ଅନୀଲ VS ଅନୁରାଗ, ଟ୍ୱିଟରରେ ଚାଲିଛି ଯୁଦ୍ଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 6, 2020

ଅନୀଲ VS ଅନୁରାଗ, ଟ୍ୱିଟରରେ ଚାଲିଛି ଯୁଦ୍ଧ

ମୁମ୍ବାଇ: ବିଭିନ୍ନ ସମୟରେ ବଲିଉଡ ସେଲିବ୍ରିଟିମାନେ ସୋଶାଲ ମିଡିଆରେ ନିଜ ନିଜ ମତ ରଖିଥାନ୍ତି ।  ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅନେକ ସମୟରେ କଥା କଟାକଟି ମଧ୍ୟ ହୁଏ । ନିକଟରେ କଙ୍ଗନା ରଣାୱତ ଏବଂ ଦିଲଜିତ ଦୋସାଞ୍ଜଙ୍କ ମଧ୍ୟରେ କୃଷକ ଆନ୍ଦୋଳନକୁ ନେଇ ଟ୍ୱିଟ ୱାର ଚାଲିଥିଲା । ଏବେ ପୁଣି ଆଉ ଦୁଇ ବଲିଉଡ ଅଭିନେତା ମୁହାଁମୁହିଁ ହୋଇଛନ୍ତି । ଅଭିନେତା ଅନୀଲ କପୁର ଏବଂ ଅନୁରାଗ କଶ୍ୟପଙ୍କ ମଧ୍ୟରେ ଚାଲିଛି ଯୁଦ୍ଧ । ଦୁହିଁଙ୍କ ମଧ୍ୟରେ ଜୋରସୋରରେ ଆରମ୍ଭ ହୋଇଛି ଟ୍ୱିଟ ୱାର ।

ଟ୍ୱିଟରରେ ନିର୍ଦ୍ଦେଶକ ତଥା ଅଭିନେତା ଅନୁରାଗ କଶ୍ୟପ ଅନୀଲ କପୁରଙ୍କୁ ‘ମୂଲ୍ୟହୀନ ଚଳଚ୍ଚିତ୍ର’ର ତାଲିକା ଦେଇଛନ୍ତି । ଏହାକୁ ଟାର୍ଗେଟ କରି ଅନୀଲ ମଧ୍ୟ ଅନୁରାଗଙ୍କୁ ଫ୍ଲପ ଫିଲ୍ମ ‘ବମ୍ବେ ଭେଲଭେଟ’ ଏବଂ ଅଟକି ରହିଥିବା କ୍ୟାରିୟର ବିଷୟରେ ମନେ ପକାଇଦେଛନ୍ତି ।  ଉଭୟଙ୍କ ମଧ୍ୟରେ ସୋଶାଲ ମିଡିଆରେ କଥା କଟାକଟି ସାଙ୍ଗକୁ ଚାଲିଛି ଘମାଘୋଟ ଲଢ଼େଇ ।


ରବିବାର ଦିନ ଅନ୍ତର୍ଜାତୀୟ ଏମି ପୁରଷ୍କାର ଜିତିଥିବା ଫିଲ୍ମ ‘ଡେଲି କ୍ରାଇମ’କୁ ଅନୀଲ କପୁର ଟ୍ୱିଟରରେ ଅଭିନନ୍ଦନ ଜଣାଇଥିଲେ । ଏଥିରେ ଅନୁରାଗ କଶ୍ୟପ ତାଙ୍କୁ ମଜାଳିଆ ଢ଼ଙ୍ଗରେ କମେଣ୍ଟ କରି ତୁମ ଓସ୍କାର କେଉଁଠି ବୋଲି ପ୍ରଶ୍ନ କରିଥିଲେ । ଅନୁରାଗଙ୍କ ଏଭଳି କମେଣ୍ଟରେ ଅନୀଲ ରାଗିଯାଇ ତାଙ୍କୁ ପାଲଟା ଜବାବ ଦେଇଥିଲେ। ଆପଣ ଓସ୍କାରର ନିକଟତର ହୋଇଥିଲେ । ସ୍ଲମଡଗ ମିଲେନିଅର ଫିଲ୍ମ ଓସ୍କାର ଜିତିଥିବା ଟିଭିରେ ଦେଖିଥିଲେ । କିନ୍ତୁ ତମ(ଅନୁରାଗ) ଦ୍ୱାରା କିଛି ହୋଇପାରିବ ନାହିଁ ।  ଏଥିରେ ଅନୁରାଗ କହିଥିଲେ, ଆପଣ ଏହି ଫିଲ୍ମ ପାଇଁ ଦ୍ୱିତୀୟ ପସନ୍ଦ ଥିଲେ । ସମସ୍ତେ ଛାଡି ଯାଇଥିବା ଫିଲ୍ମକୁ ଆପଣ କରନ୍ତି । ଏହାର ଜବାବରେ ଅନୀଲ ତାଙ୍କୁ କହିଥିଲେ, ଯେ ମୋ ଗାଡି ୪୦ ବର୍ଷ ହେଲା ଚାଲିଛି କିନ୍ତୁ ତୁମର ଏପର୍ଯ୍ୟନ୍ତ ଗ୍ୟାରେଜରେ ପଡି ରହିଛି।  ଏଭଳି ଭାବେ ଅନୀଲ ‍ଏବଂ ଅନୁରାଗ ଦୁହିଁଙ୍କ ମଧ୍ୟରେ ଚାଲିଛି ଘମାଘୋଟ ଟ୍ୱିଟ ୱାର ।


ସୂଚନା ଯୋଗ୍ୟ ଯେ, ଅନୀଲ ଏବଂ ଅନୁରାଗଙ୍କ ଏହି ଲେଢ଼ଇ ପ୍ରକୃତରେ ସେମାନଙ୍କ ଅପକମିଂ ୱେବସିରିଜ AK VS AKର ପ୍ରମୋଶନ ପାଇଁ ଚାଲିଥିବା କୁହାଯାଉଛି । AK VS AK ୱେବ ସିରିଜ କିଛି ଦିନ ମଧ୍ୟରେ ନେଟଫ୍ଲିକ୍ସରେ ରିଲିଜ ହେବ । ଏଥିରେ ଦୁହିଁଙ୍କ ମଧ୍ୟ ଜୋରଦାର ଲଢ଼େଇ ଦେଖିବାକୁ ମିଳିବ ।

The post ଅନୀଲ VS ଅନୁରାଗ, ଟ୍ୱିଟରରେ ଚାଲିଛି ଯୁଦ୍ଧ appeared first on Odisha Reporter.



from Odisha Reporter https://ift.tt/3mLlxvw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages