯୋଗୁ ଏହା ସମ୍ଭବ ହୋଇପାରିଲା ବୋଲି କୁହାଯାଇଛି।

ସୂଚନାଯୋଗ୍ୟ, ଯେତେବେଳେ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ୁଥିଲା, ସେତେବେଳେ ଶାହାରୁଖ ଖାନ୍ ମୁମ୍ବାଇ ସ୍ଥିତ ତାଙ୍କ ଅଫିସ୍‌କୁ କ୍ୱାରେଣ୍ଟାଇନ୍ ସେଣ୍ଟର ଭାବେ ବ୍ୟବହାର କରିବାକୁ ସରକାରଙ୍କୁ ଅନୁରୋଧ କରିଥିଲେ। ଏହା ବ୍ୟତୀତ ସେ ୨୫ ହଜାର ପିପିଇ କିଟ୍ ଦାନ କରିଥିଲେ।

The post ଶାହାରୁଖଙ୍କୁ ଧନ୍ୟବାଦ ଜଣାଇଲେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/3n8R3nu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages