ହାଇଦ୍ରାବାଦ ପୌର ନିର୍ବାଚନ, ଓଓ୍ୱେସୀଙ୍କ ଗଡ଼ରେ ବିଜେପି ଆଗୁଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 3, 2020

ହାଇଦ୍ରାବାଦ ପୌର ନିର୍ବାଚନ, ଓଓ୍ୱେସୀଙ୍କ ଗଡ଼ରେ ବିଜେପି ଆଗୁଆ

ହାଇଦ୍ରାବାଦ: ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲଟି କର୍ପୋରେସନର ୧୫୦ ଆସନ ପାଇଁ ଭୋଟ୍ ଗଣତି ଚାଲିଛି। ଏଆଇଏମଆଇଏମର ସୁପ୍ରିମୋ ଅସଦୁଦ୍ଦିନ ଓଓ୍ୱେସୀଙ୍କ ଗଡ଼ ଭାବରେ ପରିଚିତ ଏହି ଏରିଆ। ଶୁକ୍ରବାର ସକାଳ ୮ଟାରୁ ଭୋଟ୍ ଗଣନା ଆରମ୍ଭ ହୋଇଛି। ଭୋଟ୍ ଗଣତି ଆରମ୍ଭରୁ ବିଜେପି ଆଗରେ ଥିବା ବେଳେ ତେଲେଙ୍ଗାନାର ଶାସକ ଦଳ ଟିଆରଏସ ପଛରେ ରହିଛି।

ବିଜେପି ୭୮ଟି ଆସନରେ ଆଗରେ ଥିବା ବେଳେ ଟିଆରଏସ ୩୨ଟି ଏବଂ ଏଆଇଏମଆଇଏମ ୧୬ଟି ଆସନରେ ଆଗରେ ରହିଛି। ପୋଷ୍ଟାଲ ଭୋଟ୍ ଗଣତି ପରେ ଏହି ଫଳାଫଳ ଆସିଥିବା ସୂଚନା ରହିଛି।

ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନ୍ ହେଉଛି ଦେଶର ବୃହତ୍ତମ ମ୍ୟୁନିସିପାଲିଟି ମଧ୍ୟରୁ ଅନ୍ୟତମ। ଏହି ମ୍ୟୁନିସିପାଲିଟି କର୍ପୋରେସନ୍ ୪ଟି ଜିଲ୍ଲାକୁ ନେଇ ତିଆରି ହୋଇଛି। ଯେଉଁଥିରେ ହାଇଦ୍ରାବାଦ, ରଙ୍ଗାରେଡି, ମେଡଚାଲ୍-ମାଲକଜଗିରି ଏବଂ ସାଙ୍ଗାରେଡି ଜିଲ୍ଲା ରହିଛି। ଏହି ଚାରୋଟି ଜିଲ୍ଲାର ୨୪ଟି ବିଧାନସଭା ନିର୍ବାଚନମଣ୍ଡଳୀ ଏବଂ ତେଲେଙ୍ଗାନାରେ ୫ଟି ଲୋକସଭା ଆସନ ଏହି ମ୍ୟୁନିସିପାଲଟି ଅଧୀନରେ ରହିଛି। ତେଣୁ ବିଜେପି, ଟିଆରଏସ, ଏଆଇଏମଆଇଏମ୍ ନିର୍ବାଚନରେ ବିଜୟୀ ହେବା ପାଇଁ ସମସ୍ତ ଶକ୍ତି ବ୍ୟବହାର କରିଛନ୍ତି।

ଅନ୍ୟପଟେ ପ୍ରଥମ ଥର ପାଇଁ ବିଜେପି ଦେଶର ମ୍ୟୁନିସିପାଲିଟି କର୍ପୋରେସନ୍ ନିର୍ବାଚନରେ ​​ଅତ୍ୟଧିକ ଆକ୍ରମଣାତ୍ମକ ପ୍ରତିଦ୍ୱନ୍ଦ୍ୱିତା କରିଛି। ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଛାଡ଼ି ଦେଲେ ବିଜେପି ସଭାପତି ଜେପି ନାଡା, ୟୁପି ମୁଖ୍ୟ ଯୋଗୀ ଆଦିତ୍ୟନାଥ, ଗୃହମନ୍ତ୍ରୀ ଅମିତ ଶାହା, ସ୍ମୃତି ଇରାନୀ ହାଇଦ୍ରାବାଦରେ ପ୍ରଚାର କରିଛନ୍ତି। ପ୍ରଚାର ବେଳେ ବିଜେପି ମେୟର ଆସନ ହାତେଇବ ବୋଲି କହିଛି।

ମୋଟ୍ ୩୦ଟି ସ୍ଥାନରେ ଭୋଟ୍ ଗଣତି ଚାଲିଛି। ୮,୧୫୨ କର୍ମଚାରୀ ଭୋଟ୍ ଗଣତିରେ ନିୟୋଜିତ ହୋଇଛନ୍ତି। ପ୍ରତ୍ୟେକ ଭୋଟ୍ ଗଣତି କେନ୍ଦ୍ରରେ ସିସିଟିଭି କ୍ୟାମେରାରେ ଲଗାଯାଇଛି। ନିର୍ବାଚନରେ ​​ବାଲାଟ ପେପର ବ୍ୟବହାର କରାଯାଇଛି, ତେଣୁ ଅପରାହ୍ନ କିମ୍ବା ସନ୍ଧ୍ୟା ସୁଦ୍ଧା ଫଳାଫଳ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।

ଡିସେମ୍ବର ୧ରେ ଅନୁଷ୍ଠିତ ନିର୍ବାଚନରେ ​​୭୪.୬୭ ଲକ୍ଷ ପଞ୍ଜୀକୃତ ଭୋଟରଙ୍କ ମଧ୍ୟରୁ କେବଳ ୩୪.୫୦ ଲକ୍ଷ (୪୬.୫୫ପ୍ରତିଶତ) ଭୋଟର ନିଜର ଅଧିକାର ସାବ୍ୟସ୍ତ କରିଛନ୍ତି।

ସୂଚନାଯୋଗ୍ୟ, ଗତ ନିର୍ବାଚନରେ ୧୫୦ ଆସନରୁ ଟିଆରଏସ୍ ୯୯, ଏଆଇଏମଆଇଏମ  ୪୪, ବିଜେପି ୩, କଂଗ୍ରେସ ୨ଟି ଆସନରେ ଜିତିଥିଲା।

The post ହାଇଦ୍ରାବାଦ ପୌର ନିର୍ବାଚନ, ଓଓ୍ୱେସୀଙ୍କ ଗଡ଼ରେ ବିଜେପି ଆଗୁଆ appeared first on Odisha Reporter.



from Odisha Reporter https://ift.tt/33GQ5Ht

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages