ନୂଆଦିଲ୍ଲୀ: କରୋନାର ନୂଆ ରୂପ ଏବେ ଭାରତରେ ଚିହ୍ନଟ ହେବାର ଆଶଙ୍କା ପ୍ରକାଶ ପାଇଛି। ଗୋଟିଏ ପରେ ଗୋଟିଏ ରାଜ୍ୟରେ ବ୍ରିଟେନ ଫେରନ୍ତା ଚିହ୍ନଟ ହେବା ଓ ସେମାନଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ସମସ୍ତଙ୍କୁ ଆତଙ୍କିତ କରିଛି। ବିଗତ କିଛି ଦିନ ତଳେ ବ୍ରିଟେନରୁ ଭାରତକୁ ଫେରିଥିବା ପ୍ରାୟ ୨୩ ଜଣ ଲୋକଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।
ଅବଶ୍ୟ ଏମାନେ କରୋନାର ନୂଆ ନା ପୁରୁଣା ଷ୍ଟ୍ରେନ ଦ୍ୱାରା ସଂକ୍ରମିତ ହୋଇଛନ୍ତି, ସେକଥା ଜଣାପଡ଼ିନାହିଁ। କିନ୍ତୁ ବ୍ରିଟେନ ଫେରନ୍ତା ହୋଇଥିବାରୁ ସରକାରଙ୍କ ତୀକ୍ଷ୍ଣ ନଜର ଏମାନଙ୍କ ଉପରେ ରହିଛି। ସେହିପରି ସେମାନଙ୍କ ଶରୀରରୁ ଠାବ କରୋନା ଭାଇରସକୁ ଅଧିକ ଯାଞ୍ଚ କରିବା ପାଇଁ ପରୀକ୍ଷା କେନ୍ଦ୍ରକୁ ପଠା ଯାଇଛି।
ବ୍ରିଟେନରେ ଠାବ କରୋନାର ନୂଆ ଷ୍ଟ୍ରେନ ଅଧିକ ବେଗରେ ସଂକ୍ରମିତ କରୁଥିବାରୁ ସମସ୍ତେ ଭୟଭୀତ ରହିଛନ୍ତି। ଏହି କାରଣରୁ ଭାରତ ସରକାର ବ୍ରିଟେନକୁ ବିମାନ ସେବା ବାତିଲ କରିଛନ୍ତି। ହେଲେ ବିମାନ ବ୍ୟାନ ହେବା ପୂର୍ବରୁ ଭାରତ ଆସିଥିବା ବ୍ରିଟେନ ଫେରନ୍ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭି ଆସିବାରେ ଲାଗିଛି।
ଦିଲ୍ଲୀରେ ୧୧ ଜଣ, ଅମୃତସରରେ ୮ ଜଣ, କୋଲକାତାରେ ୨ ଜଣ, ଚେନ୍ନାଇରେ ଜଣେ ଓ ଭୁବନେଶ୍ୱରରୁ ଜଣେ ବ୍ରିଟେନ ଫେରନ୍ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ତଥାପି ଦେଶରେ କରୋନାର ନୂଆ ଷ୍ଟ୍ରେନ ଏଯାଏ ଦେଖାଯାଇ ନଥିବା କେନ୍ଦ୍ର ସରକାର କହିଛନ୍ତି।
ବ୍ରିଟେନରୁ ଆସୁଥିବା ଯାତ୍ରୀଙ୍କର ଏୟାରପୋର୍ଟରେ ଆରଟି-ପିସିଆର ଟେଷ୍ଟ କରାଯାଉଛି। ଯେଉଁମାନଙ୍କର ରିପୋର୍ଟ ପଜିଟିଭ ଆସୁଛି, ସେମାନଙ୍କୁ ଆଇସୋଲେସନରେ ରଖି ଚିକିତ୍ସା ଯୋଗାଇ ଦିଆଯାଇଛି। ସେହିପରି ସେମାନଙ୍କର ନମୁନାକୁ ପୁଣେ ସ୍ଥିତି ସ୍ୱତନ୍ତ୍ର ଲ୍ୟାବକୁ ଅଧିକ ପରୀକ୍ଷା ପାଇଁ ପଠା ଯାଉଛି। ଏହି ପରୀକ୍ଷା ବେଳେ ସେମାନଙ୍କ ଶରୀରରେ ନୂଆ ଷ୍ଟ୍ରେନ ରହିଛି କି ନାହିଁ ଜଣାପଡ଼ିବ।
ଅନ୍ୟପକ୍ଷରେ ବିଗତ ୪ ସପ୍ତାହ ମଧ୍ୟରେ ଭାରତ ଫେରିଥିବା ବ୍ରିଟେନ ଫେରନ୍ତାଙ୍କୁ ଚିହ୍ନଟ କରିବା ପାଇଁ ବିଭିନ୍ନ ରାଜ୍ୟରେ ପ୍ରକ୍ରିୟା ଆରମ୍ଭ କରାଯାଇଛି। ସେହିପରି ଦୁଇ ସପ୍ତାହ ମଧ୍ୟରେ ଭାରତ ଫେରିଥିବା ଲୋକ ନିଜକୁ ସେଲଫ ଆଇସୋଲେସନ କରିବାକୁ ମଧ୍ୟ ସରକାର ପରାମର୍ଶ ଦେଇଛନ୍ତି।
The post ଡରାଇଲାଣି କରୋନାର ନୂଆ ରୂପ: ବିଭିନ୍ନ ରାଜ୍ୟରୁ ଚିହ୍ନଟ ହେଉଛନ୍ତି ବ୍ରିଟେନ ଫେରନ୍ତା ସଂକ୍ରମିତ appeared first on Odisha Reporter.
from Odisha Reporter https://ift.tt/38uoUBb
No comments:
Post a Comment