ମାଲକାନଗିରି (ଜିତେନ୍ଦ୍ର ବେଉରା): ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ନକ୍ସଲ ପୋତିଥିଲେ ଲ୍ୟାଣ୍ଡମାଇନ୍। ତେବେ ଏହା ସୁରକ୍ଷାକର୍ମୀଙ୍କୁ ନଜରକୁ ଆସିଯାଇଥିଲା ଓ ଏକ ବଡ଼ ଅଘଟଣ ଟଳି ଯାଇଥିଲା।
ଗତକାଲି ବିଏସ୍ଏଫ୍ ଯବାନମାନେ ମାଲକାନଗିରି ଜିଲ୍ଲାର ସ୍ୱଭିମାନ ଅଞ୍ଚଳକୁ ଅପରେସନ୍ରେ ଯାଇଥିବା ବେଳେ ଏହି ଲ୍ୟାଣ୍ଡମାଇନ୍କୁ ଠାବ କରିଥିଲେ।
ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ବିଜୟ ପଲଙ୍କ ନେତୃତ୍ୱରେ ସ୍ୱଭିମାନ ଅଞ୍ଚଳର ପିପଲପଦର ଠାରୁ ନାକାମାମୁଡ଼ି ମଧ୍ୟରେ ଯବାନମାନେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଙ୍ଗଲରୁ ଲ୍ୟାଣ୍ଡମାଇନ ଉଦ୍ଧାର କରିଥିଲେ।
ଯବାନଙ୍କ ଠାରୁ ଖବର ପାଇ ବୋମା ନିଷ୍କ୍ରିୟକାରୀ ଦଳ ସେଠାରେ ପହଞ୍ଚିଥିଲେ ଓ ଉଦ୍ଧାର କରାଯାଇଥିବା ଲ୍ୟାଣ୍ଡମାଇନ୍କୁ ନିଷ୍କ୍ରିୟ କରି ଦେଇଥିଲେ।
The post ଟଳିଗଲା ଅଘଟଣ, କାମ ଦେଲାନି ନକ୍ସଲଙ୍କ ଯୋଜନା appeared first on Odisha Reporter.
from Odisha Reporter https://ift.tt/3rfJSMA
No comments:
Post a Comment