ମଦ ପିଇ ରାସ୍ତାରେ ପୁଲିସ୍‌କୁ ଦୁର୍ବ୍ୟବହାର କଲେ କଂଗ୍ରେସ ଏମଏଲସିଙ୍କ ପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 6, 2020

ମଦ ପିଇ ରାସ୍ତାରେ ପୁଲିସ୍‌କୁ ଦୁର୍ବ୍ୟବହାର କଲେ କଂଗ୍ରେସ ଏମଏଲସିଙ୍କ ପୁଅ

ବେଙ୍ଗାଲୁରୁ: କର୍ଣ୍ଣାଟକା ବିଧାନ ପରିଷଦର କଂଗ୍ରେସ ସଦସ୍ୟ ନସୀର ଅହମଦଙ୍କ ପୁଅ ଫୟାଜଙ୍କୁ ପୁଲିସ୍‌ ଗିରଫ କରିଛି। ସେ ବିଳମ୍ବିତ ରାତିରେ ମଦ ପିଇ ରାସ୍ତାରେ କାର୍ଯ୍ୟରତ ଜଣେ ପୁଲିସ୍‌ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ତାଙ୍କ ସହ ଆଉ ଦୁଇ ଜଣଙ୍କୁ ମଧ୍ୟ ପୁଲିସ ଗିରଫ କରିଛି।

ରବିବାର ରାତି ପ୍ରାୟ ୧୨.୩୦ରେ ବେଙ୍ଗାଲୁରୁର ଅମରୁଥାଲ୍ଲି ପୁଲିସ୍‌ ଷ୍ଟେସନ ନିକଟରେ ଏହି ଘଟଣା ଘଟିଛି। ହେବାଲ୍ଲ ଫ୍ଲାଏଓଭର ନିକଟରେ ଫୟାଜ ତାଙ୍କ ୨ ସାଙ୍ଗ ସହ ମଦ ପିଇ ଫେରୁଥିଲେ। ଏହି ସମୟରେ ସେଠାରେ କାର୍ଯ୍ୟରତ ହେଡ କନଷ୍ଟେବଲ ସମସ୍ତଙ୍କୁ ଅଟକାଇ ପଚରାଉଚରା କରିଥିଲେ।

ଏହାକୁ କେନ୍ଦ୍ର କରି ଫୟାଜ ଓ ତାଙ୍କ ସାଙ୍ଗମାନେ କନଷ୍ଟେବଲଙ୍କୁ ଦୁର୍ବବ୍ୟହାର କରିଥିଲେ। ଏପରି ତାଙ୍କ ସହ ଯୁକ୍ତିତର୍କ କରି ମାଡ଼ ମାରିବାକୁ ଆଗେଇ ଆସିଥିଲେ। ଅଭିଯୋଗ ପାଇ ଅମରୁଥାଲ୍ଲି ପୁଲିସ୍‌ ଷ୍ଟେସନର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଗିରଫ କରିଛନ୍ତି।

The post ମଦ ପିଇ ରାସ୍ତାରେ ପୁଲିସ୍‌କୁ ଦୁର୍ବ୍ୟବହାର କଲେ କଂଗ୍ରେସ ଏମଏଲସିଙ୍କ ପୁଅ appeared first on Odisha Reporter.



from Odisha Reporter https://ift.tt/39OSHqk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages