ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଠକ୍ ବାପ-ପୁଅଙ୍କ ଅମାପ ସମ୍ପତ୍ତିର ଫିଟୁଛି ଗୁମର। ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପୂର୍ବରୁ ୧୬ କୋଟି ୫ ଲକ୍ଷ ଟଙ୍କା ମିଳିଥିବା ବେଳେ ପୁଣି ମିଳିଛି ୧ କୋଟି ୨୮ ଲକ୍ଷ ଟଙ୍କା । ଭୁବନେଶ୍ୱର ଏବଂ ପୁଣେରେ ଥିବା ଆକାଶଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଏହି ଟଙ୍କା ମିଳିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
ଆକାଶ ପାଠକଙ୍କ ନାଁରେ ବ୍ରହ୍ମପୁର ଓ ବଲାଙ୍ଗିରରେ ବ୍ୟାଙ୍କ ଆକାଉଣ୍ଟ ସହ ଇନସୁରାନ୍ସ ପଲିସି ରହିଛି । ଏହାବ୍ୟତୀତ ୩ଟି ବ୍ୟାଙ୍କ ଆକାଉଣ୍ଟରେ ମୋଟ ୧୬ କୋଟି ୫ ଲକ୍ଷ ଟଙ୍କା ଜମା ହୋଇଥିବାବେଳେ ସେଥିମଧ୍ୟରୁ ୧୦ କୋଟି ୭୬ ଲକ୍ଷ ଟଙ୍କା ନଗଦ ଆକାରରେ ଜମା ହୋଇଥିବା ଭିଜିଲାନ୍ସ ସୂଚନା ଦେଇଛି ।
କେବଳ ଆକାଶ ନୁହେଁ, ଆଇଏଫଏସ୍ ଅଭୟକାନ୍ତ ଏବଂ ପରିବାର ସଦସ୍ୟଙ୍କ ନାଁରେ ମଧ୍ୟ ବ୍ୟାଙ୍କ ଆକାଉଣ୍ଟ ରହିଛି । ଯାହାର ତଦନ୍ତ ଜାରି ରହିଥିବା କହିଛି ଭିଜିଲାନ୍ସ । ପାଠକ ବାପ-ପୁଅଙ୍କୁ ୩ ଦିନିଆ ରିମାଣ୍ଡରେ ନେଇ ଭିଜିଲାନ୍ସ ତଦନ୍ତ କରୁଛି । କଟକରେ ଉଭୟଙ୍କୁ ଜେରା କରାଯାଉଛି ।
The post ପୁଣି ଆକାଶଙ୍କ ଆକାଉଣ୍ଟରୁ ମିଳିଲା କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା appeared first on Odisha Reporter.
from Odisha Reporter https://ift.tt/2L6dUSy
No comments:
Post a Comment