ଚେନ୍ନାଇ: ପୁରୀ, ଚପାତି, ପନିର ଟିକା, ଚିକେନ ୬୫ ପରି ଭଳିକି ଭଳି ସୁଆଦିଆ ଆଇଟମ। କେବଳ ଏତିକି ନୁହେଁ ଏହିପରି ୪୬ ପ୍ରକାରର ଦେଶୀ, ବିଦେଶୀ, ଚାଇନିଜ ତଥା ଭଳିକି ଭଳି ବ୍ୟଞ୍ଜନ। ଆଉ ଏପରି ସ୍ୱାଦିଷ୍ଟ ବ୍ୟଞ୍ଜନ କେଉଁ ତାରକା ହୋଟେଲର ସେଫ୍ ନୁହନ୍ତି ପ୍ରସ୍ତୁତ କରିଛନ୍ତି ଚେନ୍ନାଇର କୁନି ଝିଅ ଏସ.ଏନ. ଲକ୍ଷ୍ମୀ। ତାହା ପୁଣି ମାତ୍ର ୫୮ମିନିଟ୍ରେ। ଏହା ଅବିଶ୍ୱାସ ଲାଗୁଥିଲେ ବି ଏପରି କରି ୟୁନିକୋ ବୁକ୍ ଅଫ୍ ଓ୍ବାଲର୍ଡ ରେକର୍ଡରେ ସ୍ଥାନ ପାଇପାରିଛନ୍ତି ଲକ୍ଷ୍ମୀ।
ଯେଉଁ ବୟସରେ ପିଲାମାନେ ସାଙ୍ଗଙ୍କ ସହ ଖେଳରେ ଖେଳରେ ହାଣ୍ଡି, ଖଡ଼ିବା ଧରି ରୋଷେଇ ପ୍ରସ୍ତୁତ କରନ୍ତି, ସେ ବୟସରେ ଲକ୍ଷ୍ମୀଙ୍କ ହାତରେ ଧରୁଛନ୍ତି ସତସତିକା ରୋଷେଇ ସାମଗ୍ରୀ। ନିଆଁ, ପାଣି ତଥା ଭାଗମାପରେ ବି ବେଶ୍ ଧୁରନ୍ଦର। ଆଖି ପିଛୁଳାକେ ପ୍ରସ୍ତୁତ କରି ଦେଉଛନ୍ତି ପାଟି ସୁଆଦିଆ ଆଇଟମ୍।
ଏ ସମ୍ପର୍କରେ ଲକ୍ଷ୍ମୀ କହିଛନ୍ତି, ପିଲାଟି ଦିନରୁ ରୋଷେଇ ପ୍ରତି ବେଶ ଆଗ୍ରହ ରହିଥିଲା । ମା’ ରୋଷେଇ କରୁଥିବା ବେଳେ ତାହାକୁ ଅତି ନିକଟରୁ ଦେଖୁଥିଲି । ଧିରେ ଧିରେ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରିବା ଶିଖି ଯାଇଥିଲି।
ଏ ସମ୍ପର୍କରେ ଲକ୍ଷ୍ମୀଙ୍କ ମା’ କହିଛନ୍ତି, ସାଧାରଣତଃ ସମସ୍ତେ ଖାଇବାକୁ ଭଲ ପାଇଥାନ୍ତି। ପିଲାମାନଙ୍କୁ ଚଟପଟି ବେଶି ଭଲ ଲାଗେ। ଲକ୍ଷ୍ମୀ ପାରମ୍ପରିକ ତାମିଲନାଡ଼ୁ ଖାଦ୍ୟ ବହୁତ ପସନ୍ଦ କରୁଥିଲା। ଏହାପରେ ତାର ବିଭିନ୍ନ ଆଇଟମ୍ ଖାଇବା ତଥା ତାହାକୁ ଶିଖିବା ପ୍ରତି ଆଗ୍ରହ ବଢ଼ିଲା। ଏହାପରେ ଆଉ ସେ ପଛକୁ ଫେରି ଚାହିଁନି।
The post ମାଷ୍ଟର ସେଫ୍ ଲକ୍ଷ୍ମୀର କମାଲ; ୫୮ମିନିଟ୍ରେ ପ୍ରସ୍ତୁତ କଲା ୪୬ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ appeared first on Odisha Reporter.
from Odisha Reporter https://ift.tt/3asHKvh
No comments:
Post a Comment