ୱାଶିଂଟନ୍: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମେରିକାର ସମ୍ମାନଜନ ଲେଜିଅନ ଅଫ ମେରିଟ୍ ପୁରସ୍କାରରେ ସମ୍ମାନିତ କରାଯାଇଛି। ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଏହା ମୋଦିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି।
ମୋଦିଙ୍କ ନେତୃତ୍ୱରେ ଭାରତ ଓ ଆମେରିକା ମଧ୍ୟରେ ରଣନୀତିକ ଭାଗିଦାରୀ ଆଗକୁ ବଢ଼ିଛି। ସେହିପରି ତାଙ୍କ ନେତୃତ୍ୱରେ ଭାରତ ବିଶ୍ୱ ଶକ୍ତି ଭାବରେ ଉଭା ହୋଇଥିବାରୁ ଟ୍ରମ୍ପ ବନ୍ଧୁ ମୋଦିଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦିଙ୍କ ତରଫରୁ ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ତାରନଜିତ ସିଂହ ସାନ୍ଧୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ରବର୍ଟ ଓ’ବ୍ରିଏନ୍ ହ୍ୱାଇଟ ହାଉସ୍ରେ ତାଙ୍କୁ ଏହି ପୁରସ୍କାର ହସ୍ତାନ୍ତର କରିଛନ୍ତି।
“President @realDonaldTrump presented the Legion of Merit to Indian Prime Minister Narendra Modi for his leadership in elevating the U.S.-India strategic partnership. Ambassador @SandhuTaranjitS accepted the medal on behalf of Prime Minister Modi.” –NSA Robert C. O’Brien pic.twitter.com/QhOjTROdCC
— NSC (@WHNSC) December 21, 2020
ଓ’ବ୍ରିଏନ୍ ଟ୍ୱିଟ କରି କହିଛନ୍ତି, “ଆମେରିକା ଓ ଭାରତ ମଧ୍ୟରେ ସୁସମ୍ପର୍କ ଓ ରଣନୀତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଦିଗରେ ମୋଦି ନେତୃତ୍ୱ ନେଇଥିବାରୁ ରାଷ୍ଟ୍ରପତି ଟ୍ରମ୍ପ ତାଙ୍କୁ ଲେଜିଅନ୍ ଅଫ୍ ମେରିଟ୍ ସମ୍ମାନ ପ୍ରଦାନ କରିଛନ୍ତି।”
ଗୋଟିଏ ଦେଶ ବା ସରକାରର ମୁଖ୍ୟଙ୍କୁ ଦିଆଯାଉଥିବା ଆମେରିକାର ସବୁଠାରୁ ସମ୍ମାନଜନକ ପୁରସ୍କାର ହେଉଛି ଲେଜିଅନ୍ ଅଫ୍ ମେରିଟ୍।
ମୋଦିଙ୍କ ବ୍ୟତୀତ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଓ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ମଧ୍ୟ ଟ୍ରମ୍ପ ଲେଜିଅନ ଅଫ ମେରିଟ୍ ସମ୍ମାନରେ ସମ୍ମାନିତ କରିଛନ୍ତି। ଆମେରିକାରେ ଥିବା ସେମାନଙ୍କର ପ୍ରତିନିଧିମାନେ ଓ’ବ୍ରାଏନଙ୍କୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି।
The post ମୋଦିଙ୍କୁ ମିଳିଲା ଆମେରିକାର ଶୀର୍ଷ ସମ୍ମାନ, ଜାଣନ୍ତୁ କାରଣ appeared first on Odisha Reporter.
from Odisha Reporter https://ift.tt/3hcyZ9Y
No comments:
Post a Comment