ନୂଆଦିଲ୍ଲୀ: ପୁଣିଥରେ ବିଜେପି ନେତାଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ବିଶିଷ୍ଟ ରଣନୀତିଜ୍ଞ ପ୍ରଶାନ୍ତ କିଶୋର। ବିଜେପି ନେତାମାନେ ବାରମ୍ବାର ଆସନ୍ତା ବର୍ଷ ହେବାକୁ ଥିବା ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ୨୦୦ରୁ ଅଧିକ ଆସନ ଜିତିବେ ବୋଲି ଦମ୍ଭୋକ୍ତି କରିଥିବାରୁ ଏହାକୁ ସେ କାଉଣ୍ଟର କରିଛନ୍ତି।
ବର୍ତ୍ତମାନ ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସି ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଥିବା ପ୍ରଶାନ୍ତ କିଶୋର କହିଛନ୍ତି, ଯଦି ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପି ୨୦୦ ଆସନ ଜିତିବାରେ ବିଫଳ ହୁଏ, ତା’ହେଲେ ଦଳର ନେତାମାନେ ସେମାନଙ୍କ ପଦ ଛାଡ଼ି ଦେବେ କି? ଏହାକୁ ସେମାନେ ସର୍ବସମ୍ମୁଖରେ ସ୍ୱୀକାର କରିବେ କି?
ମୁଁ ସର୍ବସମ୍ମୁଖରେ ଆଉ ଥରେ କହୁଛି ଯେ ବିଜେପି ନିର୍ବାଚନରେ ଦୁଇ ଅଙ୍କ ଅତିକ୍ରମ କରିବାକୁ ସଂଘର୍ଷ କରିବ। ପଶ୍ଚିମବଙ୍ଗରେ ବିଜେପି ୧୦୦ଟି ଆସନ ବି ଜିତିବ ନାହିଁ। ଯଦି ଦଳ ଏହାକୁ ସମ୍ଭବ କରିଦେଲା, ତା’ହେଲେ ମୁଁ ମୋର କାମକୁ ସବୁଦିନ ପାଇଁ ଅଲବିଦା କହିବି। ଏବେ ବିଜେପି ନେତାମାନେ ପଦ ଛାଡ଼ିବା ସମ୍ପର୍କରେ ଘୋଷଣା କରିବେ କି ବୋଲି ପ୍ରଶାନ୍ତ କିଶୋର ପ୍ରଶ୍ନ କରିଛନ୍ତି।
ସୋମବାର ପ୍ରଶାନ୍ତ କିଶୋର ଟ୍ୱିଟ୍ କରି କହିଥିଲେ ଯେ ବିଜେପି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଦୁଇ ଅଙ୍କ ଅତିକ୍ରମ କରିପାରିବ ନାହିଁ। ଯଦି ବିଜେପି ଦୁଇ ଅଙ୍କ କ୍ରସ କରିବ, ତା’ହେଲେ ସେ ଟ୍ୱିଟରକୁ ସବୁଦିନ ପାଇଁ ଅଲବିଦା କହିବେ।
The post ପ୍ରଶାନ୍ତ କିଶୋରଙ୍କ ଚ୍ୟାଲେଞ୍ଜ: ୨୦୦ ଆସନ ନ ଜିତିଲେ ବିଜେପି ନେତା ପଦ ଛାଡ଼ିବେ କି? appeared first on Odisha Reporter.
from Odisha Reporter https://ift.tt/3rpjyQ8
No comments:
Post a Comment