କରୋନା ଭ୍ୟାକସିନ ପାଇଁ ବ୍ଲୁ ପ୍ରିଣ୍ଟ, ୩୦ ଜିଲ୍ଲାରେ ହେବ ୩୨ ଭ୍ୟାକସିନ୍ ସେଣ୍ଟର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 23, 2020

କରୋନା ଭ୍ୟାକସିନ ପାଇଁ ବ୍ଲୁ ପ୍ରିଣ୍ଟ, ୩୦ ଜିଲ୍ଲାରେ ହେବ ୩୨ ଭ୍ୟାକସିନ୍ ସେଣ୍ଟର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  କରୋନା ଭ୍ୟାକସିନ୍‌କୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍ସୁକତା ଲାଗି ରହିଥିବା ବେଳେ ଏଥିନିମନ୍ତେ ପ୍ରସ୍ତୁତ ରହିବାକୁ କେନ୍ଦ୍ର ବି ରାଜ୍ୟମାନଙ୍କୁ ଗ୍ରୀନ ସିଗନାଲ ଦେଇସାରିଛି। ଏପରି ସ୍ଥିତିରେ ଖୁବ୍‌ ଶୀଘ୍ର କରୋନା ଭ୍ୟାକସିନ ପହଞ୍ଚିବା ନେଇ ସୂଚନା ମିଳିସାରିଥିବା ବେଳେ ଏହାର ସଂରକ୍ଷଣ ଓ ବଣ୍ଟନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର। ଭ୍ୟାକସିନ୍‌କୁ କିପରି ସଂରକ୍ଷିତ କରି ରଖାଯିବ ତଥା କାହାକୁ ଅଗ୍ରାଧିକାର ଦିଆଯିବ ସେ ନେଇ ସମସ୍ତ ପ୍ରସ୍ତୁତି ସରିଥିବା କହିଛନ୍ତି ରାଜ୍ୟ ସରକାର।

କେନ୍ଦ୍ର ଗାଇଡଲାଇନ୍‌ ଅନୁସାରେ ରାଜ୍ୟରେ ଟିକାକରଣ ନିମନ୍ତେ ପ୍ରସ୍ତୁତି ହୋଇଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୦ ହଜାର ସ୍ୱାସ୍ଥ୍ୟ କର୍ମୀଙ୍କ ତାଲିକା ପ୍ରସ୍ତୁତ ହୋଇଛି । ଟିକାକରଣ ପାଇଁ ରାଜ୍ୟରେ ୮ ହଜାର ୨୬୭ଟି ସ୍ଥାନ ଚିହ୍ନଟ ହୋଇଛି । ଏହି ସବୁ ଅଞ୍ଚଳରେ ବ୍ୟବସ୍ଥା କରାଯିବା ନେଇ ରୋଡ୍ ମ୍ୟାପ୍ ବି ପ୍ରସ୍ତୁତ ହୋଇଛି । କେଉଁଠି କି ପ୍ରକାର ବ୍ୟବସ୍ଥା ହେବ ସେ ନେଇ ସ୍ୱାସ୍ଥ୍ୟ ବିଭାଗ ୱେବସାଇଟ୍‌ରେ ସମସ୍ତ ତଥ୍ୟ ଅପଲୋଡ୍ ହେବ।

ଓଡ଼ିଶାରେ ଭ୍ୟାକସିନ୍ ପହଞ୍ଚିବା ପରେ ଏହାକୁ ସୁରକ୍ଷିତ ଭାବେ ରଖିବା ପାଇଁ ୧,୨୨୨ଟି କେନ୍ଦ୍ରକୁ ଚିହ୍ନଟ କରାଯାଇଛି । ରାଜ୍ୟରେ ଗୋଟିଏ ଭ୍ୟାକସିନ୍ ଷ୍ଟୋର୍ ଓ ୯ଟି ଆଞ୍ଚଳିକ କେନ୍ଦ୍ର ରହିବ। ଏହାସହ ୩୦ ଜିଲ୍ଲାରେ ୩୨ଟି କେନ୍ଦ୍ରରେ ଭ୍ୟାକସିନ୍ ସେଣ୍ଟର ରହିବ ।

ଟିକାକରଣ ପାଇଁ ରାଜ୍ୟ ଷ୍ଟିୟରିଂ କମିଟି ଗଠନ କରାଯାଇଛି । ଏହାସହ ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଟାସ୍କ ଫୋର୍ସ ଗଠନ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଏହାଛଡ଼ା ଟିକାକରଣ ପାଇଁ ତାଲିମ ବି ପ୍ରଦାନ ସରିଥିବା ସେ ଦୋହରାଇଛନ୍ତି ।

The post କରୋନା ଭ୍ୟାକସିନ ପାଇଁ ବ୍ଲୁ ପ୍ରିଣ୍ଟ, ୩୦ ଜିଲ୍ଲାରେ ହେବ ୩୨ ଭ୍ୟାକସିନ୍ ସେଣ୍ଟର appeared first on Odisha Reporter.



from Odisha Reporter https://ift.tt/3nHiYeq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages