ମୋସ୍କୋ: ଋଷିଆ, ବ୍ରିଟେନରେ କରୋନା ଟିକାକରଣ ଆରମ୍ଭ ହୋଇଯାଇଛି। ନୂଆବର୍ଷରେ ଭାରତ ସମେତ ଅନେକ ଦେଶ ଟିକା ପାଇବ ବୋଲି କୁହାଯାଉଛି। ଋଷିଆରେ ସ୍ପୁଟନିକ୍ ଭି ଟୀକାକରଣ ଆରମ୍ଭ ହୋଇଛି। ଏହାରି ଭିତରେ ଋଷିଆ ସରକାରା ଟିକା ନେଉଥିବା ବ୍ୟକ୍ତିଙ୍କ ପାଇଁ ଆଡଭାଇଜରୀ ଜାରି କରିଛନ୍ତି। ଯାହାକୁ ନେଇ ଋଷିଆ ନିରାଶ।
ମୋସ୍କୋ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଋଷିଆ ସରକାରର ମନ୍ତ୍ରୀ ରୋପୋଟ୍ରେବନାଦଜୋର ଆନ୍ନା ପୋପୋଭା ରେଡିଓ କମସୋମୋଲସ୍କାୟାକୁ ସାକ୍ଷାତକାରରେ କହିଛନ୍ତି ଯେ ମଦ ପିଇଲେ ଶରୀର ଉପରେ ଚାପ ପଡ଼ିବ। ଯଦି ଆମେ ସୁସ୍ଥ ରହିବାକୁ ଚାହୁଁଛୁ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ହେଲେ ମଦ ପିଇବା ଠିକ୍ ନୁହେଁ। ଏହାକୁ ନେଇ ଋଷିଆ ନିରାଶ କାରଣ ଏହି ଦେଶର ପ୍ରତ୍ୟେକ ନାଗରିକ ପ୍ରାୟତଃ ମଦ ପିଇବାରେ ରୁଚି ରଖନ୍ତି। ଏକ ତଥ୍ୟ ଅନୁଯାୟୀ, ବିଶ୍ୱରେ ୧୪ ପ୍ରତିଶତ ମଦ କେବଳ ଋଷିଆ ଲୋକ ପିଇଥାନ୍ତି।
ଋଷିଆର ଉପପ୍ରଧାନମନ୍ତ୍ରୀ ତାତିଆନା ଗୋଲିକୋଭାଙ୍କ ମଧ୍ୟ କହିଛନ୍ତି ଯେ ସ୍ପୁଟନିକ୍ ଭି କରୋନା ଭାଇରସ୍ ଟିକା ପ୍ରଭାବଶାଳୀ ହେବା ପାଇଁ ଋଷିଆବାସୀଙ୍କୁ ସତର୍କ ରହିବାକୁ ହେବ। ଏଥିପାଇଁ ଅତିକମରେ ୪୨ ଦିନ ସତର୍କତା ଅବଲମ୍ବନ କରିବାକୁ ପଡିବ। ଏଥିସହ ଋଷିଆର ଲୋକଙ୍କୁ ଜନଗହଳି ପୂର୍ଣ୍ଣ ସ୍ଥାନକୁ ନଯିବା, ମୁହଁରେ ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା, ସାମାଜିକ ଦୂରତା ଅବଲମ୍ୱନ କରିବା ଏବଂ ମଦ୍ୟପାନରୁ ଦୂରେଇ ରହିବାକୁ ସେ କହିଛନ୍ତି।
ସୂଚନାଯୋଗ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ, ଋଷିଆରେ ମୁଣ୍ଡପିଛା ମଦ୍ୟପାନରେ ଚତୁର୍ଥ। ଏଠାରେ ହାରାହାରି ବର୍ଷକୁ ୧୫.୧ ଲିଟର ମଦ ବିକ୍ରି ହୁଏ।
The post ‘ଟିକା ନେବାର ଦୁଇ ମାସ ପର୍ଯ୍ୟନ୍ତ ମଦ ଛୁଇଁବା ଠିକ୍ ନୁହେଁ’ appeared first on Odisha Reporter.
from Odisha Reporter https://ift.tt/3ngZNbn
No comments:
Post a Comment