ମୁଖ୍ୟମନ୍ତ୍ରୀଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 17, 2020

ମୁଖ୍ୟମନ୍ତ୍ରୀଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ

ରାଞ୍ଚି: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ। ମୁମ୍ୱାଇର ଜଣେ ମଡେଲ ଏହି ଅଭିଯୋଗ ଆଣିଛନ୍ତି। ବିଭିନ୍ନ ମିଡିଆରେ ଏହି ଖବର ପ୍ରକାଶ ପାଇବା ପରେ ଜାତୀୟ ମହିଳା କମିଶନ ମାମଲାକୁ ଗୁରୁତର ସହ ନେଇଛନ୍ତି। ପୀଡ଼ିତା ଜଣଙ୍କ ମୁମ୍ବାଇର ଜଣେ ମଡେଲ୍।

ମହିଳା କମିଶନ କହିଛନ୍ତି ହେମନ୍ତଙ୍କ ବିରୋଧରେ କେବଳ ଦୁଷ୍କର୍ମ ନୁହେଁ ଧମକ ଦେବାର ଅଭିଯୋଗ ମଧ୍ୟ ରହିଛି। ୨୦୧୩ରେ ହେମନ୍ତ ମୁଖ୍ୟମନ୍ତ୍ରୀ ନଥିବା ବେଳେ ଏହି ଅଭିଯୋଗ ଆଣିଥିଲେ ମଡେଲ ଜଣଙ୍କ। ଏବେ ମାମଲାର ଷ୍ଟାଟସ ରିପୋର୍ଟ କଣ ରହିଛି ଜାଣିବା ପାଇଁ ମହାରାଷ୍ଟ୍ର ଡିଜିପିଙ୍କୁ ଜବାବ ମାଗିଛନ୍ତି ଜାତୀୟ ମହିଳା କମିଶନ। ମଡେଲ ହେମନ୍ତ ସୋରେନଙ୍କ ସହ ସୁରେଶ ନାଗରେ ନାମକ ବ୍ୟକ୍ତିଙ୍କ ନାମ ମଧ୍ୟ ଅଭିଯୋଗ ରହିଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ଜୁଲାଇରେ ଗୋଡାର ସାଂସଦ ନିଶିକାନ୍ତ ଦୁବେ ପ୍ରଥମେ ଏହି ଘଟଣାକୁ ସାମ୍ନାକୁ ଆଣିଥିଲେ। ଦୁଷ୍କର୍ମ ପରେ ମଡେଲ ଜଣଙ୍କୁ ଅପହରଣ କରାଯାଇଥିବା ସେ ଅଭିଯୋଗ କରିଥିଲେ। ପରେ ମାମଲାଟି ଆପୋଷ ସମାଧାନ ହୋଇଥିଲା।

ଜଣେ ମୁଖ୍ୟମନ୍ତ୍ରୀଙ୍କ ନାମରେ ଏଭଳି ଅଭିଯୋଗ ଆସିଛି। ତେଣୁ ମହାରାଷ୍ଟ୍ର ଡିଜିପି ମାମଲାକୁ ପୁଣିଥରେ ଖୋଲି ନ୍ୟାୟ ଦେବା ଦରକାର ବୋଲି ଏହି ବିଜେପି ସାଂସଦ ଟ୍ୱିଟ୍ କରି ସରକାରକୁ କହିଥିଲେ।

The post ମୁଖ୍ୟମନ୍ତ୍ରୀଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ appeared first on Odisha Reporter.



from Odisha Reporter https://ift.tt/2LO3rLR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages