ବାରିପଦା(ଓଡ଼ିଶା ରିପୋର୍ଟର): ଜାଲ୍ ନୋଟ କାରବାର କରୁଥିଲେ ୨ ଭାଇ। ଧରିଦେଲା ପୁଲିସ୍। ଏପରି ଘଟଣା ବାରିପଦା କେସି ସର୍କଲରେ ହୋଇଥିବା ବେଳେ ପୁଲିସ୍ ୨ ଭାଇଙ୍କ ନିକଟରୁ ୮୫ ହଜାର ଟଙ୍କାର ଜାଲ୍ ନୋଟ୍ ଜବତ କରିଛି।
ଗିରଫ ଅଭିଯୁକ୍ତମାନେ ହେଲେ ରାସ ବିହାରୀ ରଣା ଓ ରକ୍ଷାହରି ରଣା। ସେମାନଙ୍କ ଘର ଓଡିଶା ସୀମାନ୍ତ ଝାଡ଼ଖଣ୍ଡ ରାଜ୍ୟର ବହଡାଗୋଡା ଅଞ୍ଚଳରେ ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ଗତକାଲି ରକ୍ଷାହରି ଓ ରାସ ବିହାରୀ ୮୫ ହଜାର ଟଙ୍କାର ଜାଲ୍ ନୋଟ୍ ନେଇ ବାରିପଦା ସହରକୁ ଆସିଥିଲେ। ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଗତକାଲି ରାତିରେ ବାରିପଦା କେସି ସର୍କଲରେ ଚଢଉ କରି ଜାଲ୍ ନୋଟ୍ କାରବାର କରୁଥିବା ଦୁଇ ଭାଇଙ୍କୁ ଗିରଫ କରିଥିଲା।
ପୁଲିସ ସେମାନଙ୍କଠାରୁ ଅବିକଳ ପାଞ୍ଚଶହ ଟଙ୍କିଆ ୧୧୦ଟି, ଶହେ ଟଙ୍କିଆ ନୋଟ୍ ୩୦୦ଟି, ଗୋଟିଏ ବାଇକ୍ ଏବଂ ଦୁଇଟି ମୋବାଇଲ ଜବତ କରିଥିଲା । ଏହି ନୋଟ୍ ସେମାନେ କେଉଁଠୁ ଆଣିଲେ ନା ସେମାନେ ନିଜେ ତିଆରି କରିଛନ୍ତି ସେ ନେଇ ତଦନ୍ତ ଜାରି ରଖିଛି ପୁଲିସ୍ ।
The post ଜାଲ୍ ନୋଟ୍ କାରବାର କରୁଥିଲେ ୨ ଭାଇ, ଧରିଦେଲା ପୁଲିସ୍ appeared first on Odisha Reporter.
from Odisha Reporter https://ift.tt/3ntpvJx
No comments:
Post a Comment