ନ୍ୟୁୟର୍କ: ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଆମେରିକାର ନବ ନିର୍ବାଚିତ ଉପ ରାଷ୍ଟ୍ରପତି କମଳା ହାରିସ, ବାୟୋକନର ସଂସ୍ଥାପକ କରିଣ ମଜୁମଦାର ଶ’ ଓ ଏଚସିଏଲର ଇଣ୍ଟରପ୍ରାଇଜର ରୋଶନୀ ନାଡାର ଭଳି ମହିଳାମାନେ ବିଶ୍ୱର ଶ୍ରେଷ୍ଠ ୧୦୦ ଶକ୍ତିଶାଳୀ ମହିଳାଙ୍କ ସୂଚୀରେ ସ୍ଥାନ ପାଇଛନ୍ତି।
ଫୋର୍ବସ ପକ୍ଷରୁ ଏହି ତାଲିକା ଜାରି କରାଯାଇଛି। ଶକ୍ତିଶାଳୀ ମହିଳାଙ୍କ ତାଲିକାର ଏକ ନମ୍ବର ସ୍ଥାନରେ ଜର୍ମାନୀ ଚାନସେଲର ଆଞ୍ଜେଲା ମୋର୍କେଲ ରହିଛନ୍ତି। କ୍ରମାଗତ ୧୦ମ ଥର ପାଇଁ ମର୍କେଲ ଏହି ସ୍ଥାନ ଦଖଲ କରିବାର ରେକର୍ଡ କରିଛନ୍ତି। ଫୋର୍ବସର ପାୱର ଲିଷ୍ଟର ୧୭ତମ ସଂସ୍କରଣରେ ୩୦ଟି ଦେଶର ମହିଳାଙ୍କ ନାଁକୁ ସ୍ଥାନିତ କରାଯାଇଛି।
ତାଲିକାରେ ୧୦ଟି ଦେଶର ମୁଖ୍ୟ, ୩୮ ଜଣ ସିଇଓ ଏବଂ ମନୋରଞ୍ଜନ କ୍ଷେତ୍ର ସହ ଜଡ଼ିତ ୫ ଜଣ ମହିଳା ରହିଛନ୍ତି। ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଲିକାର ୪୧ତମ ସ୍ଥାନରେ ରହିଛନ୍ତି। ସେହିପରି ରୋଶନୀ ୫୫ ନଂ ଓ କିରଣ ୬୮ ନଂ ସ୍ଥାନରେ ରହିଛନ୍ତି।
ଲ୍ୟାଣ୍ଡମାର୍କ ଗ୍ରୁପ୍ର ପ୍ରମୁଖ ରେଣୁକା ଜଗତିଆନି ଫୋର୍ବସ ତାଲିକାର ୯୮ମ ସ୍ଥାନରେ ରହିଛନ୍ତି। ତୃତୀୟ ସ୍ଥାନରେ କମଳା ହାରିସ ଥିବା ବେଳେ ତୃତୀୟରେ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡନ ରହିଛନ୍ତି। ତାଲିକାର ୩୭ତମ ସ୍ଥାନରେ ତାଇୱାନର ରାଷ୍ଟ୍ରପତି ସାଇ ଇଙ୍ଗ ୱେନଙ୍କ ନାଁ ରହିଛି। ଚଳିତ ବର୍ଷ ତାଲିକାରେ ୧୭ ଜଣ ନୂଆ ମୁହଁକୁ ସାମିଲ କରାଯାଇଛି।
ଆମେରିକାର ୟୁନାଇଟେଡ୍ ପାର୍ସଲ୍ ସର୍ଭିସର ନୂଆ ସିଇଓ କାରୋଲ ଟୋମ ୧୧ତମ ଓ କାଲିଫର୍ଣ୍ଣିଆର କ୍ଲୋରକ୍ସ ଲିଣ୍ଡା ରାଣ୍ଡଲେ ୮୭ତମ ସ୍ଥାନରେ ରହିଛନ୍ତି। ସିଭିଏସ୍ର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ କରିନା ଲିଞ୍ଚଙ୍କ ନାଁ ୩୮ତମ ସ୍ଥାନରେ ରହିଛି।
ତାଲିକାରେ ବିଲ ଓ ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନର ସହ-ଅଧ୍ୟକ୍ଷ ମିଲିଣ୍ଡା ଗେଟ୍ସ (ପଞ୍ଚମ ସ୍ଥାନ), ଆମେରିକାର ବାଚସ୍ପତି ନାନସୀ ପେଲୋସି (୭ମ), ଫେସବୁକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶେରିଲ ସାଣ୍ଡବର୍ଗ (୨୨ ତମ), ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା (୩୯ ତମ), ରାଣୀ ଏଲିଜାବେଥ୍ ଦ୍ୱିତୀୟ (୪୬ ତମ), ପ୍ରସିଦ୍ଧ କଳାକାର ରିହାନା (୬୯ ତମ) ସ୍ଥାନରେ ରହିଛନ୍ତି।
The post ଫୋର୍ବସ: ବିଶ୍ୱର ଶ୍ରେଷ୍ଠ ୧୦୦ ଶକ୍ତିଶାଳୀ ମହିଳାଙ୍କ ମଧ୍ୟରେ ନିର୍ମଳା ସୀତାରମଣ appeared first on Odisha Reporter.
from Odisha Reporter https://ift.tt/36WSqQh
No comments:
Post a Comment