ପ୍ରତି ମାସ ୧୦ ହଜାର ଟଙ୍କା ପାର୍ଟି ଫଣ୍ଡକୁ ଦେବାକୁ କହିଲେ ତେଜସ୍ୱୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 19, 2020

ପ୍ରତି ମାସ ୧୦ ହଜାର ଟଙ୍କା ପାର୍ଟି ଫଣ୍ଡକୁ ଦେବାକୁ କହିଲେ ତେଜସ୍ୱୀ

ପାଟଣା: ପ୍ରତି ମାସ ୧୦ ହଜାର ଟଙ୍କା ପାର୍ଟି ଫଣ୍ଡକୁ ଦେବାକୁ ହେବ। ଆରଜେଡିରୁ ନିର୍ବାଚିତ ହୋଇଥିବା ବିଧାୟକ, ବିଧାନ ପରିଷଦ ସଦସ୍ୟଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି ଦଳର ସୁପ୍ରିମୋ ଲାଲୁ ଯାଦବଙ୍କ ପୁଅ ତଥା ବିଧାୟକ ତେଜସ୍ୱୀ ଯାଦବ।

ଏବେ ଆରଜେଡି ପାଖରେ ୭୫ ବିଧାୟକ ଏବଂ ୧୦ ଜଣ ବିଧାନ ପରିଷଦ ସଦସ୍ୟ ରହିଛି। ସେହିପରି ଅନେକ ବିଧାୟକ ଏବଂ ପରିଷଦ ସଦସ୍ୟ ତେଜସ୍ୱୀଙ୍କ କହିବା ଆଗରୁ ଦଳୀୟ ଫଣ୍ଡକୁ ପଇସା ପଠାଉଛନ୍ତି ବୋଲି ଜଣାପଡ଼ିଛି।

ପୂର୍ବରୁ ଏହି ଟଙ୍କା ୨୫ ହଜାର ହେବ ବୋଲି ତେଜସ୍ୱୀ ସ୍ଥିର କରିଥିଲେ। ହେଲେ ଅନେକ ନେତା ଅସନ୍ତୋଷ ପ୍ରକାଶ କରିବାରୁ ବାଧ୍ୟ ହୋଇ ୧୦ ହଜାର ଟଙ୍କା ରଖିବାକୁ ତେଜସ୍ୱୀ ନିଷ୍ପତ୍ତି ନେଇଥିବା ସୂଚନା ରହିଛି।ସେହିପରି ପୂର୍ବତନ ନିର୍ବାଚିତ ପ୍ରତିନିଧି ମାନଙ୍କୁ ୪ ହଜାର ଟଙ୍କା ଲେଖାଏଁ ଦେବାକୁ କୁହାଯାଇଛି।

ଏବେ ଏହାକୁ ନେଇ ଜେଡିୟୁ ନେତା ଅଜୟ ଆଲୋକ ଆରଜେଡି ସୁପ୍ରିମୋଙ୍କୁ ଘେରିଛନ୍ତି। ସେ କହିଛନ୍ତି ‘ପ୍ରଥମେ ଟଙ୍କା ଦେଇ ଟିକେଟ୍ ବଣ୍ଟା ହେଲା ଏବେ ବିଜୟୀ ହେବା ପରେ କମିଶନି ମଗାଯାଉଛି। ଯଦି ଥରେ ନିର୍ବାଚିତ ହୋଇ ହାରିଛ ତାହେଲେ ବି ପଇସା ଦିଅ’। ନାଁ ନନେଇ ତେଜସ୍ୱୀଙ୍କୁ ଇଙ୍ଗିତ କରି ସେ କହିଛନ୍ତି, ଲାଲୁଙ୍କୁ ପଛରେ ପକାଇ ଦେଇଛ…। ପରୋକ୍ଷରେ ତେଜସ୍ୱୀଙ୍କୁ କୁବେର ବୋଲି ମଧ୍ୟ ଅଜୟ ଆଲୋକ କହିଛନ୍ତି।

The post ପ୍ରତି ମାସ ୧୦ ହଜାର ଟଙ୍କା ପାର୍ଟି ଫଣ୍ଡକୁ ଦେବାକୁ କହିଲେ ତେଜସ୍ୱୀ appeared first on Odisha Reporter.



from Odisha Reporter https://ift.tt/2KHzbS6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages