ଓଡ଼ିଶା ରିପୋର୍ଟର: ଫୁଲ କୋବି ଏକ ଏଭଳି ପରିବା ଯାହାକୁ ସମସ୍ତେ ପସନ୍ଦ କରିଥାନ୍ତି । ଶୀତଦିନ ଆସିଲେ ସମସ୍ତଙ୍କ ଘରେ ଫୁଲକୋବିର ଚାହିଦା ବଢ଼ିଯାଏ । ସମସ୍ତେ ତରକାରୀ କିମ୍ବା ଏଥିରେ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ତିଆରି କରି ଖାଇଥାନ୍ତି । ଫୁଲକୋବି ଖାଇବା ପାଇଁ ସୁଆଦିଆ ହେବା ସହ ଏହା ଶରୀର ପାଇଁ ଲାଭଦାୟକ ମଧ୍ୟ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଫୁଲକୋବି ଖାଇବା ଦ୍ୱାରା ଶରୀରକୁ କ’ଣ ସବୁ ଲାଭ ମିଳିଥାଏ ।
- ଫୁଲକୋବି କମ୍ କ୍ୟାଲୋରୀ ଯୁକ୍ତ ଏବଂ ଏଥିରେ ଭିଟାମିନ ଭରପୁର ମାତ୍ରାରେ ରହିଛି। ଶରୀରକୁ ଆବଶ୍ୟକ ଥିବା ସମସ୍ତ ମିନେରାଲ୍ସ ଏବଂ ଭିଟାମିନ ଏଥିରୁ ମିଳିଯାଏ। ଏକ କପ୍ ଫୁଲକୋବିରେ 77 %ଭିଟାମିନ୍ ସି, 20 % ଭିଟାମିନ୍ କେ, 14 % ଫୋଲେଟ୍, 9 % ପୋଟାସିୟମ୍ ଏବଂ 8 % ମାଙ୍ଗାନିଜ୍ ଥାଏ। ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଏବଂ ଶରୀରକୁ ସୁସ୍ଥ ରଖିବା ପାଇଁ ଏ ସମସ୍ତ ପୋଷକ ତତ୍ତ୍ୱର ଆବଶ୍ୟକତା ରହିଛି।
- ଫୁଲକୋବିରେ ଗ୍ଲୁକୋସିନୋଲେଟସ ଏବଂ ଆଇସୋଥିୟୋସାଇନେଟ ଅଛି। ଉଭୟ ଆଣ୍ଟିଅକ୍ସିଡେଣ୍ଟ କ୍ୟାନସର ଭଳି ମାରାତ୍ମକ କୋଷକୁ ବଢ଼ିବାରେ ରୋକିଥାଏ। ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଗ୍ଲୁକୋସିନୋଲେଟ୍ସ ଏବଂ ଆଇସୋଥାଇଓସିଆନେଟ୍ କୋଲନ୍, ଫୁସଫୁସ, ସ୍ତନ ଏବଂ ପ୍ରୋଷ୍ଟେଟ୍ କ୍ୟାନସର ଉପରେ ଫୁଲକୋବି ବେଶ ପ୍ରଭାବ ପକାଇଥାଏ।
- ଫୁଲକୋବିରେ ପ୍ରଚୁର ମାତ୍ରାରେ ଫାଇବର ରହିଛି। ଏହା ଶରୀରରେ ସୁସ୍ଥ ବ୍ୟାକ୍ଟେରିଆକୁ ବୃଦ୍ଧି କରିଥାଏ ଏବଂ ହଜମ ଶକ୍ତି ବଢ଼ାଇଥାଏ। ଫୁଲକୋବିରେ ପର୍ଯ୍ୟାପ୍ତ ପରିମାଣର ଫାଇବର ଥିବା ଯୋଗୁଁ କୋଷ୍ଠକାଠିନ୍ୟ, ଡାଇଭର୍ଟିକୁଲାଇଟିସ୍ ଭଳି ସମସ୍ୟା ଦୂର ହୋଇଥାଏ।
- ଫୁଲକୋବିରେ ଭିଟାମିନ-ସି ରହିଛି। ଏହା ଶରୀରରେ ଆଣ୍ଟିଅକ୍ସିଡାଣ୍ଟ ରୂପେ କାମ କରେ। ଏହାର ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଯାହା ଶରୀରକୁ ରୋଗ ବିରୁଦ୍ଧରେ ଲଢ଼ିବାକୁ ସାହାଯ୍ୟ କରେ।
- ଫୁଲକୋବି ଓଜନ ହ୍ରାସ କରିବାରେ ମଧ୍ୟ ସହାୟକ ହୁଏ। ଏଥିରେ ବହୁତ କମ୍ ମାତ୍ରାରେ କ୍ୟାଲୋରୀ ଥାଏ, ତେଣୁ ଆପଣ ଏହାକୁ ପ୍ରଚୁର ପରିମାଣରେ ଖାଇପାରିବେ। ଫୁଲକୋବିରେ ଫାଇଭର ଭରପୁର ମାତ୍ରାରେ ଥିବାରୁ ଏହାକୁ ଖାଇବା ପରେ ଶୀଘ୍ର ଭୋକ ଲାଗି ନଥାଏ। ଏଥିରେ ଜଳୀୟ ପଦାଥ ମଧ୍ୟ ପ୍ରଚୁର ମାତ୍ରାରେ ଅଛି, ଯାହା ଓଜନ ହ୍ରାସ କରିବାରେ ପ୍ରଭାବଶାଳୀ ହୋଇଥାଏ।
- ମଧୁମେହ ବା ଡାଇବେଟିସ କଣ୍ଟ୍ରୋଲ କରିବା ସହ କିଡନୀ ରୋଗର ଆଶଙ୍କାକୁ କମ କରିଥାଏ ଫୁଲକୋବି । କେବଳ ସେତିକି ନୁହେଁ ଏଥିରେ ଥିବା ଆଣ୍ଟିଅକ୍ସିଡେଣ୍ଟ ଟ୍ୟୁମର ଭଳି ସମସ୍ୟାକୁ ବଢ଼ିବାରେ ରୋକିଥାଏ । ଉଚ୍ଚ ରକ୍ତଚାପକୁ ମଧ୍ୟ ନିନ୍ତ୍ରୟଣ ରଖିଥାଏ।
The post ଡାଇବେଟିସ୍ ନିୟନ୍ତ୍ରଣ କରେ ଫୁଲକୋବି appeared first on Odisha Reporter.
from Odisha Reporter https://ift.tt/3mHk9dd
No comments:
Post a Comment