ସାଧାରଣତଃ ଶିଡି ଚଢ଼ିଲା ବେଳେ ହାର୍ଟ ବିଟ୍ ବଢ଼ିଯାଏ । ଧଇଁସଇଁ ଲାଗେ। ଛାତି ଧଡ ଧଡ ମଧ୍ୟ ହୁଏ। ଏହାକୁ ନେଇ ବେଳେ ବେଳେ ଆମେ ଚିନ୍ତିତ ହୋଇଯାଉ । କାଳେ କ’ଣ ହୃଦରୋଗ ସମନ୍ଧୀୟ ସମସ୍ୟା ରହିଛି କି ବୋଲି ଭାବିଥାଉ। ବେଳେ ବେଳେ ଅନେକ ଲୋକ ଏହାକୁ ନେଇ ଡାକ୍ତରଙ୍କ ସହ ପରାମର୍ଶ ମଧ୍ୟ କରିଥାନ୍ତି । ତେବେ ଆପଣଙ୍କ ହାର୍ଟ କେତେ ସୁସ୍ଥ ଅଛି, ତାହା ଆପଣା ନିଜେ ଖୁବ ସହଜରେ ଜାଣିପାରିବେ। ଶିଡି ଚଢ଼ିବାବେଳେ ଜଣାପଡିବ ଆପଣଙ୍କ ହାର୍ଟ କେତେ ସୁସ୍ଥ ଅଛି । ନିକଟରେ ସ୍ପେନର କିଛି ବୈଜ୍ଞାନିକମାନେ କରିଥିବା ଏକ ରିସର୍ଚ୍ଚରୁ ଏହା ଜଣାପଡିଛି।
ଗବେଷଣା ମୁତାବକ, ଯଦି ଆପଣ ଏକ ମିନିଟ ଭିତରେ ୬୦ଟି ପାହାଚ ଚଢ଼ିପାରନ୍ତି ତେବେ ଆପଣଙ୍କ ହାର୍ଟ ପୁରାପୁରି ସୁସ୍ଥ ଅଛି । ସ୍ପେନର କାର୍ଡିଓଲଜିଷ୍ଟ ଡାକ୍ତର ଜିସସ ପେଟେଇରୋଙ୍କ କହିବା ମୁତାବକ, ଶିଡି ଚଢ଼ିବା ହେଉଛି ହାର୍ଟ ପରୀକ୍ଷା କିରିବାର ଏକ ସହଜ ଉପାୟ । ଯଦି ଆପଣଙ୍କୁ ୬୦ଟି ପାହାଚ ଚଢ଼ିବା ପାଇଁ ଦେଢ଼ ମିନିଟରୁ ଅଧିକ ସମୟ ଲାଗୁଛି, ତେବେ ଆପଣଙ୍କ ହାର୍ଟ ସୁସ୍ଥ ନାହିଁ । ଖୁବଶୀଘ୍ର ଆପଣ ଏନେଇ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।
୧୬୫ ଲୋକଙ୍କୁ ନେଇ ଏକ ପରୀକ୍ଷା କରାଯାଇଥିଲା। ଏଥିରେ ଲୋକଙ୍କ ମେଟାବଲିକ ଇକ୍ୱିଭେଲେଣ୍ଟ ମାପିବା ପାଇଁ ଏକ୍ସରସାଇଜ କ୍ଷମତା ଅନୁସାରେ ଟ୍ରେଡମିଲରେ ଦୌଡିବାକୁ କୁହାଗଲା। କିଛି ସମୟ ଆରାମ ନେବା ପରେ ଦ୍ରୁତଗତି ୬୦ଟି ପାହାଚ ଚଢ଼ିବା ପାଇଁ କୁହାଯାଇଥିଲା । ଏଥିରୁ ଜଣାପଡିଥିଲା ଯେ, ଯେଉଁ ବ୍ୟକ୍ତିମାନ ୧ ମିନିଟରୁ କମ ସମୟ ମଧ୍ୟରେ ୬୦ଟି ପାହାଚ ଚଢ଼ିଛନ୍ତି ସେମନାଙ୍କ ମେଟାବଲିକ ଇକ୍ୱିଭେଲେଣ୍ଟ ୯ରୁ ୧୦ ଥିଲା । ଯେଉଁମାନେ ୬୦ ପାହାଚ ଚଢ଼ିବା ପାଇଁ ୧.୫ ମିନିଟରୁ ଅଧିକ ସମୟ ନେଇଥିଲେ ସେମନାଙ୍କ ୮ରୁ ମଧ୍ୟ କମ୍ ମେଟାବଲିକ ଇକ୍ୱିଭେଲେଣ୍ଟ ଥିବା ଜଣାପଡିଥିଲା। ଏମାନଙ୍କ ହାର୍ଟ ଭଲଭାବ ଫଙ୍କସନ ମଧ୍ୟ ହେଉନଥିବା ଜଣାପଡିଥିଲା।
The post ଶିଡି ଚଢ଼ନ୍ତୁ, ହାର୍ଟ କେତେ ସୁସ୍ଥ ଜାଣନ୍ତୁ appeared first on Odisha Reporter.
from Odisha Reporter https://ift.tt/3mXW5T2
No comments:
Post a Comment