୭୦ ଲକ୍ଷ ଟଙ୍କାର ଚନ୍ଦନ କାଠ ଜବତ, ୩ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 3, 2020

୭୦ ଲକ୍ଷ ଟଙ୍କାର ଚନ୍ଦନ କାଠ ଜବତ, ୩ ଗିରଫ

କଟକ(ଓଡ଼ିଶା ରିପୋର୍ଟର): କଟକ ଟାଙ୍ଗି ପୁଲିସ ଷ୍ଟେସନ ଅଧିନ ଦଳଯୋଡି ଜଙ୍ଗଲରୁ ବିପୁଳ ପରିମାଣର ଚୋରା ଚନ୍ଦନ କାଠ ଜବତ। କ୍ରାଇମବ୍ରାଞ୍ଚ STF ଚଢ଼ାଉ କରି ୪ କ୍ୱିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ କରିଛି । ଏଥିରେ ସମ୍ପୃକ୍ତି ଥିବା ୩ ଜଣଙ୍କୁ STF ଗିରଫ କରିଛି।  ଜବତ ଚନ୍ଦନ କାଠର ମୂଲ୍ୟ ଆନୁମାନିକ ୭୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି ।

ସୂଚନା ମୁତାବକ, ଦଳଯୋଡି ଜଙ୍ଗଲରେ ଚୋରା ଚନ୍ଦନ କାଠ ବେପାର ଚାଲିଥିବା ଖବର ପାଇ କ୍ରଇମବ୍ରାଂଚ ଏସଟିଏଫ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତ ହେଲେ କଟକର ହେମନ୍ତ ଛାଟୋଇ, ନୟାଗଡର ଦଣ୍ଡପାଣି ଦାସ ଓ ବାଲିଯୋଡି ପଟାଲସିଂହ ଗାଁର କାହ୍ନୁ ଚରଣ ବିଶୋଇ ।  ଏମାନଙ୍କ ନାଁରେ ଟାଙ୍ଗି ପୁଲିସ ମାମଲା ରୁଜୁ କରିବା ସହ ଏହି ଚନ୍ଦନ କାଠ ଚୋରା ମାମଲାରେ ଆଉ କାହାର ସମ୍ପୃକ୍ତି ରହିଛି ସେ ନେଇ ତଦନ୍ତ ଜାରି ରଖିଛି ।

The post ୭୦ ଲକ୍ଷ ଟଙ୍କାର ଚନ୍ଦନ କାଠ ଜବତ, ୩ ଗିରଫ appeared first on Odisha Reporter.



from Odisha Reporter https://ift.tt/2VAxWXb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages