ଗୁଜରାଟ କଷ୍ଟମ ବିଭାଗରୁ ୧ କୋଟି ଟଙ୍କାର ସୁନା ଗାଏବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 18, 2020

ଗୁଜରାଟ କଷ୍ଟମ ବିଭାଗରୁ ୧ କୋଟି ଟଙ୍କାର ସୁନା ଗାଏବ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧିନରେ ଥିବା କଷ୍ଟମ ବିଭାଗରୁ ସୁନା ଗାଏବ।  ୧ କୋଟି ୧୦ ଲକ୍ଷ ଟଙ୍କାର ସୁନା ଗାଏବ ହୋଇଯାଇଥିବା ଜଣାପଡ଼ିଛି। ଗୁଜରାଟ ଜାମନଗରରେ ଥିବା କଷ୍ଚମ ବିଭାଗରୁ ଏହି ସବୁ ସୁନା ଗାଏବ ହୋଇଛି। ପୁଲିସ ଏବେ ଅଜ୍ଞାତ କର୍ମଚାରୀଙ୍କ ନାମରେ ଏତଲା ଦାୟର କରି ତଦନ୍ତ ଚଳାଇଛି।

ଜାମନଗର ଡିଭିଜନର ପୁଲିସ ଅଧିକାରୀ ପ୍ରତିକ୍ରିୟାରେ କହିଛନ୍ତି ଏହି କଷ୍ଟମ ବିଭାଗ ଜାମନଗର ପୂର୍ବରୁ ଭୁଜରେ ଥିଲା। ୨୦୦୧ରେ ଭୂମିକମ୍ପ ହେବା ପରେ ଜାମନଗର ଅଫିସକୁ ଭୂଜ ଅଫିସର ଜିନିଷ ସ୍ଥାନାନ୍ତର ହୋଇଥିଲା। ଏବେ ଭୂଜ ଅଫିସ ତାର ଜିନିଷ ନେବ ବୋଲି କହିଥିଲା। ଏହାପରେ ୧ କୋଟି ୧୦ ଲକ୍ଷ ଟଙ୍କାର ସୁନା ଗାଏବ ରହିଥିବା ଜଣାପଡ଼ିଛି। ମୋଟ୍ ସୁନାର ଓଜନ ୨,୧୫୬.୭୨୨ ଗ୍ରାମ୍ ରହିଛି।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ତାମିଲନାଡୁ ସିବିଆଇ ହେପାଜତରୁ ୧୦୩ କେଜି ସୁନା (ପ୍ରାୟ ୪୩ କୋଟି ଟଙ୍କା) ଗାଏବ ହୋଇଥିବା ଜଣାପଡ଼ିଥିଲା।  ଏବେ ଏହି ଘଟଣାର ତଦନ୍ତ ପାଇଁ ମାଡ୍ରାସ୍ ହାଇକୋର୍ଟ ତାମିଲନାଡୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

ଚେନ୍ନାଇର ସୁରନା କର୍ପୋରେସନ ଲିମିଟେଡ୍ ଉପରେ ଚଢ଼ଉ କରି ସିବିଆଇ ୨୦୧୨ ମସିହାରେ ୪୦୦ କେଜି ସୁନା ଜବତ କରିଥିଲା। ଆଉ ଗମ୍ବୁଜ ବାଲା ଘରେ ତାଲା ପକାଇ ରଖିଥିଲା ସିବିଆଇ। ଏହାର ତାଲା ସିବିଆଇ କୋର୍ଟଙ୍କୁ ଦିଆଯାଇଥିଲା ବୋଲି ସିବିଆଇ କହିଛି। ହେଲେ ତାଲା ହସ୍ତାନ୍ତରର କୌଣସି ରେକର୍ଡ ନାହିଁ।

The post ଗୁଜରାଟ କଷ୍ଟମ ବିଭାଗରୁ ୧ କୋଟି ଟଙ୍କାର ସୁନା ଗାଏବ appeared first on Odisha Reporter.



from Odisha Reporter https://ift.tt/3mycdtZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages