ବେଆଇନ୍ କମ୍ପାନୀ ଦେଉଛନ୍ତି ଲୋନ୍, ନିର୍ଯାତନା ସହି ନପାରି ଆତ୍ମହତ୍ୟା କଲେ ୩ ଜଣ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 19, 2020

ବେଆଇନ୍ କମ୍ପାନୀ ଦେଉଛନ୍ତି ଲୋନ୍, ନିର୍ଯାତନା ସହି ନପାରି ଆତ୍ମହତ୍ୟା କଲେ ୩ ଜଣ !

ହାଇଦ୍ରାବାଦ: ଇନଷ୍ଟାଣ୍ଟ ଲୋନ୍ ଦେବା ନେଇ ବଜାରରେ ମାଳ ମାଳ କମ୍ପାନୀ। ଅଧିକାଂଶ କମ୍ପାନୀର ଅଫିସ ନାହିଁ ଅନ୍ ଲାଇନରେ ଆପ୍ସ ଜରିଆରେ ଚାଲିଛି। ନିକଟରେ ତିନି ଜଣ ଆତ୍ମହତ୍ୟା କରିଛନ୍ତି ଏହି ଇନଷ୍ଟାଣ୍ଟ ଲୋନ୍ କମ୍ପାନୀ ପାଇଁ। ଲୋନ୍ ନେବା ପରେ ବାରମ୍ବାର କମ୍ପାନୀ ତରଫରୁ ଲୋନ୍ ପଇଠ କରିବା ନେଇ କୁହାଯାଉଥିଲା। ଯାହାକୁ ସହି ନପାରି ତିନି ଜଣ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତିନି ମୃତକଙ୍କ ମଧ୍ୟରେ ଜଣେ ୨୩ ବର୍ଷୀୟ, ୨୯ ବର୍ଷୀୟ ଏବଂ ୬୦ ବର୍ଷୀୟ ରହିଛନ୍ତି। ମାସକ ମଧ୍ୟରେ ଏହି ତିନି ଜଣ ଆତ୍ମହତ୍ୟା କରିଥିବା ତେଲେଙ୍ଗାନା ପୁଲିସ୍ କହିଛି।

ପୁଲିସ୍ ଏବେ ତଦନ୍ତ କରି ଜାଣିବାକୁ ପାଇଛି ଯେ ଗୁଗୁଲ ପ୍ଲେ ଷ୍ଟୋରରେ ଅନେକ ଇନଷ୍ଟାଣ୍ଟ ଲୋନ୍ ଦେଉଥିବା ଆପ୍ ରହିଛି। ହେଲେ ଏହି କମ୍ପାନୀ ଗାଇଡ୍ ଲାଇନ୍ ଉଲ୍ଲଂଘନ କରୁଛନ୍ତି। ଅର୍ଥାତ୍ ସେମାନଙ୍କର ବ୍ୟବସାୟ ସମ୍ପୂର୍ଣ୍ଣ ବେଆଇନ୍। ଏହି କମ୍ପାନୀ ଗୁଡ଼ିକ ଆରବିଆଇର ନନ୍ ବ୍ୟାଙ୍କିଙ୍ଗ୍ ସେକ୍ଟରରେ ମଧ୍ୟ ପଞ୍ଜିକୃତ ହୋଇନି ବୋଲି ପୁଲିସ ତଦନ୍ତ କରି କହିଛି।

ଏବେ ପ୍ଲେ ଷ୍ଟୋରରୁ ଏହି ସବୁ କମ୍ପାନୀକୁ ହଟାଇବା ପାଇଁ ଗୁଗୁଲକୁ ପୁଲିସ କହିବ ବୋଲି ଜଣାପଡ଼ିଛି। ଏହି କମ୍ପାନୀ ଗ୍ରାହକର ନାଁ, ଠିକଣା ସହିତ ଏଟିଏମ୍ ପାଶଓ୍ୱାର୍ଡ ଭଳି ତଥ୍ୟ ଷ୍ଟୋରେଜ କରି ରଖୁଛି। ଯାହାକୁ ହ୍ୟାକ କରି ସାଇବର କ୍ରାଇମ କରି ହେବ ବୋଲି ତେଲେଙ୍ଗାନା ପୁଲିସ ହୃଦବୋଧ କରିଛି।

ସୂଚନାଯୋଗ୍ୟ, ଇନଷ୍ଟାଣ୍ଟ ଲୋନର ଶିକାର ହୋଇ ଶୁକ୍ରବାର ସାଇବରାବାଦ ଅଫ୍ ହାଇଦ୍ରାବାଦରେ ଥିବା ରାଜେନ୍ଦ୍ରନଗରରେ ଜଣେ ସଫ୍ଟଓ୍ୱେୟାର ଇଞ୍ଜିନିୟର ଆତ୍ମହତ୍ୟା କରିଥିଲେ। 29 ବର୍ଷୀୟ ଏହି ଇଞ୍ଜିନିୟର ଜଣଙ୍କ କରୋନା ବେଳେ ଚାକିରି ହରାଇଥିଲେ। ତେଣୁ ଋଣ ପରିଶୋଧ କରିବା ପାଇଁ ଇନଷ୍ଟାଣ୍ଟ ଲୋନ୍ ନେଇଥିଲେ। ମୋଟ୍ ୨ ଲକ୍ଷ ଟଙ୍କା ଲୋନ୍ ନେଇଥିଲେ। ହେଲେ ପରିଶୋଧ କରିବାରେ ବିଫଳ ହୋଇଥିଲେ ସଂପୃକ୍ତ ଯୁବକ ଜଣଙ୍କ।

ପୁଲିସ ଏବେ ଏହିସବୁ କିଛି ବେନାମୀ ଆପ୍ସର ତାଲିକା ଜାରି କରିଛି। ସେଗୁଡ଼ିକ ହେଲା InsCash, CashEra, CashLion, Mastermelon, Lucky wallet, Coco cash, Rupee Pus, Indian Loan, Credit finch, Tap credit, Ratheon loan, Cash port, Smile Loan, Credit day, Cash today, Lucky Rupee, Go Cash, Snapit Loan, Loan Zone, Quick Cash, panda rupees, Play cash, Dhani, Lazy Pay, Loan Tap, IPPB Mobile, Micredit, Quick Credit, Cashon, Rupees Plus, Rupee Now, Elephant Loan, Ant cash, Quick Money, and Alp Cash.

The post ବେଆଇନ୍ କମ୍ପାନୀ ଦେଉଛନ୍ତି ଲୋନ୍, ନିର୍ଯାତନା ସହି ନପାରି ଆତ୍ମହତ୍ୟା କଲେ ୩ ଜଣ ! appeared first on Odisha Reporter.



from Odisha Reporter https://ift.tt/3nBvyfj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages