ମୁମ୍ବାଇ: ହାତକୁ ଦି ହାତ ହେଲେ ବଲିଉଡର ଓଡ଼ିଆ ଅଭିନେତ୍ରୀ ସୁଲଗ୍ନା ପାଣିଗ୍ରାହୀ । ସେ ସିକ୍ରେଟ ରୂପେ ବିବାହ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ହାସ୍ୟ ଅଭିନେତା ବିଶ୍ୱ କଲ୍ୟାଣ ରଥଙ୍କ ହାତ ଧରିଛନ୍ତି ଓଡ଼ିଆ ଝିଅ ତଥା ବଲିଉଡ ଫିଲ୍ମ ‘ମର୍ଡର-୨’ର ଅଭିନେତ୍ରୀ ସୁଲଗ୍ନା । ଗତ ଡିସେମ୍ବର ୯ ତାରିଖରେ ପରିବାର ଲୋକ ଏବଂ ଅଳ୍ପ କିଛି ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଏ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏନେଇ ଶନିବାର ସୁଲଗ୍ନା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବିବାହ ଏବଂ ରିସେପସନର କିଛି ଫଟୋ ସେଆର କରି ସୂଚନା ଦେଇଛନ୍ତି।
ସୁଲଗ୍ନା ଏବଂ ବିଶ୍ୱ କଲ୍ୟାଣଙ୍କ ୱେଡିଂ ଫଟୋ ଏବେ ସୋଶାଲ ମିଡିଆରେ ନିଆଁ ଲଗାଇଛି। ଚାରିଆଡେ ତାଙ୍କ ବିବାହ ଖବରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଫଟୋରେ ସୁଲଗ୍ନା ପୁରା ଓଡ଼ିଆ ବୋହୂ ସାଜିଛନ୍ତି। ଗୋଟିଏ ଫଟୋରେ ସେ ଲାଲ ରଙ୍ଗର ଶାଢ଼ୀ ପିନ୍ଧିଥିବା ବେଳେ ଆଉ ଗୋଟିଏରେ ପିଙ୍କ କଲରର ଲେହେଙ୍ଗା ପିନ୍ଧିଛନ୍ତି। ଦୁହିଁଙ୍କ ବିବାହ ଫଟୋ ଏବେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି। ତାଙ୍କ ପ୍ରଶଂସକମାନ ତାଙ୍କୁ ବିବାହର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।
View this post on Instagram
ସୁଲଗ୍ନା ପାଣିଗ୍ରାହୀ ଏବଂ ବିଶ୍ୱ କଲ୍ୟାଣ ଦୁହିଁଙ୍କ ଜନ୍ମ ଓଡ଼ିଶାରେ ହୋଇଥିଲେ ମଧ୍ୟ ଦୁହେଁ ବଲିଉଡରେ କଠିନ ପରିଶ୍ରମ ବଳରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ବିଶ୍ୱ ଜଣେ ଷ୍ଟାଣ୍ଡଅପ୍ କମେଡିଆନ ହୋଇଥିବାବେଳେ ସୁଲଗ୍ନା ବଲିଉଡର ଅଭିନେତ୍ରୀ । ସେ ‘ମର୍ଡର-୨’ ଏବଂ ‘ରେଡ଼’ ଭଳି ହିଟ୍ ଫିଲ୍ମରେ କାମ କରିଛନ୍ତି । ସେହିପରି ସେ ‘ଅମ୍ବର ଧରା’, ‘ଦୋ ସହେଲିୟାଁ’ ଏବଂ ବିଦାୟୀ ଭଳି ହିନ୍ଦୀ ଟିଭି ସିରିଏଲରେ ମଧ୍ୟ କାମ କରିସାରିଛନ୍ତି ।
The post ବାହା ହେଲେ ବଲିଉଡର ଓଡ଼ିଆ ଅଭିନେତ୍ରୀ, ଫଟୋ ଭାଇରାଲ appeared first on Odisha Reporter.
from Odisha Reporter https://ift.tt/37xFm4b
No comments:
Post a Comment