କୃଷି ଆଇନ୍: ନେତାଙ୍କ ବହୁରୂପୀ ବେଶ, ସେବେ ସମର୍ଥନ ଏବେ ବିରୋଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 13, 2020

କୃଷି ଆଇନ୍: ନେତାଙ୍କ ବହୁରୂପୀ ବେଶ, ସେବେ ସମର୍ଥନ ଏବେ ବିରୋଧ

ନୂଆଦିଲ୍ଲୀ: ସେପ୍ଟେମ୍ୱର ମାସରେ କେନ୍ଦ୍ର ସରକାର ଆଣିଥିବା ତିନି କୃଷି ଆଇନକୁ କଳା ଆଇନ୍ କହିଛନ୍ତି ଚାଷୀ ସଂଗଠନ ଏବଂ ବିରୋଧୀ। ସରକାର ଏହି ଆଇନକୁ ରଦ୍ଦ ନକରିବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀ ସଂଗଠନ ଚେତାବନୀ ଦେଇଛନ୍ତି। ବିଜେପି କିନ୍ତୁ କହିଛି ଏହି ଆଇନକୁ ନେଇ ବିରୋଧୀ ଦୋମୁହାଁ ନୀତି ଅବଲମ୍ୱନ କରୁଛି। ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଓଟିଭିକୁ ସାକ୍ଷାତକାର ଜରିଆରେ ଏନସିପି ନେତା ତଥା ପୂର୍ବତନ କେନ୍ଦ୍ର କୃଷି ମନ୍ତ୍ରୀ ଶରଦ ପାଓ୍ୱାରଙ୍କ ଦୋମୁହାଁ ନୀତିକୁ ସାମ୍ନାକୁ ଆଣିଥିଲେ। ସେହିପରି ଏହି କୃଷି ଆଇନକୁ ୨୦୧୯ ନିର୍ବାଚନ ବେଳେ କଂଗ୍ରେସ ନିଜ ନିର୍ବାଚନୀ ଇସ୍ତାହାରରେ ପ୍ରକାଶ କରିଥିଲା। କେନ୍ଦ୍ର ସରକାର ଆଣିଥିବା ତିନି ଆଇନ୍ ହେଲା କୃଷି ଉତ୍ପାଦ ବାଣିଜ୍ୟ, କଣ୍ଟ୍ରାକ୍ଟ ଫାର୍ମିଂ, ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ)।

ଆନ୍ଦୋଳନରେ ମୋଟ୍ ୩୧ଟି ଚାଷୀ ସଂଗଠନ ସାମିଲ୍ ହୋଇଛନ୍ତି। ଯେଉଁମାନେ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନରେ ବସିଛନ୍ତି। ଏହି ସଂଗଠନ ମଧ୍ୟରେ ଭାରତୀୟ କିଷାନ ୟୁନିଅନ୍ (ଭିକେୟୁ) ଅନ୍ୟତମ। ଚାଷୀ ଆଇନ୍ ରଦ୍ଦ ପାଇଁ ଦାବି କରିଛି ଏହି ସଂଗଠନ। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଏହି ସଂଗଠନ ସରକାର ଆଣିଥିବା କୃଷି ଆଇନକୁ ଦାବି କରିଥିଲା ଏହି ସଂଗଠନ। କୃଷି ଆଇନ୍ ଆସିବା ପରେ ଏମାନଙ୍କ ଦାବି ପୂରଣ ହୋଇଛି। ହେଲେ ରାଜନୀତିକ ସ୍ଥିତି ପଟ ପରିବର୍ତ୍ତନ କରୁଥିବା ଦେଖି ଏମାନେ ମଧ୍ୟ ସ୍ୱର ବଦଳାଇଛନ୍ତି। ଯାହାର ପ୍ରମାଣ ହେଉଛି ଭିକେୟୁ କରିଥିବା ଏହି ଟ୍ୱିଟ୍।

 

ଭାରତୀୟ କିଷାନ ୟୁନିଅନ୍ ଏହି ଟ୍ୱିଟରେ କହିଛି ଦୀର୍ଘ ଦିନ ଧରି ଏଜଣ୍ଟ କବଳରୁ ଚାଷୀ ମୁକ୍ତି ପାଇବା ପାଇଁ ଦୀର୍ଘ ଦିନ ଧରି ଦାବି କରୁଥିଲେ। ଭିକେୟୁ ମଧ୍ୟ ସମାନ ଦାବି କରୁଥିଲା। ହେଲେ ଏଜେଣ୍ଟଙ୍କ କବଳରୁ ମୁକ୍ତ କରିବାରେ ସରକାର ବିଫଳ ହୋଇଛନ୍ତି। ଭାରତୀୟ କିଷାନ ୟୁନିଅନ୍ ପକ୍ଷରୁ ହୋଇଥିବା ଏହି ଟ୍ୱିଟରେ ସେତେବେଳର କେନ୍ଦ୍ରମନ୍ତ୍ରୀ ରାମ ବିଳାଶ ପାଶଓ୍ୱାନ, ପଞ୍ଜାବ ସରକାର, ଜୟରାମ ରମେଶ ଏବଂ ଦ ଟ୍ରିବ୍ୟୁନକୁ ଟାଗ୍ କରାଯାଇଛି। ଏହି ଟ୍ୱିଟ୍ ଭେକିୟୁ ତରଫରୁ ମାର୍ଚ୍ଚ ୨, ୨୦୧୯ରେ ହୋଇଥିଲା। ସୂଚନାଯୋଗ୍ୟ, କଣ୍ଟ୍ରାକ୍ଟ ଫାର୍ମିଂ ଜରିଆରେ ଚାଷୀଙ୍କୁ ମଣ୍ଡି ବାହାରେ ଫସଲ ବିକ୍ରି କରିବାକୁ ଆଇନରେ ବ୍ୟବସ୍ଥା କରିଛନ୍ତି। ଏମିତି ହେଲେ ଏଜେଣ୍ଟ ଏବଂ କମିଶନଙ୍କ ଦାଉରୁ ଚାଷୀ ବର୍ତ୍ତି ପାରିବେ ଓ ଅଧିକ ଲାଭ ପାଇପାରିବେ। ଏବେ କିନ୍ତୁ ଏହି ବ୍ୟବସ୍ଥାକୁ ବିରୋଧ କରୁଛି ଏହି ସଂଗଠନ। ଏଥିସହ ଏମଏସପିରୁ କମ୍ ଦାମରେ ଚାଷୀ ପାଖରୁ ବେପାରୀ ବା କମ୍ପାନୀ ଫସଲ କିଣିଲେ ଜେଲ୍ ପାଇଁ ଦାବି କରିଛି ଭିକେୟୁ। ଏବେ ସରକାରଙ୍କ ଏହି ଆଇନକୁ ବିରୋଧ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛି ଏହି ଚାଷୀ ସଂଗଠନ।

ସେହିପରି ଓଟିଭିକୁ ସାକ୍ଷାତକାର ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଥିଲେ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ନିଜ ନିର୍ବାଚନୀ ଇସ୍ତାହାରରେ ସ୍ପଷ୍ଟ ଭାବରେ କହିଥିଲା କ୍ଷମତାକୁ ଆସିଲେ ମଣ୍ଡି ବ୍ୟବସ୍ଥାରେ ସଂଶୋଧନ କରାଯିବ। କଣ୍ଟ୍ରାକ୍ଟ ଫାର୍ମିଂ ବା ଚୁକ୍ତି ଭିତ୍ତିକ ଚାଷକୁ ଲାଗୁ କରିବା ନେଇ ପ୍ରତିଶ୍ରୁତି ଦେଇଥିଲା। ସେହିପରି ୨୦୧୩ରେ ରାହୁଲ ଗାନ୍ଧୀ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ କରିଥିଲେ। ଯେଉଁଥିରେ ଫଳ ଏବଂ ପରିବାକୁ ମଣ୍ଡି ବ୍ୟବସ୍ଥାରୁ ବାଦ୍ ଦେବା ପାଇଁ ନିଷ୍ପତ୍ତି ହୋଇଥିଲା। ମନମୋହନ ସିଂହ ସରକାର ସମୟରେ ନୀତି ଆୟୋଗ ମଧ୍ୟ ସମାନ ପ୍ରସ୍ତାବ ଦେଇଥିଲା।

ସେହିପରି ମନମୋହନ ସିଂ ସରକାର ବେଳେ ଏବେର ଏନସିପି ସୁପ୍ରିମୋ ଶରଦ ପାଓ୍ୱାର କୃଷି ମନ୍ତ୍ରୀ ଥିଲେ। ସେତେବେଳେ ରାଜ୍ୟ ସରକାରଙ୍କୁ ଚିଠି ଲେଖି ମଣ୍ଡି ବ୍ୟବସ୍ଥାକୁ ଘରୋଇ କରଣ କରିବାକୁ ପ୍ରସ୍ତାବ ଦେଇଥିଲେ। ନହେଲେ କେନ୍ଦ୍ର ସରକାର ପାଣ୍ଠି ଯୋଗାଇବା ବନ୍ଦ କରିଦେବେ ବୋଲି କହିଥିଲେ। ସେତେବେଳେ ଏହାକୁ ଟିଏମସି, ଆରଜେଡି, ଏନସିପି, ନ୍ୟାଶନାଲ କନଫରେନସ, ଟିଡିପି ଏବଂ ଅଣ ବିଜେପି ଦଳ ସରକାରରେ ସାମିଲ୍ ଥିଲେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, କୃଷି ଆଇନକୁ ବିରୋଧ କରି ବିରୋଧୀ ନିକଟରେ ରାଷ୍ଟ୍ରପତିଙ୍କୁ ଭେଟିଥିଲେ। ଚାଷୀଙ୍କ ଦାବି ଅନୁଯାୟୀ ଆଇନ୍ ରଦ୍ଦ ହେବା ଦରକାର ବୋଲି ରାଷ୍ଟ୍ରପତିଙ୍କ ନିକଟରେ ଦାବି କରିଛନ୍ତି। ଏନସିପି ନେତା ଶରଦ ପାଓ୍ୱାର କହିଥିଲେ ଚାଷୀ ମାନେ ଥଣ୍ଡା କାକରରେ ପଡ଼ି ରହିଛନ୍ତି। ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରି ଚାଷୀ ତାଙ୍କ ଅଧିକାର ଦାବି କରୁଛନ୍ତି। ସରକାର ତୁରନ୍ତ ଚାଷୀଙ୍କ ଦାବିକୁ ଶୁଣିବା ଦରକାର।

ସେହିପରି ତିନି କୃଷି ଆଇନ୍ ଏବଂ ସଂଶୋଧିତ ବିଦ୍ୟୁତ୍ ବିଲକୁ ସଂସଦରେ ଅଗାଣତାନ୍ତ୍ରିକ ଭାବରେ ପାରିତ କରାଯାଇଛି। ତୁରନ୍ତ ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ସିପିଆଇ-ଏମ୍ ନେତା ସୀତାରାମ ୟେଚୁରୀ। ଏହି ତିନି କୃଷି ଆଇନ ଚାଷୀ ବିରୋଧୀ ତେଣୁ ଏହାକୁ ରଦ୍ଦ କରିବା ଦରକାର। ଏହା ଚାଷୀ ବିରୋଧୀ ବୋଲି ବୋଲି କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ କହିଛନ୍ତି।

The post କୃଷି ଆଇନ୍: ନେତାଙ୍କ ବହୁରୂପୀ ବେଶ, ସେବେ ସମର୍ଥନ ଏବେ ବିରୋଧ appeared first on Odisha Reporter.



from Odisha Reporter https://ift.tt/3a2Zhd8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages