ଭାଇରାଲ ହେଉଛି ଅଭିନେତ୍ରୀଙ୍କ ଡିଜିଟାଲ ୱେଡିଂ କାର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 19, 2020

ଭାଇରାଲ ହେଉଛି ଅଭିନେତ୍ରୀଙ୍କ ଡିଜିଟାଲ ୱେଡିଂ କାର୍ଡ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ବିଗବସ୍ ସିଜିନ-୭ ବିଜେତା ଗୌହର ଖାନ ଖୁବଶୀଘ୍ର ହାତକୁ ଦି ହାତ ହେବେ। ଆଉ ୪ ଦିନ ପରେ ତାଙ୍କ ଘରେ ବାଜିବ ଶାହାନାଇ। ସେ ତାଙ୍କ ଦୀର୍ଘ ଦିନର ବୟଫ୍ରେଣ୍ଡ ଜୈଦ ଦରବାରଙ୍କ ହାତ ଧରିବେ। ଗୌହର ଏବଂ ଜୈଦଙ୍କ ବିବାହକୁ ନେଇ ଏବେ ସୋଶାଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ବିବାହ ପୂର୍ବରୁ ତାଙ୍କ ୱେଡିଂ କାର୍ଡ ଭାଇରାଲ ହୋଇଛି।

ନିକଟରେ ସୋଶାଲ ମିଡିଆରେ ଗୌହର ଏବଂ ଜୈଦ ତାଙ୍କ ଡିଜିଟାଲ ୱେଡିଂ କାର୍ଡ ଶେଆର କରିଥିଲେ। ଏହି ୱେଡିଂ କାର୍ଡକୁ ଶେଆର କରି ଦୁହେଁ #GAZAbKaHaiDin କ୍ୟାପଶନ ଦେଇଥିଲେ। ଏହି ଡିଜିଟାଲ ନିମନ୍ତ୍ରଣ କାର୍ଡରେ ଦୁହିଁଙ୍କ ଲକଡାଉନ ଲଭ ଷ୍ଟୋରୀର ପୂରା କହାଣୀକୁ ଆନିମେଟେଡ ଅନ୍ଦାଜରେ ବର୍ଣ୍ଣନା କରାଯାଇଛି।

 

View this post on Instagram

 

A post shared by GAUAHAR KHAN (@gauaharkhan)


କିଭଳି ଦୁହିଁଙ୍କ ଦେଖାସାକ୍ଷାତ ହେଲା? କିଭଳି ପରସ୍ପରକୁ ସେମାନେ ପ୍ରେମ ନିବେଦନ କଲେ? କ୍ୱାରେଣ୍ଟାଇନ ଡ୍ରାଇଭ ଠାରୁ ଆରମ୍ଭ ପାର୍କିଂ ଗ୍ୟାରଜ ପର୍ଯ୍ୟନ୍ତ ଏବଂ ଟେକ୍ଟ ମେସେଜ ଠାରୁ ଆରମ୍ଭ କରି ଭିଡିଓ କଲ ପର୍ଯ୍ୟନ୍ତ ସବୁ କିଛି ଏହି ଡିଜିଟାଲ କାର୍ଡରେ ରହିଛି। ଗୌହର ଏବଂ ଜୈଦଙ୍କ ଏହି ନିଆରା ନିମନ୍ତ୍ରଣ କାର୍ଡଟି ଏବେ ସୋଶାଲ ମିଡିଆରେ ଖୁବ ଭାଇରାଲ ହେବାକୁ ଲାଗିଛି।

ସୂଚନାଯୋଗ୍ୟ ଯେ, ମ୍ୟୁଜିକ କମ୍ପୋଜର ଇସମାଇଲ ଦରବାରଙ୍କ ପୁଅ ହେଉଛନ୍ତି ଜୈଦ ଦରବାର। ପେଶାରେ ଜୈଦ ଜଣେ ଅଭିନେତା ସହ ଭଲ ଡ୍ୟାନ୍ସର ମଧ୍ୟ। ଆସନ୍ତା ୨୫ ତାରିଖରେ ସେ ଅଭିନେତ୍ରୀ ଗୌହର ଖାନଙ୍କୁ ବିବାହ କରିବେ। ଜୈଦଙ୍କ ସହ ବିବାହକୁ ନେଇ ଗୌହର ମଧ୍ୟ ବେଶ ଉତ୍ସାହିତ ଅଛନ୍ତି। ଏନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି। ମୁସଲିମ ଧର୍ମ ଅନୁଯାୟୀ ଦୁହେଁ ନିକାହ ପଢ଼ିବେ।

The post ଭାଇରାଲ ହେଉଛି ଅଭିନେତ୍ରୀଙ୍କ ଡିଜିଟାଲ ୱେଡିଂ କାର୍ଡ appeared first on Odisha Reporter.



from Odisha Reporter https://ift.tt/3nD8wEJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages