ନୂଆଦିଲ୍ଲୀ: ବୃଦ୍ଧ ଲୋକଙ୍କୁ ସହଯୋଗ କରିବେ ମୋଦି ସରକାର। ବିଭିନ୍ନ ସମୟରେ ବୃଦ୍ଧ ଲୋକମାନେ ଓଲ୍ଡ ଏଜ ପେନଶନ ଏବଂ ଘର ବାବଦରେ ସରକାରଙ୍କ ସୁବିଧା ଜାଣି ପାରୁ ନାହାନ୍ତି। ଏଥିପାଇଁ ସାରା ଦେଶରେ ସରକାର ଟୋଲ ଫ୍ରି ନମ୍ୱର ଆରମ୍ଭ କରିବାକୁ ଯାଉଛନ୍ତି। ଯେଉଁଥିରେ ବୃଦ୍ଧ ଲୋକଙ୍କ ପାଇଁ ଉଦ୍ଧିଷ୍ଟ ଥିବା ଯୋଜନା ବାବଦରେ ଫୋନ୍ କରି ଜାଣିହେବ।
ଏହି ସୁବିଧା ଜାନୁଆରୀ ୨୬ରେ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଏହି ହେଲପ ଲାଇନର ନମ୍ୱର ୧୪୫୬୭ ହେବ। ମାର୍ଚ୍ଚ ସୁଦ୍ଧା ଅନେକ ରାଜ୍ୟରେ ଏହି ସୁବିଧା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଏଥିର ବୃଦ୍ଧ ଲୋକମାନେ ଆଇନ୍ ବ୍ୟବସ୍ଥା ବାବଦରେ ମଧ୍ୟ ଜାଣିପାରିବେ। ଏହି କଲ ସେଣ୍ଟରୁ କନେକ୍ଟ ସେଣ୍ଟର କୁହାଯିବ। ସମସ୍ୟାର ସମାଧାନ ପାଇଁ ଫିଲ୍ଡ ଅଫିସର ନିୟୋଜିତ ହେବେ ବୋଲି ଜଣାପଡ଼ିଛି।
କେନ୍ଦ୍ରର ଏହି ଯୋଜନା ସହିତ ସମସ୍ତ ରାଜ୍ୟର ତଦନ୍ତକାରୀ ସଂସ୍ଥା ମଧ୍ୟ ଯୋଡ଼ିହେବେ ବୋଲି ଜଣାପଡ଼ିଛି। ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରାଳୟ ଅଧୀନରେ ଏହି ସେବା ଆରମ୍ଭ ହେବାୁକୁ ଯାଉଛି।
ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟର ସଚିବ ଆର ସୁବ୍ରମଣ୍ୟମ କହିଛନ୍ତି ଯେ ଆମେ ଶିଶୁ ହେଲ୍ପଲାଇନ ୧୦୯୮ ଭଳି ବୃଦ୍ଧଙ୍କ ପାଇଁ ଏକ ଫୋନ୍ ଲାଇନ୍ ସେବା କରିବାକୁ ପ୍ରସ୍ତୁତ ହେଉଛୁ। ୨୪ ଘଣ୍ଟା ଏହି ସେବା ରହିବ।
The post ବୃଦ୍ଧ ଲୋକଙ୍କ ସହ କଥା ହେବେ ମୋଦି ! appeared first on Odisha Reporter.
from Odisha Reporter https://ift.tt/2IZdKM8
No comments:
Post a Comment