ଭାରତ ଆସି ନ ପାରନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଜନସନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 22, 2020

ଭାରତ ଆସି ନ ପାରନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଜନସନ

ନୂଆଦିଲ୍ଲୀ: ଆସନ୍ତା ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଭାରତ ଗସ୍ତକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ବ୍ରିଟେନରେ ଏବେ କରୋନା ଭାଇରସର ନୂଆ ରୂପ ଆତଙ୍କ ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ବ୍ରିଟେନ ଫେରନ୍ତାଙ୍କ ଉପରେ ଭାରତ ସରକାର କଟକଣା ଲଗାଇଛନ୍ତି।

ଏପରି କି ଡିସେମ୍ବର ୩୧ ଯାଏ ବ୍ରିଟେନ ସହ ବିମାନ ସେବା ସମ୍ପର୍କଚ୍ଛିନ୍ନ କରାଯାଇଛି। କରୋନାର ନୂଆ ଷ୍ଟ୍ରେନର ଭୟାବହତାକୁ ଦୃଷ୍ଟିରେ ରଖି ଜନସନଙ୍କ ଭାରତ ଗସ୍ତ ସମ୍ଭବ ହୋଇ ନପାରେ ବୋଲି ବ୍ରିଟେନର ବରିଷ୍ଠ ଡାକ୍ତର ଚାନ୍ଦ ନାଗପଲ ଆକଳନ କରିଛନ୍ତି।

ବ୍ରିଟିଶ ମେଡିକାଲ ଆସୋସିଏସନର ମୁଖ୍ୟ ଡା.ନାଗପଲ କହିଛନ୍ତି, ଜନସନଙ୍କ ଗସ୍ତକୁ ନେଇ ଏବେଠାରୁ ବ୍ରିଟିଶ ସରକାର ଆକଳନ ନ କରିପାରନ୍ତି। ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଆଉ କିଛି ସମୟ ଲାଗିପାରେ। କିନ୍ତୁ, ଯଦି କରୋନା ସଂକ୍ରମଣ ଏଭଳି ଭାବେ ଲାଗି ରହିବ ଓ ନୂଆ ଷ୍ଟ୍ରେନ ଆତଙ୍କ ସୃଷ୍ଟି କରିବ, ତା’ହେଲେ ବୋରିସଙ୍କ ଭାରତ ଗସ୍ତ ଅସମ୍ଭବ ହୋଇପଡ଼ିବ।

କରୋନାର ନୂଆ ଷ୍ଟ୍ରେନକୁ ମୁକାବିଲା କରିବା ପାଇଁ ଆମକୁ ବ୍ୟବସ୍ଥା କରିବାକୁ ପଡ଼ିବ। ଲଣ୍ଡନ ଓ ବ୍ରିଟେନର ବିଭିନ୍ନ ପ୍ରାନ୍ତରେ ଯଦି ଆମେ କଠୋର ଲକଡାଉନ ବ୍ୟବସ୍ଥା ଲାଗୁ କରି କରୋନାର ସଂକ୍ରମଣକୁ ରୋକି ପାରିବୁ, ତା’ହେଲେ ବୋରିସ ଜନସନ ଭାରତ ଗସ୍ତ କରିପାରନ୍ତି।

ଭାଇରସ ପ୍ରତିଦିନ ନୂଆ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ତେଣୁ ବୋରିସଙ୍କ ଭାରତ ଗସ୍ତକୁ ଆହୁରି ୫ ସପ୍ତାହ ରହିଛି। ଯଦି ଗସ୍ତ ସମୟରେ ସ୍ଥିତି ନିୟନ୍ତ୍ରଣାଧୀନ ଥିବ, ତା’ହେଲେ ସେ ନିଶ୍ଚିତ ଭାରତ ଗସ୍ତ କରିପାରନ୍ତି ବୋଲି ସେ ସୂଚନା ଦେଇଛନ୍ତି।

ସେପ୍ଟେମ୍ବର ମାସରୁ ଦକ୍ଷିଣ ଇଂଲଣ୍ଡରେ ନୂଆ ଷ୍ଟ୍ରେନ ମିଳିଲାଣି। ଏହାପୂର୍ବାପେକ୍ଷା ଅଧିକ ମାରାତ୍ମକ ଓ ଅଧିକ ବେଗରେ ସଂକ୍ରମଣ କରୁଥିବା ଜଣାପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ଏକାଧିକ ରାଷ୍ଟ୍ର ବ୍ରିଟେନକୁ ବିମାନ ସେବା ବାତିଲ କରିଛନ୍ତି। ବ୍ରିଟେନ ସରକାର ମଧ୍ୟ ଲଣ୍ଡନ ଓ ଦକ୍ଷିଣ ଇଂଲଣ୍ଡରେ ଲକଡାଉନ ଲାଗୁ କରି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରୁଛନ୍ତି।

The post ଭାରତ ଆସି ନ ପାରନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଜନସନ appeared first on Odisha Reporter.



from Odisha Reporter https://ift.tt/2M2UcHN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages