ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ବଜରଗୁମା ଗ୍ରାମ ନିକଟ ଏକ ବୁଦା ଭିତରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ସୋରଡ଼ା ପୁଲିସ୍ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।
ଆଜି ସ୍ଥାନୀୟ ଲୋକେ ଉକ୍ତ ବାଟ ଦେଇ ଯାଉଥିବା ବେଳେ ଦୁର୍ଗନ୍ଧ ହେବାରୁ ଖୋଜାଖୋଜି କରି ନିକଟସ୍ଥ ବୁଦାମୂଳେ ଜଣେ ମହିଳାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ମୁହଁଟି ସମ୍ପୂର୍ଣ ପୋଡି ଯାଇଥିବାରୁ ବର୍ତ୍ତମାନ ସୁଦ୍ଧା ମହିଳାଙ୍କ ପରିଚୟ ଜଣାପଡିନି। କିନ୍ତୁ ତାଙ୍କ ବୟସ ୨୫ରୁ ୩୦ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଥିବା ବେଳେ ସେ ବିବାହିତା ବୋଲି ଜଣାପଡ଼ିଛି।
ପ୍ରାୟ ୩ ଦିନରୁ ଊର୍ଦ୍ଧ୍ୱ ହେବ ମହିଳାଙ୍କ ମୃତଦେହ ଏଠାରେ ପଡ଼ିଥିବା ପୁଲିସ୍ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। କେହି ଦୁର୍ବୃତ୍ତ ମହିଳାଙ୍କୁ ପ୍ରଥମେ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ମୁହଁଟିକୁ ପୋଡି ଏଠାକୁ ଆଣି ପିଙ୍ଗି ଦେଇଥିବା ଅନୁମାନ କରୁଛି ପୁଲିସ୍। ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି।
The post ବିଲରୁ ମିଳିଲା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ appeared first on Odisha Reporter.
from Odisha Reporter https://ift.tt/3oot2ck
No comments:
Post a Comment