ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନର ପରୀକ୍ଷଣ କେନ୍ଦ୍ରରୁ ଏକ ଉନ୍ନତ ମାନର ମିଜାଇଲ ପରୀକ୍ଷା କରାଯିବ। ଏଥିପାଇଁ ଡିଆରଡିଓର ପରୀକ୍ଷଣ କେନ୍ଦ୍ରଠାରୁ ଅଢେଇ କିଲୋମିଟର ଦୂରତା ମଧ୍ୟରେ ଥିବା ୪ଟି ପଞ୍ଚାୟତର ୬ଖଣ୍ଡ ଗାଁର ଲୋକଙ୍କୁ ଅସ୍ଥାୟୀ ଭାବେ ବିସ୍ଥାପିତ କରାଯାଉଛି ।
ଏହି ପଞ୍ଚାୟତର ପାଖାପାଖି ୮ ହଜାର ଲୋକଙ୍କୁ ପରୀକ୍ଷା ସରିବା ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ୪ଟି ବାତ୍ୟା ଆଶ୍ରୟ ସ୍ଥଳୀରେ ରଖାଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହୋଇଛି । ଆଜି ଭୋରରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବା ପ୍ରକ୍ରିୟା ଚାଲିଛି ।
ଏଥିପାଇଁ ପ୍ରତି ବଡ ଲୋକଙ୍କୁ ମୁଣ୍ଡପିଛା ୩ଶହ ଟଙ୍କା, ଛୋଟ ପିଲାଙ୍କୁ ଦେଢଶହ ଟଙ୍କା, ଖାଦ୍ୟ ବାବଦରେ ୪୦ ଟଙ୍କା, ଆମୋଦ ପ୍ରମୋଦ ପାଇଁ ବଡଙ୍କୁ ୧୫ ଏବଂ ଛୋଟ ପିଲାଙ୍କ ବାବଦରେ ୧୦ ଟଙ୍କା ଲେଖା ପ୍ରତିରକ୍ଷା ବିଭାଗ ପକ୍ଷରୁ ଦିଆଯିବ ।
ସେହିପରି ଘରେ ଚାବି ପକା ବାବଦରେ ପ୍ରତି ପରିବାରକୁ ୪୦ ଟଙ୍କା, ଗୋଖାଦ୍ୟ ପାଇଁ ଶହେ ଟଙ୍କା ଏବଂ ଚିଙ୍ଗୁଡି ଘେରିରେ କାମ କରୁଥିବା ଅଢେଇ ହଜାର ଲୋକଙ୍କୁ ମୁଣ୍ଡପିଛା ୩୦୦ ଟଙ୍କା ଲେଖାଏଁ ଦିଆଯିବାର ବ୍ୟବସ୍ଥା ହୋଇଛି । ତେବେ କି ମିଜାଇଲ ପରୀକ୍ଷା କରାଯିବ ସେ ସମ୍ପର୍କରେ ତଥ୍ୟ ଗୋପନ ରଖାଯାଇଛି ।
The post ଆଜି ଚାନ୍ଦିପୁରରେ ହେବ ମିଜାଇଲ ପରୀକ୍ଷଣ, ୮ ହଜାର ଲୋକଙ୍କୁ କରାଯାଉଛି ବିସ୍ଥାପିତ appeared first on Odisha Reporter.
from Odisha Reporter https://ift.tt/2WEke6f
No comments:
Post a Comment