ନିଆଁରେ ଜଳିଗଲା ୩ଟି ପରିବାରର ଘର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 23, 2020

ନିଆଁରେ ଜଳିଗଲା ୩ଟି ପରିବାରର ଘର

ଯାଜପୁର (ଗୁଲାମ ଗସ): ନିଆଁ ଲାଗି ଜଳିଗଲା ଘର। ତା’ସହିତ ଛାରଖାର ହୋଇଗଲା ଘରର ସମସ୍ତ ଜିନିଷପତ୍ର। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଲକ୍ଷ୍ମୀନଗର ପଞ୍ଚାୟତ ରାଧାନଗର ଗାଁରେ ଘଟିଛି ଏହି ଅଗ୍ନିକାଣ୍ଡ। ଗତକାଲି ରାତି ପ୍ରାୟ ୧୧ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଏଥିରେ ୩ଟି ପରିବାର ବାସହରା ହୋଇଯାଇଛନ୍ତି। ସେମାନଙ୍କ ଘର ଜଳି ପାଉଁଶ ହୋଇଯାଇଥିବା ବେଳେ ସେମାନେ ନିଃସ୍ୱପ୍ରାୟ ହୋଇଯାଇଛନ୍ତି।

ଏହି ଅଗ୍ନିକାଣ୍ଡରେ ଗାଁର ଚନ୍ଦ୍ରମଣି ଜତି, କୃପାସିନ୍ଧୁ କପି ଓ ବ୍ରଜମୋହନ ଜତିଙ୍କର ୭ ବଖରା ଘର ପୋଡ଼ି ଯାଇଛି।

ନିଆଁ ଲାଗିବା ପରେ ଦମକଳ ବାହିନୀକୁ ଖବର ଦିଆଯାଇଥିଲା। ଦମକାଳ ବାହିନୀ ଓ ଗାଁ ଲୋକେ ମିଶି ନିଆଁକୁ ଆୟତ୍ତ କରିଥିଲେ। ନିଆଁକୁ ଆୟତ୍ତ କରିବାକୁ ପ୍ରାୟ ଦେଢ଼ ଘଣ୍ଟା ଲାଗି ଯାଇଥିଲା। ସେତେବେଳକୁ ଏହି ତିନି ପରିବାରର ସବୁ କିଛି ପୋଡ଼ି ପାଉଁଶ ହୋଇଯାଇଥିଲ। ଏଥିରେ କେହ ଆହତ ହୋଇ ନଥିବା ଜଣାପଡ଼ିଛି। ତେବେ ନିଆଁ ଲାଗିବାର କାରଣ ସଂପର୍କରେ କିଛି ଜଣାପଡ଼ିନି।

The post ନିଆଁରେ ଜଳିଗଲା ୩ଟି ପରିବାରର ଘର appeared first on Odisha Reporter.



from Odisha Reporter https://ift.tt/3nH0g6J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages