ଫ୍ଲୁ. କ୍ୟାନସର ପରେ ୨ ଥର କରୋନାକୁ ହରାଇଲେ ୧୦୨ ବର୍ଷୀୟା ବୃଦ୍ଧା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 3, 2020

ଫ୍ଲୁ. କ୍ୟାନସର ପରେ ୨ ଥର କରୋନାକୁ ହରାଇଲେ ୧୦୨ ବର୍ଷୀୟା ବୃଦ୍ଧା

ୱାଶିଂଟନ: କରୋନା ନାଁ ଶୁଣିଲେ ମନରେ ଛନକା ପଶିଯିବା ସ୍ୱାଭାବିକ। କାରଣ ଏହି ମହାମାରୀ ନିଜ କୋପ ଦେଖାଇ ବହୁ ଜୀବନ ନେଇ ସାରିଛି। ଯୁକ୍ତରାଷ୍ଟ୍ର ଆମେରିକାରେ ମଧ୍ୟ କରୋନାର ସାଂଘାତିକ ରୂପ ଦେଖିବାକୁ ମିଳିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବେଶ୍‌  ଲମ୍ବା । କରୋନା କବଳରେ ପଡ଼ି ବହୁ କମ୍‌ ବର୍ଷର ଲୋକ ମଧ୍ୟ ଆଖି ବୁଜି ଦେଉଥିବା ବେଳେ ଏଥିରେ କିନ୍ତୁ ବ୍ୟତିକ୍ରମ ହେଉଛନ୍ତି ୧୦୨ ବର୍ଷୀୟା ଆଞ୍ଜେଲିନା ଫ୍ରାଇଡମ୍ୟାନ୍‌। କରୋନାକୁ ହରାଇବାରେ ଆଞ୍ଜେଲିନା ବିଶ୍ୱର ସବୁଠାରୁ ବୟସ୍କା ମହିଳା ବୋଲି ଜଣାଯାଇଛି।

୨ ଥର କରୋନାରେ ସଂକ୍ରମିତ ହୋଇ ମଧ୍ୟ ଏହି ମହାମାରୀକୁ ହରାଇବାରେ ସଫଳ ହୋଇପାରିଛନ୍ତି ଆଞ୍ଜେଲିନା । ଜୀବନ ଯୁଦ୍ଧରେ ବିଜୟୀ ହେବାର ସ୍ୱାଦ ଏହା ପୂର୍ବରୁ ମଧ୍ୟ ସେ ଚାଖି ସାରିଛନ୍ତି । ଏହା ପୂର୍ବରୁ ମଧ୍ୟ ସେ ୧୯୧୮ ମସିହାରେ ଆସିଥିବା ସ୍ପେନିଶ ଫ୍ଲୁକୁ ସାମନା କରି ସେଥିରୁ ମୁକୁଳି ଆସିଥିଲେ।

ଏହାପରେ ଆଞ୍ଜେଲିନା ଓ ତାଙ୍କ ସ୍ୱାମୀ କ୍ୟାନସରରେ ଆକ୍ରାନ୍ତ ହୋଇଥିବା ବେଳେ ଆଞ୍ଜେଲିନା ମରଣ ମୁହଁରୁ ଫେରି ଆସିଥିଲେ।   ଏହାପରେ କିନ୍ତୁ ତାଙ୍କ ଶ୍ରବଣ ଓ ଦୃଷ୍ଟି ଶକ୍ତି ପ୍ରଭାବିତ ହୋଇଥିବା ଜଣାଯାଇଛି।

ଗତ ମାର୍ଚ୍ଚ ମାସରେ ତାଙ୍କୁ ପ୍ରଥମ ଥର କରୋନା ହୋଇଥିଲା। ସେଥିରୁ ଭଲ ହୋଇ ସାରିବା ପରେ ପୁଣି ଥରେ ଅକ୍ଟୋବରରେ ଏହି ମହାମାରୀ ଦ୍ୱାରା କବଳିତ ହେଲେ। ଏଥର ବି ସେ କରୋନାକୁ ହରାଇ ବେଶ୍‌ ସୁସ୍ଥ ଥିବା ଜଣାଯାଇଛି।

୧୯୧୮ ମସିହା ଅକ୍ଟୋବର ୧୮ ତାରିଖରେ ଜନ୍ମ ଆଞ୍ଜେଲିନା ଛୋଟ ଦିନରୁ ହିଁ ନିଜ ମା’ଙ୍କୁ ହରାଇଥିଲେ। ଏହାପରେ ନିଜ ୨ ଭଉଣୀ ତାଙ୍କୁ ପାଳି ଥିବା ବେଳେ ଏହାପରେ  ସେ ଆମେରିକାର ବ୍ରୁକଲିନ ସହରରେ ସ୍ଥାୟୀ ଭାବେ ବସବାସ କଲେ।

ଅକ୍ଟୋବରରେ ଦ୍ୱିତୀୟ ଥର କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଆଇସୋଲେସନରେ ରଖାଯାଇଥିଲା। ଏହାପରେ ୧୭ ନଭେମ୍ବରରେ ତାଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ଏବେ ସେ ସ୍ୱାଭାବିକ ଜୀବନ ଯାବନ କରୁଛନ୍ତି।

The post ଫ୍ଲୁ. କ୍ୟାନସର ପରେ ୨ ଥର କରୋନାକୁ ହରାଇଲେ ୧୦୨ ବର୍ଷୀୟା ବୃଦ୍ଧା appeared first on Odisha Reporter.



from Odisha Reporter https://ift.tt/3qraJFc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages