ଚିନି ଦର କମିଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 3, 2020

ଚିନି ଦର କମିଛି

ନୂଆଦିଲ୍ଲୀ: ଚିନି ଦର କ୍ୱିଣ୍ଟାଲ୍ ପିଛା ୫୦ରୁ ୧୦୦ ଟଙ୍କା କମିଛି। ଗତ ଦୁଇ ମାସରେ (ଅକ୍ଟୋବର ଏବଂ ନଭେମ୍ୱର) ଏହି ଦାମ କମିଛି। ସେହିପରି ଏହି ଦୁଇ ମାସରେ ଚିନି ଉତ୍ପାଦନ ମଧ୍ୟ ଦୁଇ ଗୁଣା ବଢ଼ିଛି। ମୋଟ୍ ୪୨.୯ ଲକ୍ଷ କ୍ୱିଣ୍ଟାଲ୍ ଚିନି ଦୁଇ ମାସରେ ଉତ୍ପାଦନ ହୋଇଛି। ଗତ ବର୍ଷ ଠିକ୍ ଏହି ଦୁଇ ମାସରେ ହୋଇଥିବା ଚିନି ଉତ୍ପାଦନ ତୁଳନାରେ ଚଳିତଥର ଅଧିକ ଉତ୍ପାଦନ ହୋଇଛି। ତେଣୁ ଚିନି ଅଧିକ ମହଜୁଦ ରହିଥିବାରୁ ଦର କମିଛି ବୋଲି ଜଣାପଡ଼ିଛି। ଏ ନେଇ ଇଣ୍ଡିଆନ୍ ସୁଗାର ମିଲ୍ ଆସୋସିଏସନ ସୂଚନା ଦେଇଛି।

ଗତ ବର୍ଷ ଅକ୍ଟୋବର ଏବଂ ନଭେମ୍ୱରରେ ମୋଟ୍ ୨୦.୭୨ ଲକ୍ଷ ଟନ୍ ଚିନି ଉତ୍ପାଦନ ହୋଇଛି। ସଂଘ କହିଛି ଚଳିତ ଥର ଚିନି ଉତ୍ପାଦନ ଆଗୁଆ ହୋଇଛି। ତେଣୁ ଉତ୍ପାଦନ ବୃଦ୍ଧି ପାଇଛି। ଯେହେତୁ ବଜାରରେ ଚିନି ମହଜୁଦ ଅଧିକ ରହିଛି ତେଣୁ ଅଧିକାଂଶ ରାଜ୍ୟରେ ଚିନି ଦାମ କମିଛି। ତେଣୁ ଆଗାମୀ ଦିନରେ ବିଭିନ୍ନ ରାଜ୍ୟରେ ଚିନି ଦର ଧିରେ ଧିରେ କମିବ ବୋଲି ଆକଳନ କରାଯାଉଛି। ଯାହାକି ବଜାର ମହଙ୍ଗା ହୋଇଥିବା ବେଳେ ଚିନି ଦର କମିବା ଖାଉଟିଙ୍କୁ ଆଶ୍ୱସ୍ତି ଦେବ।

ଦେଶରେ ସର୍ବାଧିକ ଚିନି ଉତ୍ପାଦନ କରୁଥିବା ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ଏହର ପ୍ରଭାବ ମଧ୍ୟ ପଡ଼ିଛି। ପାଇକାରୀ ଦରରେ ଏବେ ଚିନି କ୍ୱିଣ୍ଟାଲ ପିଛା ୩୨୦୦ରୁ ୩୨୫୦ ମଧ୍ୟରେ ରହିଛି। ଗତ ଦୁଇ ମାସରେ ୫୦ରୁ ୧୦୦ ଟଙ୍କା ଦର କମିଛି।

୨୦୧୮-୧୯ରେ ମଧ୍ୟ ୪୦ ଲକ୍ଷ ଟନରୁ ଅଧିକ ଚିନି ଉତ୍ପାଦନ ହୋଇଥିଲା। ସଂଘ ଆହୁରି କହିଛି ଯେ ଚଳିତବର୍ଷ ଆଖୁରୁ ଚିନି ସହିତ ମିଥାନଲ ପ୍ରସ୍ତୁତି ଉପରେ ଜୋର୍ ଦିଆଯାଉଛି। ପାଖାପାଖି ୨୦ ଲକ୍ଷ ଟନ୍ ମିଥାନଲ ଚଳିତ ବର୍ଷ ପ୍ରସ୍ତୁତ ହେବ ବୋଲି ସଂଘ କହିଛି।

The post ଚିନି ଦର କମିଛି appeared first on Odisha Reporter.



from Odisha Reporter https://ift.tt/36Fxzku

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages