ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଣିକି ସ୍କୁଲ୍ ପିଲାଙ୍କର କମିବ ବହି ବ୍ୟାଗ୍ ବୋଝ। ପିଲାଙ୍କ ଓଜନ ଠାରୁ ବହି ବ୍ୟାଗ୍ର ଓଜନ ୧୦ ପ୍ରତିଶତରୁ କମ୍ ରହିବ। ଯଦି ପିଲାର ଓଜନ ୨୦ କେଜି ହୋଇଥିବ ସେ ୨କେଜିି ଓଜନର ବହି ବସ୍ତାନୀ ନେଇ ସ୍କୁଲ ଯିବ। ଯଦି ଏହାଠାରୁ ଅଧିକ ଓଜନର ବସ୍ତାନୀ ଧରି ଛାତ୍ରଛାତ୍ରୀ ସ୍କୁଲକୁ ଯା’ନ୍ତି, ତା’ହେଲେ ସ୍କୁଲ କର୍ତ୍ତୃପକ୍ଷ ଏନେଇ ଅଭିଭାବକଙ୍କୁ ଜଣାଇବେ। ଏନେଇ କେନ୍ଦ୍ର ସରକାର ସବୁ ରାଜ୍ୟକୁ ଚିଠି କରି ଏହି ନିର୍ଦ୍ଦେଶ ଦେଇଛନ୍ତି।
ପ୍ରତି ତିନି ମାସରେ ଗୋଟିଏ ଦିନ ସମସ୍ତ ଛାତ୍ରଛାତ୍ରୀଙ୍କ ସ୍କୁଲ ବସ୍ତାନୀର ଓଜନ ଯାଞ୍ଚ କରାଯିବ। ୨୦୨୧-୨୨ ଶିକ୍ଷା ବର୍ଷରୁ ସମସ୍ତ ରାଜ୍ୟରେ ଏହି ନିୟମ ପାଳନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।
ଏହି ନିୟମ ଅନୁଯାୟୀ, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଛାତ୍ରଛାତ୍ରୀ କ୍ଲାସ ୱାର୍କ ପାଇଁ ଗୋଟିଏ ନୋଟ ବୁକ୍ ବ୍ୟବହାର କରିବେ। ଦ୍ୱିତୀୟରୁ ପଞ୍ଚମ ଶ୍ରେଣୀ ପାଠ ପଢୁଥିବା ଛାତ୍ରଛାତ୍ରୀ ୨ଟି ନୋଟ୍ ବୁକ୍ ବ୍ୟବହାର କରିବେ। ଗୋଟିଏ ନୋଟ୍ ବୁକ୍ ସ୍କୁଲରେ ରହିବ। ଆଉ ଗୋଟିଏ ପିଲାଙ୍କ ବହି ବସ୍ତାନୀରେ ରହିବ।
ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ହୋମୱାର୍କ ଦିଆଯିବନି। ତୃତୀୟରୁ ପଞ୍ଚମ ଶ୍ରେଣୀ ପିଲାଙ୍କୁ ୨ ଘଣ୍ଟାର ହୋମ୍ ୱାର୍କ ଦିଆଯିବ। ଏନେଇ ଗତ ନଭେମ୍ବର ୨୪ରେ କେନ୍ଦ୍ର ସରକାର ସବୁ ରାଜ୍ୟକୁ ଚିଠି କରିଥିବା ବେଳେ ଆଗାମୀ ଶିକ୍ଷା ବର୍ଷରେ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
The post ପିଲାଙ୍କ ପାଇଁ ଗାଇଡ୍ଲାଇନ୍, ଏଣିକି କମିବ ସ୍କୁଲ୍ ବ୍ୟାଗ୍ ଓଜନ appeared first on Odisha Reporter.
from Odisha Reporter https://ift.tt/37kwhfj
No comments:
Post a Comment