ମୁମ୍ବାଇ: ବାହୁବଳୀ ଫେମ ପ୍ରଭାସଙ୍କ ଅପକମିଂ ଫିଲ୍ମ ‘ଆଦିପୁରୁଷ’କୁ ବୟକଟ ଦାବି । ଟ୍ୱିଟରରେ ଏହି ଫିଲ୍ମକୁ ବୟକଟ କରିବା ପାଇଁ ଜୋରଦାର ଟ୍ରେଣ୍ଡ ଆରମ୍ଭ ହୋଇଛି । ସୋଶାଲ ମିଡିଆରା #BoycottAdipurush ଟ୍ରେଣ୍ଡ କରୁଛି ।
ନିକଟରେ ଏହି ଫିଲ୍ମକୁ ନେଇ ପୁଣି ବିବାଦରେ ଫସିଛନ୍ତି ବଲିଉଡ ଅଭିନେତା ସୈଫ ଅଲ୍ଲି ଖାନ। ସେ ଏକ ବିବାଦୀୟ ମନ୍ତବ୍ୟ ଦେଇ ପୁଣିଥରେ ହରଡଘଣାରେ ପଡିଛନ୍ତି । ପ୍ରକୃତରେ ଏହି ଫିଲ୍ମରେ ଲଙ୍କେଶ ବା ରାବଣ ଭୂମିକାରେ ସୈଫଙ୍କୁ ଦଖିବାକୁ ମିଳିବ । ନିକଟରେ ଏକ ସାକ୍ଷାତକାରରେ ସୈଫ ନିଜ ରାବଣ ଭୂମିକା ନେଇ ସୂଚନା ଦେଇଥିଲେ । ରାବଣ ସୀତାଙ୍କୁ ଚୋରି କରିବା ନ୍ୟାୟୋଚିତ ଥିଲା ବୋଲି ସେ କହିଥିଲେ । ତାଙ୍କର ଏହି ମନ୍ତବ୍ୟକୁ ନେଇ ବିବାଦ ତେଜିବାରେ ଲାଗିଛି । ପ୍ରଶଂସକମାନଙ୍କୁ ସୈଫଙ୍କ ଏହି ମନ୍ତବ୍ୟ ପସନ୍ଦ ଆସିନାହିଁ । ଫିଲ୍ମକୁ ବୟକଟ କରିବା ସହ ସୈଫଙ୍କୁ ‘ଆଦିପୁରୁଷ’ରୁ ଆଉଟ୍ କରିବା ପାଇଁ ଦାବି କରିଛନ୍ତି।
#SaifAliKhan names his child after a cruel ruler Taimur.
He quoted that there was no concept of “India”before Britishers.
The final nail in the coffin is him justifying abduction of Maa Sita by Ravan.#RemoveSaifSaveAdipurush or else we’ll #BoycottAdipurush pic.twitter.com/79vefEVJED— We The Hindus (@HindusOfBharat) December 5, 2020
ପୂର୍ବରୁ ମଧ୍ୟ ଫିଲ୍ମ ‘ତାନାଜୀ’ ଏବଂ ଇତିହାସକୁ ନେଇ ସୈଫ ଅଲ୍ଲି ଖାନ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ନିଜ ବିବାଦୀୟ ମନ୍ତବ୍ୟ ପାଇଁ ତାଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡିଥିଲା । ଏଥିସହ ସୋଶାଲ ମିଡିଆରେ ଟ୍ରୋଲର ଶିକାର ମଧ୍ୟ ହୋଇଥିଲେ।
If you want to save #adipurushinmarathi then remove Saif Ali Khan otherwise we #boycottAdipurush choice is yours@omraut #WakeUpOmraut #BoycottBollywood
#SaifAliKhan pic.twitter.com/nfPfEgNhEj— jainsi prerna (@jainsiprerna) December 5, 2020
ନିର୍ଦ୍ଦେଶକ ଓମ ରାଉତଙ୍କ ବିଗ ବଜେଟ ଫିଲ୍ମ ‘ଆଦି ପୁରୁଷ’ । ଏହା ରାମାୟଣର କାହାଣୀ ଉପରେ ଆଧାରିତ । ଏଥିରେ ଭଗବାନ ରାମ ଭୂମିକାରେ ବାହୁବଳୀ ଫେମ୍ ପ୍ରଭାସ ଏବଂ ସୀତା ଭୂମିକାରେ କ୍ରିତି ସାନନ ନଜର ଆସିବେ । ଲଙ୍କେଶ ବା ରାବଣ ଭୂମିକାରେ ସୈଫ ଅଲ୍ଲିଖାନଙ୍କୁ ଦେଖିବାକୁ ମିଳିବ । ଫିଲ୍ମର ଶୁଟିଂ ଆରମ୍ଭ ହୋଇନଥିବା ବେଳେ ଏହାର ରିଲିଜ ଡେଟ କିନ୍ତୁ ଘୋଷଣା ହୋଇସାରିଛି । ୨୦୨୨ଅଗଷ୍ଟ ୧୧ରେ ଫିଲ୍ମଟି ଫ୍ଲୋରକୁ ଆସିବ ।
The post ପ୍ରଭାସଙ୍କ ‘ଆଦିପୁରୁଷ’କୁ ବୟକଟ୍ appeared first on Odisha Reporter.
from Odisha Reporter https://ift.tt/3mQG1TF
No comments:
Post a Comment