ବାର୍ସେଲୋନା: ସ୍ପେନର ବାର୍ସେଲୋନାରେ ଥିବା ଗୋଟିଏ ଚିଡ଼ିଆଖାନାର ୪ଟି ସିଂହ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୩ଟି ସିଂହୀ ଓ ଗୋଟିଏ ସିଂହ ରହିଛନ୍ତି। ଚିଡ଼ିଆଖାନାର ଜଗୁଆଳୀ ପ୍ରଥମେ ସିଂହମାନଙ୍କ ଶରୀରରେ ସାମାନ୍ୟ କରୋନା ଲକ୍ଷଣ ଦେଖାଯାଉଥିବା ଚିହ୍ନଟ କରିଥିଲେ।
ଏହାପରେ ସେ ଡାକ୍ତରମାନଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଡାକ୍ତରମାନେ ସିଂହମାନଙ୍କର ସ୍ୱାବ ନେଇ ପରୀକ୍ଷା କରିବାରୁ ସେମାନଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମନୁଷ୍ୟମାନଙ୍କର ଯେମିତି ଆରଟି-ପିସିଆର ଟେଷ୍ଟ ହୁଏ, ଠିକ୍ ସେଭଳି ସିଂହମାନଙ୍କର କରୋନା ଟେଷ୍ଟ କରାଯାଇଥିଲା।
ଖାଲି ସେତିକି ନୁହେଁ, ଚିଡ଼ିଆଖାନାର ଦୁଇ ଜଣ ସଦସ୍ୟ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେବେ ଦୁଇ ସଦସ୍ୟଙ୍କ ଦ୍ୱାରା ସିଂହମାନେ କରୋନାରେ ଆକ୍ରାନ୍ତ ହେଲେ ନା ଏହା ପଛରେ ଆଉ କିଛି କାରଣ ରହିଛି, ତାହା ଜାଣିବା ପାଇଁ ତଦନ୍ତ ଆରମ୍ଭ କରାଯାଇଛି। ଏବେ ଅନ୍ୟ ଜୀବଜନ୍ତୁମାନଙ୍କର ମଧ୍ୟ କରୋନା ଟେଷ୍ଟ କରାଯାଇଛି।
The post ଚିଡ଼ିଆଖାନାର ୪ ସିଂହଙ୍କୁ କରୋନା appeared first on Odisha Reporter.
from Odisha Reporter https://ift.tt/3gt9LUd
No comments:
Post a Comment