ରାଞ୍ଚି: ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ଚିକିତ୍ସା କରୁଥିବା ଡାକ୍ତର ଉମେଶ ପ୍ରସାଦଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ରାଞ୍ଚି ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସର ନିର୍ଦ୍ଦେଶକ। ଉମେଶ କିଛି ଦିନ ତଳେ ଏକ ରିପୋର୍ଟ ଦେଇଥିଲେ ଯେଉଁଥିରେ ଲାଲୁଙ୍କ କିଡନୀ କୌଣସି ସମୟରେ ଖରାପ ହୋଇପାରେ। କିଡନୀର ୨୫ ପ୍ରତିଶତ କାମ କରୁଛି ବୋଲି ରିପୋର୍ଟ ଦେଇଥିଲେ।
ରିମ୍ସ ନିର୍ଦ୍ଦେଶକ କହିଛନ୍ତି, ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଡାକ୍ତର ଜଣଙ୍କ ବିଭ୍ରାନ୍ତିକର ତଥ୍ୟ ରଖିଛନ୍ତି। ତେଣୁ ତାଙ୍କୁ ଜବାବ ତଲବ କରାଯାଇଛି। ହସ୍ପିଟାଲର ମୁଖପାତ୍ର କହିଛନ୍ତି ଡାକ୍ତର ଉମେଶ ରିପୋର୍ଟ ଦେବାରୁ ଏକ୍ସପୋର୍ଟ କିମ୍ୱା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମତାମତ ଲୋଡିବାର ଥିଲା। ହେଲେ ସେ ଏହା କରି ନାହାନ୍ତି।
ତେବେ ଶନିବାର ଝାଡ଼ଖଣ୍ଡ ଜେଲ୍ କର୍ତ୍ତୃପକ୍ଷ ବିରେନ୍ଦ୍ର ଭୂଷଣ କହିଛନ୍ତି, ଲାଲୁ କୌଣସି ବିପଦରେ ନାହାନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହିଛି। ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିଲେ ନେଫରୋଲଜି ବିଭାଗକୁ ଡାକ୍ତର ପଠାଇଥାନ୍ତେ।
ସୂଚନାଯୋଗ୍ୟ, ୨୦୧୭ ମସିହାରେ ଲାଲୁ ଯାଦବ ଚାରା ଘୋଟାଲା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏବେ ସେ ରାଞ୍ଚି ଜେଲରେ ଆଜୀବନ ସଜା କାଟୁଛନ୍ତି। ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଡାକ୍ତର ଜଣଙ୍କ ରିପୋର୍ଟ ଦେବା ପରେ ବିଜେପି ଆପତ୍ତି ଉଠାଇଥିଲା। ଡାକ୍ତର ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ କହି ଲାଲୁଙ୍କୁ ସୁରକ୍ଷା ଦେବାକୁ ଚାହୁଁଛନ୍ତି ବୋଲି ବିଜେପି ଅଭିଯୋଗ କରିଥିଲା।
The post ‘ଲାଲୁଙ୍କ କିଡନୀ ୨୫% କାମ କରୁଛି’ ରିପୋର୍ଟ ଦେଇଥିବା ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ୍ appeared first on Odisha Reporter.
from Odisha Reporter https://ift.tt/3h3n4Lq
No comments:
Post a Comment