ଜଳ ଆବଣ୍ଟନ ଚୁକ୍ତିର ଖିଲାପ; ଓଡ଼ିଶାରୁ ପାଣି ନେଇ ଟଙ୍କା ଦେଉନି ଆନ୍ଧ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 9, 2020

ଜଳ ଆବଣ୍ଟନ ଚୁକ୍ତିର ଖିଲାପ; ଓଡ଼ିଶାରୁ ପାଣି ନେଇ ଟଙ୍କା ଦେଉନି ଆନ୍ଧ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ଜଳ ବଣ୍ଟନକୁ ନେଇ ପୁଣି ମୁଣ୍ଡ ଟେକିଛି ବିବାଦ  । ଜଳସେଚନ ଲାଗି ଓଡ଼ିଶାରୁ ଆନ୍ଧ୍ର ପାଣି ନେଉଥିଲେ ମଧ୍ୟ ଜଳକର ପୈଠ କରୁ ନ ଥିବା ଅଭିଯୋଗ ହୋଇଛି । ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ହୋଇଥିବା ଜଳ ଆବଣ୍ଟନ ଚୁକ୍ତିକୁ ଆନ୍ଧ୍ରପ୍ରଦେଶ ଖିଲାପ କରିଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ, ୧୯୭୮ ଡିସେମ୍ବର ୧୫ରେ ଜଳ ଆବଣ୍ଟନ ନେଇ ଓଡିଶା ଏବଂ ଆନ୍ଧ୍ର ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।  ଚୁକ୍ତି  ଅନୁସାରେ ଓଡିଶାର ୧୭ଟି ଜଳସେଚନ ପ୍ରକଳ୍ପରୁ ଆନ୍ଧ୍ର ପାଣିନେବ ଏବଂ ଏହିସବୁ ପ୍ରକଳ୍ପ ରକ୍ଷଣାବେକ୍ଷଣ ପାଇଁ ଖର୍ଚ୍ଚର ଏକତୃତୀୟାଂଶ ଟଙ୍କା ପୈଠ କରିବ ।

ଚୁକ୍ତି ଅନୁସାରେ ଆନ୍ଧ୍ର ଓଡିଶାରୁ ପାଣି ନେଉଛି । କିନ୍ତୁ ଟଙ୍କା ପ୍ରଦାନ କରୁନାହିଁ । ଚୁକ୍ତି ସ୍ୱାକ୍ଷରିତ ହେବା ପରଠାରୁ ମାତ୍ର ଦୁଇଥର ୧୯୯୧ ଏବଂ ୧୯୯୨ ବର୍ଷରେ ଆନ୍ଧ୍ର ଜଳକର ପୈଠ କରିଛି । ଫଳରେ ୨୦୧୯-୨୦ ଆର୍ଥିକ ବର୍ଷ ସୁଦ୍ଧା ଆନ୍ଧ୍ର ଉପରେ ଏହି ବକେୟା ପରିମାଣ ୪ କୋଟି ୧୫ଲକ୍ଷରୁ ଅଧିକ ହୋଇଛି । ଏହାଦ୍ୱାରା ଆନିକଟ ମରାମତି ହୋଇପାରୁନି । ଫଳରେ ଉଭୟ ଓଡ଼ିଶା ଓ ଆନ୍ଧ୍ର ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି।  ତଥାପି ଏହି ଜଳକରକୁ ଆଦାୟ କରିବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର ।

ଏହି ପ୍ରସଙ୍ଗରେ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛି ପାରଳାଖେମୁଣ୍ଡି କ୍ଷୁଦ୍ର ଜଳସେଚନ ବିଭାଗ। ସରକାରଙ୍କ ନିର୍ଦ୍ଦେଶ  ଆସିଲେ ସେହି ଅନୁସାରେ କାର୍ଯ୍ୟ କରାଯିବ ବୋଲି ଏହି ବିଭାଗର ଅଧିକାରୀ କହିଛନ୍ତି ।

The post ଜଳ ଆବଣ୍ଟନ ଚୁକ୍ତିର ଖିଲାପ; ଓଡ଼ିଶାରୁ ପାଣି ନେଇ ଟଙ୍କା ଦେଉନି ଆନ୍ଧ୍ର appeared first on Odisha Reporter.



from Odisha Reporter https://ift.tt/2W1c6fU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages