ନୟାଗଡ଼ (ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ‘ପରୀ’ ହତ୍ୟାକାଣ୍ଡ ମାମଲାରେ ଏସ୍ଆଇଟି ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ତା’ ଗାଁ ଯଦୁପୁରରେ ଥିବା ଏକ ପୋଖରୀରୁ ଆଜି ଜଳ ନିଷ୍କାସନ କରାଯାଉଛି। ଅଧିକ ପ୍ରମାଣ ଯୋଗାଡ଼ ଲାଗି ପୋଖରୀରୁ ଜଳ ନିଷ୍କାସନ କରାଯାଉଥିବା ଜଣାପଡ଼ିଛି। ଏସ୍ଆଇଟି ଅଧିକାରୀଙ୍କ ଉପସ୍ଥିତିରେ ପୋଖରୀରୁ ଜଳ ନିଷ୍କାସନ କରାଯାଉଛି।
ଗତକାଲି ନୟାଗଡ଼ ସଦର ଥାନା ପୁଲିସ୍ ଏହି ପୋଖରୀ ଅଞ୍ଚଳ ବୁଲି ଦେଖି ଯିବା ପରେ ଏହାକୁ ଶୁଖାଯିବ ବୋଲି ଜଣାପଡ଼ିଥିଲା। ତେବେ ଏନେଇ ଆନୁଷ୍ଠାନିକ ଭାବେ କିଛି ସୂଚନା ଦିଆଯାଇ ନଥିଲା। ସୂଚନାଯୋଗ୍ୟ, ଏହି ପୋଖରୀ ନିକଟରୁ ହିଁ ‘ପରୀ’ର କିଛି ଦେହାବଶେଷ ମିଳିଥିଲା।
ମିଳିଥିବା ସୂଚନା ଅନୁସାରେ, ଏହି ପୋଖରୀରେ ପରୀର ଆଉ କିଛି ଦେହାବଶେଷ ଥାଇପାରେ ବୋଲି ଏସ୍ଆଇଟି ଭାବୁଛି। ତା’ସହିତ ପୋଖରୀରେ ହତ୍ୟାକାଣ୍ଡରେ ବ୍ୟବହୃତ ଅସ୍ତ୍ର ମଧ୍ୟ ଥାଇପାରେ ବୋଲି ସେମାନେ ଆକଳନ କରୁଛନ୍ତି।
ଏ ଘଟଣାର ଅଭିଯୁକ୍ତ ସରୋଜ ସେଠୀଙ୍କୁ ଏସ୍ଆଇଟି ସାବାଳକ ଦର୍ଶାଇଥିବା ବେଳେ ଗତକାଲି ପୋକ୍ସୋ କୋର୍ଟରେ ହାଜର କରାଇଥିଲା। କୋର୍ଟ ଅଭିଯୁକ୍ତକୁ ୩ ଦିନ ରିମାଣ୍ଡରେ ନେବାକୁ ଏସ୍ଆଇଟିକୁ ଅନୁମତି ଦେଇଛନ୍ତି, ଯାହା ଆଜିଠୁ ଆରମ୍ଭ ହେଉଛି।
ଅନ୍ୟପକ୍ଷରେ ମାଡ଼ ମରାଯାଇ ଜୋରଜବରଦସ୍ତି ସରୋଜଙ୍କୁ ଏହି ମାମଲାରେ ଫସାଇ ଦିଆଯାଇଛି ବୋଲି ତାଙ୍କ ମା’ ଅଭିଯୋଗ କରିଛନ୍ତି। ଏନେଇ ସେ ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନାଁରେ ନୟାଗଡ଼ ସଦର ଥାନାରେ ଏତଲା ଦେଇଛନ୍ତି। ଗିରଫ ପୂର୍ବରୁ କିଛି ଦିନ ତଳେ ଅଭିଯୁକ୍ତ ଗଣମାଧ୍ୟମ ଆଗରେ କହିଥିଲେ ଯେ ଦୋଷ ମୁଣ୍ଡେଇବା ପାଇଁ ଏସ୍ଆଇଟି ମୁଖ୍ୟ ତାଙ୍କୁ ୫ ଲକ୍ଷ ଟଙ୍କା ଯାଚିଥିଲେ।
The post ପୋଖରୀରେ ‘ପରୀ’ ହତ୍ୟାକାଣ୍ଡର ପ୍ରମାଣ ଖୋଜୁଛି ଏସ୍ଆଇଟି, କଢ଼ା ଯାଉଛି ପାଣି appeared first on Odisha Reporter.
from Odisha Reporter https://ift.tt/34xxlu8
No comments:
Post a Comment