ଫ୍ୟାଟରୁ ଫିଟ୍ ହେଲେ ଫରଦିନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 5, 2020

ଫ୍ୟାଟରୁ ଫିଟ୍ ହେଲେ ଫରଦିନ

ମୁମ୍ବାଇ: ବହୁ ଦନ ଧରି ଲାଇମଲାଇଟଠାରୁ ଦୂରରେ ରହିଥିବା ବଲିଉଡ ଅଭିନେତା ଫରଦିନ ଖାନ ଏବେ ପୁଣି ଥରେ କ୍ୟାମେରା ସାମ୍ନାକୁ ଆସିଛନ୍ତି । ଏଥର କିନ୍ତୁ ତାଙ୍କର ନୂଆ ଲୁକ୍ ଦେଖିବାକୁ ମିଳିଛି । ତାଙ୍କ ଚେହେରା ପୁରା ବଦଳି ଯାଇଛି । ସେ ଫ୍ୟାଟରୁ ପୁରାପୁରି ଫିଟ୍  ହୋଇଯାଇଛନ୍ତି ।

୨୦୧୬ରେ ଶେଷଥର ପାଇଁ ଫରଦିନ କ୍ୟାମେରା ସାମ୍ନାକୁ ଆସିଥିଲେ । ତାଙ୍କ ଓଜନ ଏତେ ବଢ଼ି ଯାଇଥିଲା ଯେ ତାଙ୍କୁ ଚିହ୍ନିବା ମୁସକିଲ ହୋଇଯାଇଥିଲା । ମୋଟାପଣ ଯୋଗୁଁ ତାଙ୍କୁ ଟ୍ରୋଲର ଶିକାର ହେବାକୁ ମଧ୍ୟ ପଡିଥିଲା । ଫରଦିନଙ୍କୁ ଦେଖି ତାଙ୍କ ପ୍ରଶଂସକ ଚକିତ ହୋଇଯାଇଥିଲେ । ଏବେ କିନ୍ତୁ ପୁରାପୁରି ଫିଟ୍ ସେପରେ ନଜର ଆସିଛନ୍ତି ଫରଦିନ ।

ଶନିବାର କାଷ୍ଟିଂ ଡାଇରେକ୍ଟର ମୁକେଶ ଛାବଡାଙ୍କ ମୁମ୍ବାଇ ଅଫିସ ବାହାରେ ତାଙ୍କୁ ଦେଖିବାକୁ ମିଳିଛି । ତାଙ୍କ ନୂଆ ଲୁକକୁ ଦେଖିବା ପରେ ସେ ପୁଣିଥରେ ବଲିଉଡକୁ କମବ୍ୟାକ କରିବା ନେଇ ଅଶଙ୍କା କରାଯାଉଛି ।  ୨୦୧୦ରେ ଫରଦିନଙ୍କୁ ଶେଷଥର ପାଇଁ ‘ଦୁଲହା ମିଲ ଗୟା’ ଫିଲ୍ମରେ ନଜର ଆସିଥିଲେ ।

The post ଫ୍ୟାଟରୁ ଫିଟ୍ ହେଲେ ଫରଦିନ appeared first on Odisha Reporter.



from Odisha Reporter https://ift.tt/33N1zca

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages