ପରୀ ହତ୍ୟା ଅଭିଯୁକ୍ତକୁ ଗିରଫ କଲା, କିନ୍ତୁ ପ୍ରମାଣ ଦେଖାଇବାକୁ ସମୟ ମାଗିଲା ଏସ୍‌ଆଇଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 20, 2020

ପରୀ ହତ୍ୟା ଅଭିଯୁକ୍ତକୁ ଗିରଫ କଲା, କିନ୍ତୁ ପ୍ରମାଣ ଦେଖାଇବାକୁ ସମୟ ମାଗିଲା ଏସ୍‌ଆଇଟି

ଖୋର୍ଦ୍ଧା(ବଳରାମ ଲେଙ୍କା): ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ତଦନ୍ତ କରୁଥିବା SIT ଅଭିଯୁକ୍ତକୁ ଗିରଫ କରିଥିବା କହୁଥିବା ବେଳେ ତାଙ୍କ ବିରୋଧରେ ପ୍ରମାଣ ଦେଖାଇବାକୁ ୨୪ ତାରିଖ ପର୍ଯ୍ୟନ୍ତ ସମୟ ମାଗିଛି। ଆଜି SITର ୨ ଜଣ ଅଧିକାରୀ ଯଦୁପୁର ଗାଁରେ ପହଞ୍ଚିଥିବା ବେଳେ ଉତ୍ତେଜନା ଆଶଙ୍କା କରି ଗ୍ରାମ ସଭାପତିଙ୍କ ସହ ଆଲୋଚନା କରିଥିଲେ ଓ ପ୍ରମାଣ ଦେଖାଇବାକୁ ସମୟ ମାଗିଛନ୍ତି। SIT ସହ ଆଲୋଚନା କରିବା ପରେ ଗାଁ ସଭାପତି ଜୟକୃଷ୍ଣ  ପରିଡ଼ା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

ଗତକାଲି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ SIT ଏକ ପ୍ରେସ ରିଲିଜ ଦେଇଥିଲା। ତେବେ ଏଥିରେ ଅଭିଯୁକ୍ତଙ୍କ ନାଁ ଦର୍ଶାଯାଇ ନ ଥିଲା। କିନ୍ତୁ ଶନିବାରଠାରୁ ତଦନ୍ତକାରୀ ଟିମ୍‌ ଯଦୁପୁର ଗାଁର ସରୋଜ ସେଠୀଙ୍କୁ ଉଠାଇ ନେଇଥିବାରୁ ତାଙ୍କୁ ହିଁ ଗିରଫ କରାଯାଉଥିବା କୁହାଯାଉଛି। ଗତକାଲି ଅଭିଯୁକ୍ତ ଗିରଫ ହେବା ପରେ ଆଜି SIT ତାଙ୍କ ଘରେ ପହଞ୍ଚିଥିବାରୁ ତାଙ୍କୁ ହିଁ ଗିରଫ କରାଯାଇଥିବା ସ୍ପଷ୍ଟ ହୋଇଛି।

ସରୋଜଙ୍କ ଘରେ SITର ୨ ଅଧିକାରୀ ତାଙ୍କ ମା’ଙ୍କୁ ପୁଣି ପଚରାଉଚରା କରିଥିବା ବେଳେ ଗାଁ ସଭାପତି ଜୟକୃଷ୍ଣ ପରିଡ଼ାଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଏହି ଆଲୋଚନା ବେଳେ ଜୟକୃଷ୍ଣ ସେମାନଙ୍କୁ ଅଭିଯୁକ୍ତଙ୍କ ବିରୋଧରେ ଥିବା ପ୍ରମାଣ ମାଗିଥିଲେ। ପ୍ରମାଣ ନ ଦେଲେ ଗାଁ ଲୋକେ ତାଙ୍କୁ ଅଭିଯୁକ୍ତ ବୋଲି ମାନିବେ ନାହିଁ ବୋଲି ସେ ସ୍ପଷ୍ଟ ଭାବେ କହିଥିଲେ। ଏହାପରେ  ପ୍ରମାଣ ଦେବାକୁ SIT ୨୪ ତାରିଖ ପର୍ଯ୍ୟନ୍ତ ସମୟ ମାଗିଥିଲେ ବୋଲି ଜୟକୃଷ୍ଣ ଗଣମାଧ୍ୟମକୁ କହିଛନ୍ତି।

ସୂଚନାଯୋଗ୍ୟ, ଶନିବାର ସରୋଜ ଓ ତାଙ୍କ ମା’, ଭଉଣୀଙ୍କୁ  ଉଠାଇ ନେଇଥିଲା SIT। ୧୨ ଘଣ୍ଟା ପଚରାଉଚରା ପରେ ତାଙ୍କ ମା’ ଓ ଭଉଣୀଙ୍କୁ ଛାଡ଼ି ଦେଇଥିଲା। କିନ୍ତୁ ସରୋଜ ଅଟକ ରହିଥିଲେ। ତା’ ପରେ ଗତକାଲି ଅଭିଯୁକ୍ତକୁ ଗିରଫ କରାଯାଇଥିବା SIT ଘୋଷଣା କରିଥିବା ବେଳେ ଆଜି ତାଙ୍କୁ ପୋକ୍ସୋ କୋର୍ଟରେ ହାଜର କରାଯିବା କଥା ମଧ୍ୟ କହିଥିଲା।

The post ପରୀ ହତ୍ୟା ଅଭିଯୁକ୍ତକୁ ଗିରଫ କଲା, କିନ୍ତୁ ପ୍ରମାଣ ଦେଖାଇବାକୁ ସମୟ ମାଗିଲା ଏସ୍‌ଆଇଟି appeared first on Odisha Reporter.



from Odisha Reporter https://ift.tt/3h5Mp7k

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages