ହସ୍ପିଟାଲରେ ଶିଶୁ ମଡ଼କ: ଘଣ୍ଟାକରେ ୯ ନବଜାତଙ୍କ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 10, 2020

ହସ୍ପିଟାଲରେ ଶିଶୁ ମଡ଼କ: ଘଣ୍ଟାକରେ ୯ ନବଜାତଙ୍କ ମୃତ୍ୟୁ

ଜୟପୁର: ସରକାରୀ ସ୍ୱାସ୍ଥ୍ୟ ସେବାର ବିକଟଳ ଚେହେରା ପୁଣିଥରେ ପଦାରେ ପଡ଼ିଛି। ରାଜସ୍ଥାନର କୋଟାରେ ଥିବା ଗୋଟିଏ ସରକାରୀ ହସ୍ପିଟାଲରେ ଶିଶୁ ମଡ଼କ ଦେଖିବାକୁ ମିଳିଛି। ମାତ୍ର ଘଣ୍ଟାକ ମଧ୍ୟରେ ୯ ଜଣ ନବଜାତଙ୍କ ହସ୍ପିଟାଲରେ ପ୍ରାଣ ହରାଇବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହାର ଗୋଟିଏ ବର୍ଷ ପୂର୍ବରୁ କୋଟାର ଏହି ହସ୍ପିଟାଲରେ ଅନେକ ନବଜାତ ପ୍ରାଣ ହରାଇଥିଲେ।

କୋଟାରେ ଥିବା ଜେକେ ଲୋନ ହସ୍ପିଟାଲ ଏଭଳି ଘଟଣା ଘଟିଛି। ବୁଧବାର ବିଳମ୍ବିତ ରାତିରେ ୫ ଜଣ ଶିଶୁ ପ୍ରାଣ ହରାଇଥିବା ବେଳେ ଏହାର କିଛି ଘଣ୍ଟା ପରେ ଆଉ ୪ ଜଣ ଶିଶୁଙ୍କ ଜୀବନ ଯାଇଛି। ମାତ୍ର ଘଣ୍ଟାକ ମଧ୍ୟରେ ଏତେ ସଂଖ୍ୟକ ଶିଶୁଙ୍କ ଜୀବନ ଯିବା ଭୟର ବାତାବରଣ ସୃଷ୍ଟି କରିଛି।

ପ୍ରାଣ ହରାଇଥିବା ଶିଶୁଙ୍କ ବୟସ ୧ରୁ ୪ ଦିନ। ଘଟଣାକୁ ନେଇ ବିବାଦ ସୃଷ୍ଟି ହେବାରୁ ରାଜସ୍ଥାନ ସ୍ୱାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ରାଜ୍ୟରେ ସମସ୍ତ ମେଡିକାଲ କଲେଜ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନବଜାତଙ୍କ ଚିକିତ୍ସା ବେଳେ ଅଧିକ ସତର୍କ ରହିବାକୁ କହିଛନ୍ତି।

ଅନ୍ୟପକ୍ଷରେ ହସ୍ପିଟାଲର ସୁପରିନଟେଣ୍ଡେଣ୍ଟ ସୁରେଶ ଦୁଲାରା କହିଛନ୍ତି, କୌଣସି ଅଘଟଣ, କାରଣ କିମ୍ବା ସଂକ୍ରମଣ ଯୋଗୁ ଶିଶୁମାନେ ପ୍ରାଣ ହରାଇ ନାହାନ୍ତି। ସେମାନଙ୍କ ମୃତ୍ୟୁ ସ୍ୱାଭାବିକ ଭାବେ ହୋଇଛି। କୋଟା ମେଡିକାଲ କଲେଜର ପ୍ରିନ୍ସିପାଲ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିକଟକୁ ପଠାଇଥିବା ରିପୋର୍ଟରେ କହିଛନ୍ତି ଯେ ୩ ନବଜାତଙ୍କୁ ମୃତ୍ୟୁ ପରେ ଜେକେ ଲୋନ ହସ୍ପିଟାଲକୁ ଅଣାଯାଇଥିଲା। ସେହିପରି ଅନ୍ୟ ୩ ଜଣଙ୍କର congenital malformations ଯୋଗୁ ମୃତ୍ୟୁ ଘଟିଛି। ବାକି ୩ ଜଣ ହଠାତ୍‌ ହସ୍ପିଟାଲରେ ପ୍ରାଣ ହରାଇଥିଲେ।

ଡିଭିଜନାଲ କମିଶନର କେସି ମୀନା ଓ ଜିଲ୍ଲାପାଳ ଉଜ୍ଜଲ ରାଠୋର ଗୁରୁବାର ସନ୍ଧ୍ୟାରେ ହସ୍ପିଟାଲ ଗସ୍ତ କରି ସ୍ଥିତି ଯାଞ୍ଚ କରିଛନ୍ତି। ଶ୍ରୀ ମୀନା ୬ ଜଣ ଅତିରିକ୍ତ ଡାକ୍ତର ଓ ୧୦ ଜଣ ନର୍ସଙ୍କୁ ସ୍ଥିତି ଉପରେ ନଜର ରଖିବା ପାଇଁ କହିଛନ୍ତି। ସେହିପରି ଶୁକ୍ରାବର ସୁଦ୍ଧା ନୂଆ ଓ ସ୍ୱତନ୍ତ୍ର ୱାର୍ଡ ତିଆରି କରିବାକୁ ମଧ୍ୟ ସେ କହିଛନ୍ତି।

The post ହସ୍ପିଟାଲରେ ଶିଶୁ ମଡ଼କ: ଘଣ୍ଟାକରେ ୯ ନବଜାତଙ୍କ ମୃତ୍ୟୁ appeared first on Odisha Reporter.



from Odisha Reporter https://ift.tt/3n9ECYr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages