ୱାଶିଂଟନ: ମହାମାରୀ କରୋନାକୁ ମାତ ଦେବା ପାଇଁ ମଡର୍ଣ୍ଣା ପ୍ରସ୍ତୁତ କରିଥିବା କରୋନା ଟିକାକୁ ନେଇ ଖରାପ ଖବର ସାମ୍ନାକୁ ଆସିଛି। ମଡର୍ଣ୍ଣା ଟିକା ନେଇଥିବା ବୋଷ୍ଟନର ଜଣେ ଡାକ୍ତର ସାଂଘାତିକ ଆଲର୍ଜିର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି। ଏପରି କି ତାଙ୍କୁ ଟିକା ନେବା ପରେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ବୋଷ୍ଟନ ମେଡିକାଲ ସେଣ୍ଟରରେ କାର୍ଯ୍ୟ କରୁଥିବା ଡାକ୍ତର ହୁସେନ ସଦରଜାଦେ ନିକଟରେ ମଡର୍ଣ୍ଣା ଟିକା ନେଇଥିଲେ। ତେବେ ଟିକା ନେବା କ୍ଷଣି ତାଙ୍କ ଶରୀରରେ ପାର୍ଶ୍ୱପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ସେ ହାଲିଆ ଅନୁଭବ କରିବା ସହ ତାଙ୍କ ହାର୍ଟବିଟ୍ ବଢ଼ି ଯାଇଥିଲା। ଏଥିସହ ତାଙ୍କ ଶରୀରରେ କିଛି ଚିହ୍ନ ମଧ୍ୟ ଦେଖିବାକୁ ମିଳିଥିଲା।
ବୋଷ୍ଟନ ମେଡିକାଲ ସେଣ୍ଟର ପକ୍ଷରୁ କୁହାଯାଇଛି ଟିକା ନେବା ପରେ ଡାକ୍ତର ହୁସେନଙ୍କ ଶରୀରରେ ଆଲର୍ଜି ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ତାଙ୍କୁ ତୁରନ୍ତ ଜରୁରୀ କାଳୀନ ବିଭାଗରେ ଭର୍ତ୍ତି କରି ଚିକିତ୍ସା ଯୋଗାଇ ଦିଆଯାଇଥିଲା। ଚିକିତ୍ସା ପରେ ସେ ସୁସ୍ଥ ଅନୁଭବ କରିବାକୁ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି।
ଆମେରିକାର ମଡର୍ଣ୍ଣା ସହ ଫାଇଜର ପ୍ରସ୍ତୁତ କରିଥିବା କରୋନା ଟିକାକୁ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଲୋକଙ୍କୁ ଦିଆଯାଉଛି। ମଡର୍ଣ୍ଣା ପୂର୍ବରୁ ଫାଇଜର ଟିକା ନେଇ ୫ ଜଣ ଲୋକ ଅସୁସ୍ଥ ହୋଇଥିବା ଜଣାପଡ଼ିଥିଲା।
The post ଟିକା ନେଇ ସାଂଘାତିକ ଅସୁସ୍ଥ ହେଲେ ଡାକ୍ତର appeared first on Odisha Reporter.
from Odisha Reporter https://ift.tt/3nQtK26
No comments:
Post a Comment