ପାଟନା: ଶନିବାର ବିହାରର ତ୍ରିବେଣୀଗଞ୍ଜ ବିଧାୟିକା ବୀଣା ଭାରତୀଙ୍କ ପୁଅ ବଣ୍ଟିଙ୍କ ଅକାଳ ବିୟୋଗ ଘଟିଛି। କାରରେ ବସିଥିବା ବେଳେ ତାଙ୍କ ମୃତ୍ୟୁ ହୋଇଥିଲା। ଦଶ ଦିନ ତଳେ କାର ମରାମତି କରିବାକୁ ଏକ ଗ୍ୟାରେଜକୁ ଦେଇଥିଲେ। କାର ଆଣିବାକୁ ଯାଇଥିବା ବେଳେ ଗ୍ୟାରେଜ ଭିତରେ କାରରେ ବଣ୍ଟିଙ୍କର ମୃତ୍ୟୁ ହୋଇଥିଲା।
କାର ଆଣିବା ପାଇଁ ବଣ୍ଟି ତାଙ୍କ ଭଣଜା ଶମ୍ଭୁ ପାଶଓ୍ୱାନ ଓ ଡ୍ରାଇଭରଙ୍କୁ ଧରି ମହିନ୍ଦ୍ରା ଶୋରୁମର ଗ୍ୟାରେଜ ଯାଇଥିଲେ। ତେବେ ଗ୍ୟାରେଜ ଭିତରେ ବଣ୍ଟି ହଠାତ୍ ବେହୋଶ ହୋଇଯାଇଥିଲେ। ପରେ ତାଙ୍କ ଡ୍ରାଇଭର ଓ ଭଣଜା ତାଙ୍କୁ କାର ଭିତରେ ବସାଇ ମୁହଁରେ ପାଣି ମାରିଥିଲେ। ହେଲେ ସେ ଆଉ ଶୁଣି ନଥିଲେ କି ଉଠି ନଥିଲେ। ପରେ ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ବଣ୍ଟିଙ୍କୁ ମୃତ ଘୋଷଣା କରିଥିଲେ।
ବଣ୍ଟିଙ୍କର ତିନି ଭାଇ ଭଉଣୀ ରହିଛନ୍ତି। ସେ ବଡ଼ ଥିଲେ। ତାଙ୍କ ବାପା ବିଶ୍ୱ ମୋହନ ଭାରତୀଙ୍କର ପୂର୍ବରୁ ମୃତ୍ୟୁ ହୋଇ ସାରିଛି। ତାଙ୍କ ମାଆ ବୀଣା ଭାରତୀ ତ୍ରିବେଣୀଗଞ୍ଜ ଆସନରୁ ଦ୍ୱିତୀୟ ଥର ଜେଡିୟୁରୁ ବିଧାୟକ ପ୍ରାର୍ଥୀ ହୋଇ ନିର୍ବାଚନ ଜିତିଛନ୍ତି।
The post ଗ୍ୟାରେଜକୁ ଗାଡ଼ି ଆଣିବାକୁ ଯାଇ ଚାଲିଗଲା ବିଧାୟିକାଙ୍କ ପୁଅର ଜୀବନ appeared first on Odisha Reporter.
from Odisha Reporter https://ift.tt/36K3Bfa
No comments:
Post a Comment