ଦୋଷୀ ନେତାଙ୍କୁ ଆଜୀବନ ବ୍ୟାନ୍ ପିଆଇଏଲକୁ ବିରୋଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 3, 2020

ଦୋଷୀ ନେତାଙ୍କୁ ଆଜୀବନ ବ୍ୟାନ୍ ପିଆଇଏଲକୁ ବିରୋଧ

ନୂଆଦିଲ୍ଲୀ: ଯେକୌଣସି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ରାଜନେତାଙ୍କୁ ଜୀବନସାରା ନିର୍ବାଚନ ଲଢ଼ିବାକୁ ଅନୁମତି ଦିଆନଯାଉ।  ଏ ନେଇ ସୁପ୍ରିମକୋର୍ଟରେ ଏକ ପିଆଇଏଲ୍ ବା ଜନସ୍ୱାର୍ଥ ମାମଲା ଦାଏର ହୋଇଛି। ବିଜେପି ନେତା ତଥା ଆଇନଜୀବୀ ଅଶ୍ୱୀନ ଉପାଧ୍ୟାୟ ଏହି ପିଆଇଏଲ ଦାଏର କରିଛନ୍ତି। ତେବେ ସରକାର କୋର୍ଟରେ ଏହାକୁ ବିରୋଧ କରି ସତ୍ୟପାଠ ଦାଖଲ କରିଛନ୍ତି।

ଜଣେ ନିର୍ବାଚିତ ପ୍ରତିନିଧି କୌଣସି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଛଅ ବର୍ଷ ପାଇଁ ନିର୍ବାଚନ ଲଢ଼ି ନପାରିବା ନେଇ ନିୟମ ରହିଛି। ଏବେ ଏହାକୁ ଆଜୀବନ କରିବା ଦରକାର ବୋଲି ନିଜ ପିଆଇଏଲରେ ଦାବି କରିଛନ୍ତି ଶ୍ରୀ ଉପାଧ୍ୟାୟ। ରିପ୍ରେଜେଣ୍ଟେସନ ଅଫ୍ ପିପୁଲସ ଆକ୍ଟ (ଆରପିଏ)ର ନିୟମକୁ ଆଧାର କରି ସେ ଏହି ଦାବି କରିଛନ୍ତି।

ଅନ୍ୟପକ୍ଷରେ ସରକାର ଏହି ମାମଲାରେ ପକ୍ଷ ରଖି କହିଛନ୍ତି, ୧୯୫୧ ମସିହା ଆରପିଏ ଆଇନର ମୂଳ ଲକ୍ଷ୍ୟ ଅନୁସାରେ ଏହି ପିଆଇଏଲ୍ ଦାବି ଯୁକ୍ତିସଂଗତ ନୁହେଁ।

ଅଶ୍ୱୀନ ଉପାଧ୍ୟାୟ କହିଛନ୍ତି, ଯେତେବେଳେ ଜଣେ କାର୍ଯ୍ୟନିର୍ବାହୀ/ନ୍ୟାୟପାଳିକାର ସଦସ୍ୟ ସାମାନ୍ୟ ଅପରାଧରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ସେତେବେଳେ ତାଙ୍କ ଚାକିରି ପଳାଏ। କିନ୍ତୁ ଜଣେ ନିର୍ବାଚିତ ପ୍ରତିନିଧି ହତ୍ୟା, ଦୁଷ୍କର୍ମ, ଚୋରା ଚାଲାଣ, ଟଙ୍କା ହେରଫେର ଓ ଡକାୟତି ଇତ୍ୟାଦି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେଲେ ଜେଲରୁ ବାହାରିବାର ସର୍ବାଧିକ ଛଅ ବର୍ଷ ପାଇଁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରିବେନି। ତେଣୁ ଆରପିଏର ଧାରା ୮ , ୯ ଏବଂ ସମ୍ବିଧାନର ଧାରା ୧୪ ଅନୁଯାୟୀ ସେମାନଙ୍କ ନିର୍ବାଚନ ଲଢ଼ିବା ଉପରେ ସଂପୂର୍ଣ୍ଣ ରୋକ୍ ଲଗାଯିବା ଦରକାର।

ତେବେ ସେ ତାଙ୍କ ଆବେଦନରେ ଏହା ବି କହିଛନ୍ତି ଯେ, ଦୋଷୀ ସାବ୍ୟସ୍ତ ବ୍ୟକ୍ତି ନିଜର ରାଜନୀତିକ ଦଳ ଗଠନ କରିପାରିବେ କିମ୍ବା ଜେଲରେ ରହି ରାଜନୀତିକ ଦଳର ଅଧିକାରୀ ହୋଇପାରିବେ।

ସୂଚନାଯୋଗ୍ୟ, ସାରା ଦେଶରେ ୪,୪୪୨ଟି ଅପରାଧିକ ମାମଲା ରାଜନେତାଙ୍କ ନାଁରେ ରହିଛି। ସେଥିମଧ୍ୟରୁ କେବଳ ସାଂସଦ ଓ ବିଧାୟକଙ୍କ ନାଁରେ ୨,୫୫୭ ମାମଲା ରହିଛି, ଯେଉଁଗୁଡ଼ିକ ବିଚାରାଧୀନ ରହିଛି।

The post ଦୋଷୀ ନେତାଙ୍କୁ ଆଜୀବନ ବ୍ୟାନ୍ ପିଆଇଏଲକୁ ବିରୋଧ appeared first on Odisha Reporter.



from Odisha Reporter https://ift.tt/2JPyLbV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages