ନୂଆ ଲୁକରେ ଭାଇଜାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 9, 2020

ନୂଆ ଲୁକରେ ଭାଇଜାନ

ମୁମ୍ବାଇ: ବଲିଉଡର ଦବଙ୍ଗ ଭାଇଜାନ ସଲମାନ ଖାନଙ୍କ ଆସିଛି ନୂଆ ଲୁକ । ସୋଶାଲ ମିଡିଆରେ ତାଙ୍କ ଏହି ନୂଆ ଲୁକକୁ ସଲମାନଙ୍କ ଭିଣେଇ ଆୟୁଷ ଶର୍ମା ସେଆର କରିଛନ୍ତି । ଯାହା ଖୁବ୍ ଭାଇରାଲ ହେବାରେ ଲାଗିଛି ।

ସଲମାନଙ୍କ ଏହି ଲୁକକୁ ଦେଖିଲେ ତାଙ୍କୁ ଚିହ୍ନିବା ଟିକେ ମୁସକିଲ ହୋଇପଡୁଛି । ଭିଡିଓରେ ଶିଖ ପୁଲିସ ଅଫିସର ଲୁକରେ ସଲମାନ ନଜର ଆସିଛନ୍ତି। ପ୍ରକୃତ ଅପକମିଂ ଫିଲ୍ମ ‘ଅନ୍ତିମ’ରେ ଏ ହେଉଛି ସଲମାନ ଫାଷ୍ଟଲୁକ । ନିକଟରେ ଏହି ଫିଲ୍ମର ଶୁଟିଂ ଆରମ୍ଭ ହୋଇଛି। ଶୁଟିଂ ସେଟରୁ ଆୟୁଷ ଶର୍ମା ସଲମାନଙ୍କ ଫାଷ୍ଟଲୁକର ଏକ ଭିଡିଓକୁ ସେଆର କରିଛନ୍ତି । ଭିଡିଓରେ ସଲମାନ ମୁଣ୍ଡରେ କଳା ପଗଡି ବାନ୍ଧି ପୁରା ମାଚୋ ଷ୍ଟାଇଲରେ ଏଣ୍ଟ୍ରି କରୁଥିବା ଦେଖିବାକୁ ମିଳିଛି । ଏଥିରେ ତାଙ୍କୁ ଜଣେ ଶିଖ ପୁଲିସ ଅଫିସର ଭୂମିକାରେ ଦେଖିବାକୁ ମିଳିବ ।

 

View this post on Instagram

 

A post shared by Aayush Sharma (@aaysharma)


ଗତ ୧୬ ନଭେମ୍ବରରୁ ‘ଅନ୍ତିମ’ ଫିଲ୍ମର ଶୁଟିଂ ପୁଣେରୁ ଆରମ୍ଭ ହୋଇଛି । ଫିଲ୍ମରେ ସଲମାନ ଖାନ ଲିଡ ରୋଲରେ ଥିବା ବେଳେ ଆୟୁଷ ଶର୍ମା ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ । ଏଥିରେ ଆୟୁଷଙ୍କୁ ଜଣେ ଗ୍ୟାଙ୍ଗଷ୍ଟର ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମ ‘ଅନ୍ତିମ’ ହେଉଛି ମରାଠୀ ଫିଲ୍ମ ‘ମୁଲ୍ସି ପ୍ୟାଟର୍ନ’ର ହିନ୍ଦୀ ରିମେକ । ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ମହେଶ ମଞ୍ଜରେକର ଅଛନ୍ତି ।

The post ନୂଆ ଲୁକରେ ଭାଇଜାନ appeared first on Odisha Reporter.



from Odisha Reporter https://ift.tt/3gEqofW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages