ଭାଇରାଲ ହେଲେ ମାଧୁରୀ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 4, 2020

ଭାଇରାଲ ହେଲେ ମାଧୁରୀ!

ମୁମ୍ବାଇ: ଫିଲ୍ମରେ କମ ନଜର ଆସିଲେ ବି ବଲିଉଡ ଅଭିନେତ୍ରୀ ମାଧୁରୀ ଦିକ୍ଷିତ ସୋଶାଲ ମିଡିଆରେ ବେଶ୍ ସକ୍ରିୟ। ତାଙ୍କର ଭିଡିଓ ହେଉ ଅବା ଫଟୋ, ସେ ବେଳେବେଳେ ସୋଶାଲ ମିଡିଆରେ ସେୟାର କରିନ୍ତି। ଏହି ପୋଷ୍ଟ ଜରିଆରେ ଫ୍ୟାନମାନଙ୍କ ମରୋରଞ୍ଜନ କରନ୍ତି ମାଧୁରୀ। ନିକଟରେ ଏଭଳି ହିଁ ଏକ ଫଟୋ ପୋଷ୍ଟ କରିଛନ୍ତି ଧକ ଧକ ଗାର୍ଲ ମାଧୁରୀ, ଯାହା ସୋଶାଲ ମିଡିଆରା ଭାଇରାଲ ହେବାରେ ଲାଗିଛି।

ମାଧୁରୀ ତାଙ୍କ ଇନଷ୍ଟାଗ୍ରାମରେ ଦୁଇଟି ଫଟୋକୁ ସେଆର କରିଛନ୍ତି। ଏଥିରେ ସେ ହ୍ୟାରି ପୋଟର ଷ୍ଟାଇଲରେ ଚଷମା ଲଗାଇବା ସହ ଫନି ଏକ୍ସପ୍ରେସନ ମଧ୍ୟ ଦେଇଛନ୍ତି । ଲଗାତର ‘ହ୍ୟାରି ପୋଟର’ ଫିଲ୍ମ ଦେଖିବା ପରେ ମୋର ଏଭଳି ଅବସ୍ଥା ହୋଇଛି ବୋଲି ଫଟୋରେ କ୍ୟାପସନ ଲେଖିଛନ୍ତି ମାଧୁରୀ। ତାଙ୍କର ଏହି ଫଟୋ ଏବେ ପ୍ରଶଂସକଙ୍କୁ ବେଶ ପସନ୍ଦ ଆସୁଛି । ସୋଶାଲ ମିଡିଆରେ ଦ୍ରୁତ ଗତିରେ ଫଟୋଟି ଭାଇରାଲ ମଧ୍ୟ ହେଉଛି ।

 

View this post on Instagram

 

A post shared by Madhuri Dixit (@madhuridixitnene)


ସୂଚନା ଯୋଗ୍ୟ ଯେ, ଗତବର୍ଷ ରିଲିଜ ହୋଇଥିବା ଫିଲ୍ମ ‘କଲଙ୍କ’ରେ ମାଧୁରୀଙ୍କୁ ଶେଷଥର ପାଇଁ ବଡ ପରଦାରେ ଦେଖିବାକୁ ମିଳିଥିଲା। ଏଥିରେ ଦୀର୍ଘବର୍ଷ ପରେ ସଞ୍ଜୟ ଦତ୍ତ ଏବଂ ମାଧୁରୀଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଅନ୍ୟ ପ୍ରମୁଖ ଭୂମିକାରେ ଆଲିଆ ଭଟ୍ଟ, ବରୁଣ ଧୱନ, ଆଦିତ୍ୟ ରଓ କପୁର ଓ କିଆରା ଆଡଭାନୀ ନଜର ଆସିଥିଲେ। ଫିଲ୍ମଟି ବକ୍ସ ଅଫିସରେ ସେତେଟା ଭଲ ବ୍ୟବସାୟ କରିପାରି ନଥିଲା।

The post ଭାଇରାଲ ହେଲେ ମାଧୁରୀ! appeared first on Odisha Reporter.



from Odisha Reporter https://ift.tt/3qqxgSF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages