ମୋବାଇଲ୍ ଫୋନରେ ଟ୍ରିପିଲ ତଲାକର ଶିକାର ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 9, 2020

ମୋବାଇଲ୍ ଫୋନରେ ଟ୍ରିପିଲ ତଲାକର ଶିକାର ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

ହାଇଦ୍ରାବାଦ: ଭାରତରେ ଟ୍ରିପିଲ୍ ତଲାକ ବା ତିନି ତଲାକକୁ ବେଆଇନ୍ ଘୋଷଣା କରିଛନ୍ତି ସରକାର। ଏହାପରେ ବି ଏହି ପରମ୍ପରା ଜାରି ରହିଛି। ଯାହାର ଜ୍ୱଳନ୍ତ ଉଦାହରଣ ହାଇଦ୍ରାବାଦରେ ଦେଖିବାକୁ ମିଳିଛି। ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀ ଆମେରିକାର ନାଗରିକତ୍ୱ ଗ୍ରହଣ କରିଛନ୍ତି। ତାଙ୍କ ଜନ୍ମ କିନ୍ତୁ ସୋମାଲିଆରେ। ସେ ଏବେ ଫୋନ୍ କରି ତାଙ୍କୁ ତିନି ତଲାକ ଦେଇଛନ୍ତି। ତେଣୁ ମହିଳା ଜଣଙ୍କ କେନ୍ଦ୍ର ସରକାରଙ୍କୁ ନ୍ୟାୟ ମାଗିଛନ୍ତି। ଯେହେତୁ ଛାଡପତ୍ର ଦେଇଥିବା ବ୍ୟକ୍ତି ଜଣଙ୍କ ବିଦେଶୀ ନାଗରିକ ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରିବ କି ନାହିଁ ତାହା ଏବେ ଜଟିଳ ପ୍ରଶ୍ନ।

ମହିଳା ଜଣଙ୍କ କହିଛନ୍ତି, ୨୦୧୫ର ଉଭୟ ବିବାହ କରିଥିଲେ। ପ୍ରଥମେ ତାଙ୍କ ବାପାକୁ ଫୋନ୍ କରି ତାଙ୍କ ସ୍ୱାମୀ ଛାଡପତ୍ର କଥା କହିଥିଲେ। ପରେ ସେ ଫୋନ୍ ଧରିବା ପରେ ତାଙ୍କ ସ୍ୱାମୀ ତିନି ତଲାକ ଦେଇଥିଲେ ବୋଲି କହିଛନ୍ତି। ବିନା କୌଣସି କାରଣରେ ତାଙ୍କ ସ୍ୱାମୀ ଏଭଳି କରିଛନ୍ତି। ବିବାହ ପାଖରୁ ଏଯାବତ ସବୁକିଛି ଠିକ୍ ଠାକ୍ ଚାଲୁଥିଲା। ହେଲେ ହଠାତ୍ ତାଙ୍କ ସ୍ୱାମୀଙ୍କ ଏଭଳି ଆଚରଣ ତାଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ବୋଲି କହିଛନ୍ତି।

ଏବେ ପୀଡ଼ିତାଙ୍କ ମା କହିଛନ୍ତି, ତାଙ୍କ ଝିଅ ଆଗକୁ ଦ୍ୱିତୀୟ ବିବାହ କରିବ। ତେଣୁ ଛାଡ଼ପତ୍ର କାଗଜପତ୍ର ଆବଶ୍ୟକ ରହିଛି। ଏଥିସହ ତାଙ୍କ ଜ୍ୱାଇଁଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦରକାର ବୋଲି ସେ କହିଛନ୍ତି।

The post ମୋବାଇଲ୍ ଫୋନରେ ଟ୍ରିପିଲ ତଲାକର ଶିକାର ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି appeared first on Odisha Reporter.



from Odisha Reporter https://ift.tt/2W0P60w

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages