ପୁଣି ବଢ଼ିଲା ମମତାଙ୍କ ଚିନ୍ତା: କ୍ୟାବିନେଟ ବୈଠକରେ ଯୋଗଦେଲେନି ୪ ମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 22, 2020

ପୁଣି ବଢ଼ିଲା ମମତାଙ୍କ ଚିନ୍ତା: କ୍ୟାବିନେଟ ବୈଠକରେ ଯୋଗଦେଲେନି ୪ ମନ୍ତ୍ରୀ

କୋଲକାତା: ଆସନ୍ତାବର୍ଷ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ କ୍ଷମତାସୀନ ତୃଣମୂଳ କଂଗ୍ରେସର ଚିନ୍ତା ବଢ଼ିବାରେ ଲାଗିଛି। ଏକାଧିକ ବିଧାୟକ ଓ ନେତା ଟିଏମକୁ ବାଏବାଏ କହୁଥିବା ବେଳେ ଏବେ କ୍ୟାବିନେଟ୍‌ ବୈଠକ ବେଳେ କମ୍ପନ ଦେଖିବାକୁ ମିଳିଛି।

ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ୍ୟାବିନେଟ୍‌ ବୈଠକ ଡାକିଥିଲେ। ହେଲେ ଏହି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ରେ ୪ ଜଣ ସଦସ୍ୟ ଯୋଗଦେଇ ନାହାନ୍ତି। ସେମାନେ କାହିଁକି ବୈଠକରେ ଯୋଗଦେଲେନି ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କୁହାଯାଉଛି, ଏହି ୪ ମନ୍ତ୍ରୀ ମଧ୍ୟ ଅନ୍ୟ ଟିଏମସି ନେତାଙ୍କ ଭଳି ନିର୍ବାଚନ ପୂର୍ବରୁ ଦଳ ବଦଳ କରିବେ।

ତେବେ ଟିଏମସିର ସାଧାରଣ ସମ୍ପାଦକ ପାର୍ଥ ଚାଟାର୍ଜୀ ଘଟଣାରେ ତାଳି ପକାଇବାକୁ ଉଦ୍ୟମ କରିଛନ୍ତି। ସେ କହିଛନ୍ତି, ଅନୁପସ୍ଥିତି ଥିବା ଚାରିଜଣଙ୍କ ମଧ୍ୟରୁ ତିନିଜଣ କାହିଁକି ଆସିଲେ ନାହିଁ, ତା’ର କାରଣ ଦଳକୁ ଅବଗତ କରାଇଛନ୍ତି। ଆଉ ଜଣେ ମନ୍ତ୍ରୀଙ୍କ ସହ ଆମର ଯୋଗାଯୋଗ ହୋଇପାରିନାହିଁ। ସମସ୍ତେ ଆମ ଦଳ ସହ ରହିଛନ୍ତି। ଏହାକୁ ନେଇ ଅଯଥା ବିବାଦ କରିବା ଅନୁଚିତ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଜଙ୍ଗଲ ବିଭାଗର କ୍ୟାବିନେଟ ମନ୍ତ୍ରୀ ରାଜୀବ ବାନାର୍ଜୀଙ୍କ ଅନୁପସ୍ଥିତି ସମସ୍ତଙ୍କୁ ସନ୍ଦେହ ଘେରକୁ ଠେଲି ଦେଇଛି। କାରଣ ସେ ନଭେମ୍ବର ମାସ ଠାରୁ ଟିଏମସରେ ରହି ଦଳକୁ ନିୟମିତ ସମାଲୋଚନା କରି ଆସୁଛନ୍ତି। ଏବେ ସେ ଦଳ ବଦଳ କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି।

ନଭେମ୍ବର ମାସରେ କୋଲକାତାରେ ଆୟୋଜିତ ଏକ ସାଧାରଣ ସଭାରେ ସେ କହିଥିଲେ ଯେ ଟିଏମସିରେରେ ଯେଉଁମାନେ ‘ହଁ ହଜୁର’ କହିବେ, ସେମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଛି। ସେହିପରି ଟିଏମସିରେ ଚାଲିଥିବା ପରିବାରବାଦ ଓ ପ୍ରିୟାପ୍ରୀତି ତୋଷଣ ନୀତି ସମ୍ପର୍କରେ ମଧ୍ୟ ସେ ମୁହଁ ଖୋଲି ବିବାଦ ସୃଷ୍ଟି କରିଥିଲେ। ସେବେଠାରୁ ଦଳ ସହ ତାଙ୍କର ତିକ୍ତତା ଲାଗି ରହିଛି।

ମଙ୍ଗଳବାର ବୈଠକରେ ଅନୁପସ୍ଥିତ ଥିବା ଉତ୍ତର ବେଙ୍ଗଲ ବିକାଶ ମନ୍ତ୍ରୀ ରବୀନ୍ଦ୍ରନାଥ ଘୋଷ ଅନୁପସ୍ଥିତ ରହିବା ପଛର କାରଣ ସମ୍ପର୍କରେ କହିଛି ଯେ ସେ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଦ୍ୱାର ଦ୍ୱାର କାର୍ଯ୍ୟକ୍ରମରେ ବ୍ୟସ୍ତ ରହିଛନ୍ତି। ଏହି କାର୍ଯ୍ୟକ୍ରମ ଜରିଆରେ ମମତା ସରକାର ଲୋକଙ୍କ ଘର ଘର ବୁଲି ସରକାରୀ ଯୋଜନା ସମ୍ପର୍କରେ ଅବଗତ କରାଉଛନ୍ତି।

ସେହିପରି ପର୍ଯ୍ୟଟନ ମନ୍ତ୍ରୀ ଗୌତମ ଦେବ ଅସୁସ୍ଥ ରହିଛନ୍ତି ଓ ମନ୍ତ୍ରୀ ଚନ୍ଦ୍ରନାଥ ସିହ୍ନା ଆସନ୍ତା ସପ୍ତାହରେ ହେବାକୁ ଥିବା ମମତା ବାନାର୍ଜୀଙ୍କ ଗସ୍ତକୁ ନେଇ ବ୍ୟସ୍ତ ଥିବାରୁ ବୈଠକରେ ଯୋଗଦେଇ ପାରି ନଥିବା କହିଛନ୍ତି।

The post ପୁଣି ବଢ଼ିଲା ମମତାଙ୍କ ଚିନ୍ତା: କ୍ୟାବିନେଟ ବୈଠକରେ ଯୋଗଦେଲେନି ୪ ମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/2WEEeFQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages