ମୁମ୍ୱାଇ: କରୋନା ପାଇଁ ଦେଶର ଅର୍ଥନୀତି ପ୍ରଭାବିତ ହୋଇଛି। ଏଥିରୁ ବାଦ୍ ପଡ଼ିନି ବଲିଉଡ। କରୋନାକୁ ରୋକିବା ପାଇଁ ଲକଡାଉନ୍ ରହିବାରୁ ଏଯାବତ ଦେଶର ସମସ୍ତ ସ୍ଥାନରେ ସିନେମା ହଲ୍ ଖୋଲିପାରିନାହିଁ। ଅଧାରୁ ଅଧିକ ଫିଲ୍ମର ସୁଟିଂ ହୋଇଥିଲେ ହେଁ ଏହା ରିଲିଜ୍ ହୋଇପାରିନି। ମାର୍ଚ୍ଚ ୧୩ ପରଠାରୁ ଥିଏଟରରେ କୌଣସି ଫିଲ୍ମ ଏଯାବତ ରିଲିଜ୍ ହୋଇନାହିଁ। ଟାଇଗର ଶ୍ରଫଙ୍କ ‘ବାଗି ୩’ ମାର୍ଚ୍ଚ ୬ରେ ଏବଂ ଦିବଂଗତ ଅଭିନେତା ଇରଫାନ୍ ଖାନଙ୍କ ‘ଇଂଲିଶ ମିଡିଅମ୍’ ୧୩ ରେ ରିଲିଜ୍ ହୋଇଥିଲା। ଏହାରି ଭିତରେ ନଅ ମାସ ବିତି ଯାଇଥିଲେ ହେଁ ଶତ ପ୍ରତିଶତ ସିନେମା ହଲ୍ ଖୋଲିପାରି ନାହିଁ। ଯେଉଁ କାରଣରୁ ଉଭୟ ହଲ୍ ମାଲିକ ଏବଂ ସିନେମା ନିର୍ମାତା କମ୍ପାନୀ କୋଟି କୋଟି ଟଙ୍କା ହରାଇଛନ୍ତି।
ସିନେ କ୍ରିଟିକ୍ସ ରୋହିତ ଜୟ ସୱାଲ କହିଛନ୍ତି ଯେ ସ୍ଥିତିରେ ସୁଧାର ଆସିବାକୁ ସମୟ ଲାଗିବ। ଆସନ୍ତା ବର୍ଷ ଭଲ ହେବ ବୋଲି ଆଶା ରହିଛି। କୌଣସି ସିନେମା ପ୍ରଡକ୍ସନ ହାଉସ ସିନେମା ରିଲିଜ୍ କରିବା ପୂର୍ବରୁ ଏବେ କ୍ଷତି ଆଶଙ୍କାକୁ ଅଧିକ ବିଚାର କରିବେ। ସେ କହିଛନ୍ତି ଯେ ଖାଦ୍ୟ, ବିଜ୍ଞାପନ ଭଳି ସମସ୍ତ ଜିନିଷ ଫିଲ୍ମ ସହିତ ଜଡିତ। ବର୍ତ୍ତମାନ ସୁଦ୍ଧା ୩୦୦୦ କୋଟିରୁ ଅଧିକ କ୍ଷତି ହୋଇ ସାରିଛି।
ତେବେ ୨୦୧୯ ହିନ୍ଦୀ ସିନେମା ପାଇଁ ବହୁତ ଲାଭଦାୟକ ଥିଲା। ଗତ ବର୍ଷ ବକ୍ସ ଅଫିସରେ ପ୍ରାୟ ୪୦୦୦ କୋଟି ଆୟ କରିଥିଲା। କବୀର ସିଂ ଏବଂ ଉରି ଭଳି ସିନେମା ବକ୍ସ ଅଫିସରେ ରେକର୍ଡ କରିଥିଲା। ଯଦି କରୋନା ନଥାନ୍ତା ତାହେଲେ ଚଳିତ ବର୍ଷ ମଧ୍ୟ ସୂର୍ଯ୍ୟବଂଶୀ, ଫିଲ୍ମ ୮୩, ରାଧେ, ବେଲ ବଟମ, ସତ୍ୟମେଭ ଜୟତେ ୨, ଅଜୟ ଦେବଗନଙ୍କ ମଇଦାନ, ଆମୀର ଖାନଙ୍କ ଲାଲ ସିଂ ଚଢ଼ା ଭଳି ସିନେମା ବ୍ୟବସାୟ କରିଥାନ୍ତା ବୋଲି ସେ କହିଛନ୍ତି।
The post କରୋନା ପାଇଁ ଘାଟାରେ ବଲିଉଡ appeared first on Odisha Reporter.
from Odisha Reporter https://ift.tt/2KuYhDX
No comments:
Post a Comment