ଜାନୁଆରୀରେ ଉହାନ ଗସ୍ତ କରିବ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଟିମ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 19, 2020

ଜାନୁଆରୀରେ ଉହାନ ଗସ୍ତ କରିବ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଟିମ୍

ବେଜିଂ: ଚାଇନାର ଉହାନରୁ କରୋନା ଭାଇରସ ବ୍ୟାପିଥିବା ଅଭିଯୋଗର ତଦନ୍ତ ପାଇଁ ଯିବ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ଇଣ୍ଟରନାଲ କମିଟି। ଜାନୁଆରୀ ପ୍ରଥମ ସପ୍ତାହରେ ଏହି ଇଣ୍ଟରନାଲ କମିଟି ବେଜିଂ ଗସ୍ତ କରିବ। ଗତବର୍ଷ ଡିସେମ୍ୱର ଶେଷ ସପ୍ତାହରେ ଉହାନରୁ କରୋନା ବ୍ୟାପିଥିବା ଜଣାପଡ଼ିଛି। ଘଟଣାର ବର୍ଷ ପରେ ଏବେ ବେଜିଂ ଯିବ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଇଣ୍ଟରନାଲ କମିଟି।

ଏହି ଟିମ୍ ବେଜିଂରେ ପହଞ୍ଚିବା ପରେ ଏକାନ୍ତବାସରେ ରହିବେ। ଏହାପରେ ଉହାନ ଗସ୍ତ କରିବେ ବୋଲି ଡକ୍ଚର ମିଚେଲ୍ ରିଆନ୍ କହିଛନ୍ତି। ଏହି ମିଶନର ଲକ୍ଷ୍ୟ ହେଉଛି ଯେଉଁଠି ମଣିଷ ଶରୀରରୁ ଏହି ଘାତକ ଭାଇରସ ବ୍ୟାପିଛି ବୋଲି କୁହାଯାଉଛି ସେଠିକାର ସ୍ଥିତି ଅନୁଧ୍ୟାନ କରିବ ଏହି ଟିମ୍।

ସେହିପରି ଚାଇନା ସରକାରଙ୍କ ଅଧିକାରୀ କହିଛନ୍ତି, ଅନ୍ତର୍ଜାତୀୟ ଟିମ୍ ଉହାନ ଗସ୍ତରେ ଆସିବେ। ଚାଇନା ଅଧିକାରୀ ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରିବେ।

The post ଜାନୁଆରୀରେ ଉହାନ ଗସ୍ତ କରିବ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଟିମ୍ appeared first on Odisha Reporter.



from Odisha Reporter https://ift.tt/3asFnZl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages